ETV Bharat / state

ସମ୍ଭାବ୍ୟ ବାତ୍ୟା ପରେ ବନ୍ୟା ସ୍ଥିତି ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ: ସର୍ବୋଚ୍ଚ ଯନ୍ତ୍ରୀ

ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବନ୍ୟା ସ୍ଥିତିର ମୁକାବିଲା ଲାଗି ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଅଧିକ ପଢନ୍ତୁ...

author img

By

Published : May 20, 2021, 4:20 PM IST

Water Resources Department
Water Resources Department

ଭୁବନେଶ୍ବର: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏସଆରସିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ । ଏହି ବୈଠକ ପରେ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ବନ୍ୟା ସ୍ଥିତିର ମୁକାବିଲା ଲାଗି ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ମେ ମାସ ବାତ୍ୟା ପରେ ବନ୍ୟାର ସେତେଟା ପ୍ରଭାବ ପଡ଼ିବ ନାହଁ । ବାତ୍ୟା ପରେ ପାଣି ଆସିବ । ହେଲେ ଏହାର ପ୍ରଭାବ ବିଶେଷ ରହିବ ନାହିଁ ।

ଏ ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ 3ଟି ବୈଠକ ହୋଇ ସାରିଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ଆମ କ୍ଷେତ୍ର ଅଧିକାରୀ ବନ୍ଧ ବାଡ଼ ଜଗିକି ରହିବେ । ଏବେ ରାଜ୍ୟର ସମସ୍ତ ଜଳଭଣ୍ଡାରରେ କମ ପାଣି ଅଛି । କିଛି ଅସୁବିଧା ହେବ ନାହିଁ । ଗଛ ଉପୁଡ଼ି ଯୋଗାଯୋଗ ବିଛିନ୍ନ ହେଲେ ଆମ ଠିକାଦାର ମେସିନ ନେଇ କାମ କରିବେ ।

ରାସ୍ତା ସଫା କରିବେ । ଜଳସମ୍ପଦ ବିଭାଗର ଅଧିକାରୀ ଜିଲ୍ଲା ପ୍ରଶାସନ ସହ 24 ଘଣ୍ଟା ଯୋଗାଯୋଗରେ ରହିବେ । ଗତ ବର୍ଷ ଆଡିବନ୍ଧ ଗୁଡିକରେ 38ଟି ଘାଇ ହୋଇଥିଲା । 23ଟି ଘାଇ ସମ୍ପୂର୍ଣ୍ଣ ପୋତି ଦେଇଛୁ । ବାକି 15ଟି କାମ ସରିବା ଉପରେ ରହିଛି । ଉପକୂଳବର୍ତ୍ତୀ 10 ଜିଲ୍ଲା ହାଇଆଲର୍ଟରେ ଅଛି । ବିଭାଗର ବରିଷ୍ଠ ଅଧିକାରୀ ସ୍ପଟ ଭିଜିଟ କରିବେ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ଭୁୂବନେଶ୍ବରରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.