ETV Bharat / state

'ଓଡ଼ିଆ ଭାଷାର ପ୍ରସାର ପାଇଁ ତାଲିମପ୍ରାପ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ଜରୁରୀ'

Odia Language: ବିଦ୍ୟାଳୟ ସ୍ତରରେ ଓଡ଼ିଆ ବିଷୟରେ ଉପଯୁକ୍ତ ତାଲିମପ୍ରାପ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ହେଲେ ଓଡ଼ିଆ ଭାଷା ପ୍ରତି ପିଲାମାନଙ୍କ ଆଗ୍ରହ ଆହୁରି ବଢ଼ିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 10, 2024, 10:33 AM IST

Updated : Feb 10, 2024, 3:11 PM IST

ଓଡ଼ିଆ ଭାଷା
ଓଡ଼ିଆ ଭାଷା
ଓଡ଼ିଆ ଭାଷା

କୋରାପୁଟ: ରାଜ୍ୟ ସରକାର କିଛି ଦିନ ତଳେ ଓଡ଼ିଆ ଭାଷା ସାହିତ୍ୟକୁ ନେଇ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିଲେ l ଓଡ଼ିଆ ଭାଷାର ସୁରକ୍ଷା ଏହାର ଉଦ୍ଦେଶ୍ୟ ଥିଲା । ଓଡ଼ିଆ ଭାଷା ପ୍ରତି ଆକର୍ଷଣ ବୃଦ୍ଧି କରିବା ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲା ଓ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଭବ୍ୟ ସମାରୋହ ଆୟୋଜିତ ହୋଇଯାଇଛି । ଏହି ଉତ୍ସବଗୁଡିକରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟଷ୍କମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବାର ଆବଶ୍ୟକତା ସମ୍ପର୍କରେ ଅଧିକ ସଚେତନ ହୋଇଛନ୍ତି । ଏହାରି ଭିତରେ ବିଦ୍ୟାଳୟସ୍ତରରେ ଓଡ଼ିଆ ବିଷୟରେ ଉପଯୁକ୍ତ ଓଡ଼ିଆ ଶିକ୍ଷକ ନିଯୁକ୍ତି ହେଲେ ଓଡ଼ିଆ ଭାଷା ପ୍ରତି ପିଲାମାନଙ୍କ ଆଗ୍ରହ ଆହୁରି ବଢ଼ିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।

ତେବେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ଓଡ଼ିଆ ଭାଷା ପ୍ରତି ପିଲାଙ୍କ ଭିତରେ ଜନ୍ମିଥିବା ଆଗ୍ରହକୁ ଧରି ରଖିବାକୁ ହେଲେ ସମସ୍ତ ସରକାରୀ ବିଦ୍ୟାଳୟରେ ସ୍ୱତନ୍ତ୍ର ଭାବେ ତାଲିମପ୍ରାପ୍ତ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକ ନିଯୁକ୍ତି କରିବାର ଆବଶ୍ୟକତା ରହିଛି ବୋଲି ନନ୍ଦପୁର ମହାବିଦ୍ୟାଳୟରେ ଓଡ଼ିଆ ବିଷୟର ଅଧ୍ୟାପକ ତଥା ଓଡ଼ିଶାର ଜଣେ ଖ୍ୟାତି ସମ୍ପନ୍ନ କବି ରବି ଶତପଥି ମତ ରଖିଛନ୍ତି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଓଡ଼ିଆ ସାହିତ୍ୟ ବହୁ ପୁରାତନ ଲେଖାକୁ ନେଇ ସମୃଦ୍ଧ । ତେଣୁ ଏହି ସମୃଦ୍ଧ ଭାଷା ସାହିତ୍ୟକୁ ବିନା ସାଧନାରେ ଯେକେହି ଶିକ୍ଷକଙ୍କ ପାଇଁ ପିଲାଙ୍କ ପାଖରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଉପଯୁକ୍ତ ଭାବେ ଉପସ୍ଥାପନା କରିବା କାଠିକର ପାଠ ବୋଲି ରବି ଶତପଥି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓୟୁଏଟିରେ ପ୍ରଥମ 'ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ', ଚାଷୀଙ୍କୁ ଓଡ଼ିଆରେ ତଥ୍ୟ ପହଞ୍ଚାଇବା ଲକ୍ଷ୍ୟ

ସେହିପରି ବିଦ୍ୟାଳୟଗୁଡିକରେ ଇତିହାସ, ଭୂଗୋଳ ଓ ଇଂରାଜୀ ପଢ଼ାଉଥିବା କଳା ଶିକ୍ଷକ ଓଡ଼ିଆ ପଢ଼ାଉଛନ୍ତି । ଅନେକ କ୍ଷେତ୍ରରେ ସେମାନେ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀରେ ଓଡ଼ିଆକୁ ଏକ ବିଷୟ ଭାବେ ଉଚ୍ଚଶିକ୍ଷାରେ ଗ୍ରହଣ କରିନଥିବା ଯୋଗୁଁ ସେମାନଙ୍କୁ ଓଡ଼ିଆ ପଢ଼ାଇବାରେ ସମସ୍ୟା ସୃଷ୍ଟି ହୁଏ ବୋଲି କୋରପୁଟ ସରକାରୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ଦାସ ଜଣାଇଛନ୍ତି । ଜାତୀୟ ଶିକ୍ଷା ନୀତିରେ ଭାଷା ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଏ ପର୍ଯ୍ୟନ୍ତ କେବଳ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜବହାର ନବୋଦୟ ବିଦ୍ୟାଳୟ ଏବଂ ଓଡିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ପାଇଥିବା କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ ଜଣାଇଛନ୍ତି । ତେବେ ବର୍ତ୍ତମାନ ଓଡିଶା ସରକାର ସଫଳତାର ସହିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ପରେ ରାଜ୍ୟର ପ୍ରତି ବିଦ୍ୟାଳୟରେ ସରକାର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେବେ ବୋଲି ଶ୍ରୀକାନ୍ତ ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Feb 10, 2024, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.