ETV Bharat / sukhibhava

ମାନସିକ ଚାପ ଦୂର ପାଇଁ ୧୦ଟି ଆୟୁର୍ବେଦିକ ଚେରମୂଳି

ଆଜିକାଲି ସମୟ ଏମିତି ହେଲାଣି ଯେ, ବ୍ୟକ୍ତିଗତ ଓ ପେଷାଦାର ଜୀବନ ମଧ୍ୟରେ ସଠିକ ସନ୍ତୁଳନ ରକ୍ଷା କରିବା ଏକ ଦୂରୂହ ବ୍ୟାପାର ହୋଇପଡିଛି। ବ୍ୟସ୍ତବହୁଳ ମଣିଷ ଅତିଶୟ କ୍ଲାନ୍ତ ହୋଇପଡେ । ସେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୁଏ । ଆଉ ଆଜିକାଲିର କୋଭିଡ ମହାମାରୀ ତ ଆଉ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଫଳରେ ଚିନ୍ତା ଓ ଚାପଗ୍ରସ୍ତ ମଣିଷର ଚାପ ଆହୁରି ବଢିଯାଇଛି ।

author img

By

Published : Sep 13, 2020, 10:21 AM IST

ମାନସିକ ଚାପ ଦୂର ପାଇଁ ୧୦ଟି ଆୟୁର୍ବେଦିକ ଚେରମୂଳି
ମାନସିକ ଚାପ ଦୂର ପାଇଁ ୧୦ଟି ଆୟୁର୍ବେଦିକ ଚେରମୂଳି

ଆଜିକାଲି ସମୟ ଏମିତି ହେଲାଣି ଯେ, ବ୍ୟକ୍ତିଗତ ଓ ପେଷାଦାର ଜୀବନ ମଧ୍ୟରେ ସଠିକ ସନ୍ତୁଳନ ରକ୍ଷା କରିବା ଏକ ଦୂରୂହ ବ୍ୟାପାର ହୋଇପଡିଛି। ବ୍ୟସ୍ତବହୁଳ ମଣିଷ ଅତିଶୟ କ୍ଲାନ୍ତ ହୋଇପଡେ । ସେ ବିଭିନ୍ନ ମାନସିକ ଚାପର ସମ୍ମୁଖୀନ ହୁଏ । ଆଉ ଆଜିକାଲିର କୋଭିଡ ମହାମାରୀ ତ ଆଉ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଫଳରେ ଚିନ୍ତା ଓ ଚାପଗ୍ରସ୍ତ ମଣିଷର ଚାପ ଆହୁରି ବଢିଯାଇଛି । ବଢିଯାଇଛି ତା ଜୀବନରେ ବୋଝ । ଏହି ମାନସିକ ଚାପ ଦ୍ୱାରା ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି । କୁହାଯାଏ ଯେ, ମଣିଷ ପାଇଁ କିଛି ପରିମାଣର ଚାପ ରହିଲେ କିଛି ମନ୍ଦ ନୁହେଁ । କିନ୍ତୁ ଉତ୍କଟ ଚାପ କବଳରେ ପଡିଲେ ଏହାର ନକାରାତ୍ମକ ପ୍ରଭାବ ମାନସିକ ସହ ଶାରୀରିକ ସ୍ୱାସ୍ଥ୍ୟ ଉପରେ ବି ପଡେ । ତେଣୁ ଚାପକୁ ନିୟନ୍ତ୍ରଣ କରିବା ଜରୁରୀ ।

ହାଇଦ୍ରାବାଦର ଏଏମଡି ଆୟୁର୍ବେଦିକ ମେଡିକାଲ କଲେଜର ପ୍ରଫେସର ଡକ୍ଟର ରାଜ୍ୟଲକ୍ଷ୍‌ମୀ ମାଧବମ ମାନସିକ ଚାପ ସଂପର୍କରେ କହନ୍ତି ଯେ, ଉତ୍କଟ ଚାପ ଆମ ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି କରେ । ଏହା ଦ୍ୱାରା ଶରୀରରେ ପ୍ରଦାହ ସୃଷ୍ଟି ହେବା ସହ ମୁକ୍ତ କଣିବା ବୃଦ୍ଧି ହୋଇଥାଏ , ଯାହା କି ହାନିକାରକ । ଚାପ ଦୁଇ ପ୍ରକାର । ସକାରାତ୍ମକ ଚାପ ଓ ନକାରାତ୍ମକ ଚାପ । ସକାରାତ୍ମକ ଚାପ ଦ୍ୱାରା ଶାରୀରିକ ଓ ମାନସିକ କାର୍ଯ୍ୟକଳାପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇ ଆମକୁ ଲକ୍ଷ୍ୟ ପୂରଣ କରିବାରେ ସହାୟକ ହୋଇଥାଏ । ନକାରାତ୍ମକ ଚାପ ଠିକ୍ ଏହାର ବୀପରିତ।

ଚାପ ଦ୍ୱାରା ନିମ୍ନଲିଖିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ ।

. ମୁଣ୍ଡବ୍ୟଥା

.ବ୍ୟଗ୍ରତା

.ମୁଡ୍ ପରିବର୍ତନ ଓ ନୈରାଶ୍ୟ

. ଉଚ୍ଚ ରକ୍ତଚାପ

. ଇନସୋମନିଆ

. ଅସ୍ଥିର ପେଟ

ମାନସିକ ଚାପରୁ ମୁକ୍ତି ପାଇଁ ଡକ୍ଟର ରାଜ୍ୟଲକ୍ଷମୀ କିଛି ଆୟୁର୍ବେଦିକ ଚେରମୂଳି ସୁପାରିଶ କରିଛନ୍ତି ।

