ETV Bharat / state

ସୁଧୀରାଙ୍କ ପଣତ ତଳେ 100 ଶିଶୁ

କଳିଯୁଗ, ନିଜ ସ୍ବାର୍ଥ ପାଇଁ ଏଠି ସମସ୍ତେ ବ୍ୟସ୍ତ । ମାତ୍ର ନିଜ ସ୍ବାର୍ଥକୁ ପଛରେ ପକାଇ ନିଜ ମମତାର ପଣତରେ ଆଶ୍ରୟ ଦେଇଛନ୍ତି ଶହେ ଶିଶୁଙ୍କୁ । ଏହି ନିଚ୍ଛକ ଉଦାହରଣର ଅଧିକାରିଣୀ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର ପାର୍ବତୀ ଗିରୀ ଆଶ୍ରମର ମା' ସୁଧିରା ବେହେରା । ସୁଧୀରା, ରାଜ୍ୟବାସୀଙ୍କ ପାଇଁ ଅଚିହ୍ନା ଅଲୋଡ଼ା, ହେଲେ ପାର୍ବତୀଗିରି ଆଶ୍ରମର ଥିବା ଶହେ ପିଲାଙ୍କ ପାଇଁ ସବୁକିଛି । ତେବେ ସୁଧୀରାଙ୍କ ଉପରେ ଆମର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 11, 2019, 3:27 PM IST

Updated : Jun 12, 2019, 12:35 PM IST

ବଲାଙ୍ଗୀର: ୧୯୯୫ ମସିହାରେ ବଲାଙ୍ଗୀର ପଥର ଚେପା ଗ୍ରାମରେ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଦ୍ବାରା ସ୍ଥାପିତ ହୁଏ ପାର୍ବତୀଗିରି ଅନାଥ ଆଶ୍ରମ । ଏହାକୁ ଚଲାଇବା ପାଇଁ ନିଯୁକ୍ତି ପାଆନ୍ତି ବରଗଡର ମହିଳା ସୁଧିରା ବେହେରା । ନିଯୁକ୍ତି ପାଇବା ପରେ ସୁଧିରା ବେହେରା ହୋଇଯାଆନ୍ତି ଶତାଧିକ ଅନାଥ ଶିଶୁଙ୍କ ମା' ଓ ତାଙ୍କ ଗହଣରେ ସେ ପାଆନ୍ତି ସ୍ବର୍ଗୀୟ ଆନନ୍ଦ । ତେବେ ମା' ସୁଧିରା ବେହେରାଙ୍କ ଜୀବନ କିନ୍ତୁ ପ୍ରଥମରୁ ହିଁ କଠିନ ପଥେ ଚାଲିଥିଲା । ତାଙ୍କୁ ବାଲ୍ୟକାଳରେ ତାଙ୍କ ଘର ଲୋକେ ବିବାହ କରିଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେ କିଛି ଜାଣିବା ପୂର୍ବରୁ ଏହି ବାହାଘର ହୋଇଥିବା ବେଳେ କିଛି ବର୍ଷ ପରେ ତାହା କୌଣସି କାରଣରୁ ଭାଙ୍ଗି ଯାଇଥିଲା । ବାପା, ମା'ଙ୍କ ନିକଟରେ ରହୁଥିବା ସୁଧୀରାଙ୍କ ଏହି ଦୁଃଖଦ ସମୟରେ ତାଙ୍କର ପରିଚୟ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ସହିତ ହୋଇଥିଲା । ସେବେଠାରୁ ତାଙ୍କର ପରିଚୟ ବଦଳି ଯାଇଥିଲା । ସେ ସାଧାରଣ ମହିଳା ଠାରୁ ହୋଇଯାଇଥିଲେ ଅସାଧାରଣ ଓ ପାଲଟି ଯାଇଥିଲେ ଅନାଥ ଶିଶୁଙ୍କ ପାଇଁ ସ୍ନେହମୟୀ ମା' ।
ମା ପାର୍ବତୀ ଗିରିଙ୍କ ସଂସ୍ପର୍ଷରେ ଆସିବା ପରେ ସୁଧିରା ବେହେରା ତାଙ୍କ ସହିତ ପ୍ରଥମେ ବରଗଡ ପାଇକମାଲସ୍ଥିତ ଶିଶୁ ଅନାଥ ଆଶ୍ରମରେ ରହିଥିଲେ । ପରେ ୧୯୯୯ରେ ବଲାଙ୍ଗୀର ପାର୍ବତୀ ଗିରି ଅନାଥ ଶିଶୁ ଆଶ୍ରମର ଦାୟିତ୍ବ ନେଇଥିଲେ । ଯାହା ପରେ ତାଙ୍କ ଜୀବନର ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା । ନିଜକୁ ସମ୍ପୂର୍ଣ୍ଣ ଭାବରେ ସେ ବଲାଙ୍ଗୀରର ଅନାଥ ଶିଶୁଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ସେବେଠାରୁ ଆଜି ଯାଏ ସେ ଅନେକ ବାଧାବିଘ୍ନ ଓ ଘୋର ଆର୍ଥିକ ଅନାଟନ ସତ୍ତେ୍ୱ ନିଜର ଅନାଥ ଶିଶୁଙ୍କ ପାଇଁ ମା'ର ଦାୟିତ୍ବ ସମ୍ପୁର୍ଣ୍ଣ ଭାବରେ ତୁଲାଇ ଆସୁଛନ୍ତି । ବର୍ତ୍ତମାନ ଏହି ଆଶ୍ରମରେ ୫୪ ଜଣ ଅନାଥ ଶିଶୁ ଥିବା ବେଳେ ସେ ନିଜେ ଏମାନଙ୍କ ସହିତ ସବୁଦିନ ରହିବା ସହ ତାଙ୍କର ସବୁ ଦୁଃଖସୁଖରେ ସାମିଲ ହୋଇଥାନ୍ତି । ସାଙ୍ଗରେ ପଢନ୍ତି ସାଙ୍ଗରେ ଖେଳନ୍ତି ଏବଂ ନିଜେ ସମସ୍ତଙ୍କର ଖାଇବା ପିଇବା ଠୁଁ ଆରମ୍ଭ କରି ସବୁ କାମ ନିଜେ କରିଥାନ୍ତି । ଏଥିରେ ସେ ଆତ୍ମସନ୍ତୋଷ ପାଉଥିବାର କୁହନ୍ତି ।

