ETV Bharat / sukhibhava

ଔଷଧୀୟ ଗୁଣରେ ଭରପୂର: ବହୁ ଉପକାରୀ ଅଦା - ଅଦାର ଉପକାରିତା

ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଅଦାର ଅନେକ ଉପକାରିତା ରହିଛି । ଏକ ସ୍ବାସ୍ଥ୍ୟକାରୀ ମସଲା ଭାବେ ପରିଚିତ ଅଦା ଏବଂ ଏଥିରେ ଅନେକ ପୋଷଣ ଉପାଦାନ ମଧ୍ୟ ରହିଛି । ଏପରିକି ଏଥିରେ ବହୁ ପରିମାଣରେ ଔଷଧୀୟ ଅନୁପାତ ଥାଏ । ଆସନ୍ତୁ ଜାଣିବା ଅଦାର ଉପକାରିତା ଏବଂ ଏହାକୁ କିପରି ସେବନ କରିବେ ।

10 Benefits Of The Superfood: Ginger
ଔଷଧୀୟ ଗୁଣରେ ଭରପୂର: ବହୁ ଉପକାରୀ ଅଦା
author img

By

Published : Jul 14, 2020, 3:20 PM IST

ବ୍ୟବହାର ହେଉଥିବା ଅଦାର ଅନେକ ଉପକାରିତା ରହିଛି । ଏକ ସ୍ବାସ୍ଥ୍ୟକାରୀ ମସଲା ଭାବେ ପରିଚିତ ଅଦା । ଅଦାରେ ରହିଛି ଅନେକ ପୋଷଣ ଉପାଦାନ । ଅନେକ ହିତକାରୀ ଗୁଣ ଥିବାରୁ ଅଦା ପ୍ରାଚୀନ ସମୟରୁ ହିଁ ଆୟୁର୍ବେଦିକ ଔଷଧରେ ବ୍ୟବହାର ହୋଇଆସୁଛି । ଅଦ୍ରକ ନାଁରେ ବେଶ୍ ଲୋକପ୍ରିୟ ଏହି ମସାଲା । ଏହାର ବୈଜ୍ଞାନିକ ନାଁ ହେଲା 'ଜିଂଜିବର ଅଫିସିନାଲେ' । ଅଦା ଜିଂଜିବରାସିଆ ଫ୍ୟାମିଲିରୁ ଆସିଛି । ହଳଦୀ ଓ ଅଳେଇଚ ଭଳି ମସାଲା ସହ ବି ଅଦାର ସମ୍ପର୍କ ରହିଛି । ପୁଣେ ସ୍ଥିତ କଳ୍ପାୟୁ ହେଲଥ କେୟାର କ୍ଲିନିକର ଆୟୁର୍ବେଦିକ ଫାର୍ମାସିଟ୍ୟୁକସର ଏମଡି ଡକ୍ଟର କଳ୍ପେଶ ରମେଶଲାଲ ବପାନ୍ନାଙ୍କ ଅନୁସାରେ ଅଦାରେ ‘ଜିଂଜେରଲ୍‌’ ନାମକ ଏକ ମିଶ୍ରିତ ଯୌଗିକ ପଦାର୍ଥ ଥାଏ, ଯାହା କି ବେଶ୍ ଶକ୍ତିଶାଳୀ । ଏଥିରେ ବହୁ ପରିମାଣରେ ଔଷଧୀୟ ଅନୁପାତ ଥାଏ । ଅଦା ଆମର ଦୈନନ୍ଦିନ ଆହାର ଓ ନିର୍ଦ୍ଦିଷ୍ଟ କିଛି ଚିକିତ୍ସାରେ ବ୍ୟବହାର ହୁଏ ।