୧. ଅଶ୍ୱଗନ୍ଧା

ରକ୍ତରେ କର୍ଟିସଲ ବା ଷ୍ଟ୍ରେସ ହରମୋନ ସ୍ତର ହ୍ରାସ କରିବାରେ ଅଶ୍ୱଗନ୍ଧା ସାହାଯ୍ୟ କରେ ।

୨. ବ୍ରାହ୍ମୀ

ବ୍ରାହ୍ମୀ ସେରୋଟୋନିନ୍ ନାମକ ଏକ ରିଲାକ୍ସନ ହରମୋନର କ୍ଷରଣର ବିକାଶରେ ସହାୟକ ହୁଏ, ଯାହା କି ଚାପ ସ୍ତର କମାଇଥାଏ ।

୩. ତୁଳସୀ

ପବିତ୍ର ତୁଳସୀ ଆଂଟିଅକ୍ସିଡାଂଟର ଏକ ସମୃଦ୍ଧ ଉତ୍ସ । ଶରୀରେ ଫ୍ରି ରାଡିକାଲ ବା ମୁକ୍ତ କଣିକାଗୁଡିକ ବିରୋଧରେ ଲଢେଇରେ ଏହା ସହାୟକ ହୁଏ ।

୪. ଭଚ୍ଚା

ଏହାର ଉପାଦାନଗୁଡିକ ଶରୀରର କର୍ଟିସଲ କମାବାରେ ସହାୟକ ହୁଅନ୍ତି । ଏହାଛଡା ମସ୍ତିଷ୍କରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୁଏ ଏହି ଚେରମୂଳି ।

୫. ଜଟାମାନସୀ

ବ୍ୟକ୍ତିର ସୁନିଦ୍ରାରେ ସହାୟକ ହୁଏ ଜଟାମାନସୀ । ଆଉ ଏହା ଦ୍ୱାରା ଚାପ ସ୍ତର ହ୍ରାସ ହୁଏ ।

ଚାପ ଦୂର ପାଇଁ ଅନ୍ୟାନ୍ୟ ଚେରମୂଳି

୧. ଅର୍ଜୁନ

୨. ଭୃଙ୍ଗରାଜ

୩. ଶଙ୍ଖପୁଷ୍ପି

୪. ଯଷ୍ଟିମଧୁ

୫. ଗୁଡୁଚି

ଏସବୁ ଚେରମୂଳି ସହ ସ୍ୱାସ୍ଥପ୍ରଦ ଆହାର ପାଇଁ ବି ଆମର ବିଶେଷଜ୍ଞ ସୁପାରିଶ କରିଛନ୍ତି । ପିସ୍ତା ବାଦାମ ଓ ଅନ୍ୟ ଡ୍ରାଏ ଫ୍ରୁଟ୍ ବି ଖାଇବା ଆବଶ୍ୟକ । ଏହାଛଡା ଆଂଟିଅକ୍ସିଡାଂଟସରେ ଭରପୂର ଗ୍ରୀନ ଟି ଓ ବ୍ରାଉନ ରାଇସ ବି ଚାପ ଦୂର କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥାନ୍ତି । ପ୍ରତିଦିନ ଯୋଗ ଓ ଧ୍ୟାନ କରିବା ବି ବାଂଛନୀୟ । ଚାପ ବିରୋଧରେ ଏହା ପ୍ରମୁଖ ଅସ୍ତ୍ର ହୋଇଥାଏ । ଭଲ ଭାବେ ନିଦ୍ରା ଯିବା ଦରକାର । ମଦ, ସିଗାରେଟ ଓ କାଫିନ୍ ଠାରୁ ଦୂରେଇ ରହିବା ଜରୁରୀ । ଏହାଛଡା ମ୍ୟୁଜିକ ବା ସାଉଣ୍ଡ ଥେରାପିକୁ ବି ବିଚାରକୁ ନିଆଯାଇପାରେ । ଆୟୁର୍ବେଦରେ ଦୁଇ ପ୍ରକାର ଶୈଳୀ ରହିଛି । ଗୋଟିଏ ହେଉଛି ଶିରୋଧାରା ଓ ଅନ୍ୟଟିହେଲା ଶିରୋବସ୍ତି । ଶିରୋଧାରା ଶୈଳୀରେ କପାଳରେ ଔଷଧୀୟ ତୈଳ ଢଳାଯାଏ ।

ଶିରୋବସ୍ତି ଶୈଳୀରେ ମୁଣ୍ଡରେ ତୈଳ ଢଳାଯାଇ କିଛି ସମୟ ରହିବାକୁ ଦିଆଯାଏ ବୋଲି ଡକ୍ଟର ରାଜ୍ୟଲକ୍ଷମୀ କହନ୍ତି । ଚାପ ଦୂର ପାଇଁ ଚେରମୂଳି ଔଷଧ ଓ ଅନ୍ୟ କିଛି ଅଭ୍ୟାସ ଭଲ । ହେଲେ ଡାକ୍ତର ବା ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମସ୍ତଙ୍କ ପାଇଁ ଜରୁରୀ । ଏହାଛଡା ସ୍ୱାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କଲେ ବି ଚାପରୁ ମୁକ୍ତି ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.