ଅନାଥ ଶିଶୁଙ୍କ ଆଶ୍ରା ବା ତାଙ୍କ ମା' ହୋଇ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଥିବା ସୁଧୀରା ତାଙ୍କର ସ୍ବାର୍ଥହୀନ ସେବା ଓ ମମତା ପାଇଁ ସବୁଠି ପରିଚିତ । ପୁର୍ବରୁ ଅନେକ ଆର୍ଥିକ ଅନାଟନରେ ସେ ମା' ହୋଇ ଅନାଥ ଶିଶୁଙ୍କ ଲାଳନ ପାଳନ କରି ଆସିଥିଲେ । ବର୍ତ୍ତମାନ ସରକାର ମଧ୍ୟ ତାଙ୍କର ଏହି ବଦାନ୍ୟତାକୁ ମାନ୍ୟତା ଦେଇ ଏହି ଆଶ୍ରମକୁ ଏବେ ବାଲ ନିକେତନର ରୂପ ଦେଇଛି । ସେହିପରି ଏଠି ସରକାର ପକ୍ଷରୁ କିଛି କର୍ମଚାରୀ ନିଯୁକ୍ତି ପାଇ ମା'ଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।

ନିଜର କଠିନ ଓ ଦୁଃଖ ଭରା ଅତୀତ ପରେ ମଧ୍ୟ ସୁଧିରା ବେହେରା ଏବେ ଶତାଧିକ ଅନାଥ ଶିଶୁଙ୍କ ମା' ହୋଇ ତାଙ୍କ ପାଇଁ ଢାଳି ଦେଇଛନ୍ତି ଅସରନ୍ତି ମମତାର ସ୍ନେହ । ଏବଂ ଆଜିର ସ୍ୱାର୍ଥପର ସଂସାର ପାଇଁ ସେ ନିଜେ ପାଳଟି ଯାଇଛନ୍ତି ଏକ ଉଦାହରଣ ।

ବଲାଙ୍ଗୀରରୁ ଏସକେ ଓ୍ବାହିଦ, ଇଟିଭି ଭାରତ

Intro:Body:

htrj

Conclusion:
Last Updated : Jun 12, 2019, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.