ଅଦାର ଉପକାରିତା :-

  1. ଅନେକ ମାଂସପେଶୀୟ ବିଶୃଙ୍ଖଳା ଯେପରିକି ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଅଷ୍ଟିଓ ଆର୍ଥ୍ରାଇଟିସ ଚିକିତ୍ସାରେ ଅଦାର ପ୍ରୟୋଗ କରାଯାଏ । କାରଣ ଅଦାକୁ ପ୍ରଦାହ ବିରୋଧୀ ଭାବେ ବ୍ୟବହାର କରାଯାଏ ।
  2. ବ୍ଲଡ ଗ୍ଲୁକୋଜ ସ୍ତର ହ୍ରାସ କରିବାରେ ସହାୟକ ହୋଇଥାଏ ଅଦା ।
  3. ଅଦା ହେଉଛି ଆଣ୍ଟି-ଲିପିଡେମିକ୍ । ଏହାର ଅର୍ଥ ହେଲା ଯେ, ଅଦା ଶରୀରର ଚର୍ବି ଓ କୋଲେଷ୍ଟରଲ ହ୍ରାସରେ ସାହାଯ୍ୟ କରିଥାଏ ।
  4. ହୃଦରୋଗ ପାଇଁ ଅଦା ବେଶ ଉପକାରୀ । ସେଥିପାଇଁ ଅଦାକୁ ଦୈନନ୍ଦିନ ଆହାରରେ ବ୍ୟବହାର କରିବା ଜରୁରୀ । ହାଇପରଟେନସିଭ୍ ଓ ହାଇପରଲିପିଡେମିକର ଚିକିତ୍ସା ପାଇଁ ବି ଅଦା ବେଶ୍ ଉପଯୋଗୀ ହୋଇଥାଏ ।
  5. ବାନ୍ତି ଓ ସକାଳ ଅସୁସ୍ଥତା ପାଇଁ ଚିକିତ୍ସାରେ ଅଦା ସହାୟକ ହୁଏ ।
  6. ଏକ ଶକ୍ତିଶାଳୀ ଗରମ ଉପାଦାନ ହୋଇଥିବାରୁ ସାଧାରଣ ଥଣ୍ଡା ଓ ଜ୍ବର ଚିକିତ୍ସାରେ ଅଦା କାମରେ ଲାଗିଥାଏ ।
  7. ବିଭିନ୍ନ ଅଜୀର୍ଣ୍ଣତା ଜନିତ ରୋଗର ଚିକିତ୍ସାରେ ଅଦା ଦରକାର ପଡେ ।
  8. ପ୍ରାକ ଋତୁସ୍ରାବ ସିଂଡ୍ରୋମ(ପିଏମଏସ) ବେଳେ ଋତୁସ୍ରାବ ଯନ୍ତ୍ରଣା ହ୍ରାସ ପାଇଁ ଅଦାକୁ ଏକ ଆଣ୍ଟିସ୍ପାସମୋଡିକ ଭାବେ ବ୍ୟବହାର କରାଯାଇପାରିବ ।
  9. ସ୍ବଭାବରେ ଆଣ୍ଟିଟିଲିପିଡେମିକ ହୋଇଥିବାରୁ ଅଦା ଆଲଝେଇମର ରୋଗରୁ ସୁରକ୍ଷା ଦେଇଥାଏ ।
  10. ଅଦା ହେଉଛି ଏକ ଆଣ୍ଟି ଏଜିଂ ବା ବୟସ ବିରୋଧୀ ଏଜେଣ୍ଟ । ତେଣୁ ଆୟୁର୍ବେଦିକ ଭାଷାରେ ଏହା ରସାୟନ ନାମରେ ପରିଚିତ । ମାନେ ଅଦା ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ବିଳମ୍ବିତ କରିଥାଏ ।

ଅଦା କିପରି ସେବନ କରିବେ ?

ନିଜର ନିୟମିତ ଖାଦ୍ୟ ପାନୀୟରେ ଅଦାର ପ୍ରୟୋଗ କରିହେବ । ଆପଣ ଚା, ସୁପ୍‌, ତରକାରୀରେ ଅଦା ବ୍ୟବହାର କରିପାରିବେ । ହଁ, ଯଦି ଆପଣ ଏହାକୁ ମେଡିସିନ ଭାବେ ନେବାକୁ ଚାହାଁନ୍ତି, ତାହାହେଲେ ପାଉଡର, ଟାବଲେଟ୍ ଓ କ୍ୟାପସୁଲର ଭାବେ ଏହା ମିଳେ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅଦାଯୁକ୍ତ ମେଡିସିନ ନେବାକୁ ପଡିବ । ତେଣୁ ଡାକ୍ତରଙ୍କ ପରାମର୍ଶ ଜରୁରୀ । ଅନାବଶ୍ୟକ ଭାବେ ବହୁ ପରିମାଣରେ ଅଦା ସେବନ କଲେ ଏହା ହାନିକାରକ ହୋଇଥାଏ । ଏହାଦ୍ବାରା କୋଷ୍ଠ କାଠିନ୍ୟ, ଚର୍ମ ରୋଗ ହୋଇଥାଏ । ନାକରୁ ରକ୍ତ ପଡେ ଓ ଶରୀର ଭିତରେ ଘାଆ ହୋଇଥାଏ । ତେଣୁ ଅଦାକୁ ମେଡିସିନ ଭାବେ ସେବନ କରିବାକୁ ହେଲେ ଜଣକୁ ବେଶ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଡକ୍ଟର କଳ୍ପେଶ କହନ୍ତି ।

ଭଲ ସ୍ବାସ୍ଥ୍ୟ ପାଇଁ ଅନେକ ଗୁଣ ଥିବାରୁ ଅଦାକୁ ସୁପରଫୁଡ୍ ବୋଲି କୁହାଯାଏ । ଏକ ମସାଲା ଭାବେ ପ୍ରତିଘରର ରୋଷେଇରେ ଅଦା ବ୍ୟବହାର ହୁଏ । ଏହାର ଔଷଧୀୟ ଗୁଣ ଯୋଗୁଁ ହିଁ ଅଦାର ବେଶ୍ ଲୋକପ୍ରିୟତା ରହିଛି । ବିଶେଷ କରି ବର୍ଷାଦିନେ ଥଣ୍ଡା, ଜ୍ବର, କଫ, କାଶର ମୁକାବିଲା ପାଇଁ ଅଦାକୁ ଖାଦ୍ୟରେ ବ୍ୟବହାର କଲେ ସୁଫଳ ମିଳିଥାଏ । ଆଜିକାଲିର ମହାମାରୀ ସ୍ଥିତିରେ ଅଦା ଏକ ପ୍ରତିରୋଧକ ଭାବେ ସଂକ୍ରମଣ ମୁକାବିଲାରେ ସହାୟକ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.