କଟକ: ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ 2 ଗିରଫ । ତିଗିରିଆ ପାଇକସାହି ଅଞ୍ଚଳରୁ 2 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବନବିଭାଗ । ସେମାନଙ୍କ ନିକଟରୁ ବଜ୍ରକାପ୍ତାର କାତି, ବାରାହା ସିଙ୍ଗ ଓ ଗୋଟିଏ ମୋବାଇଲ ଜବତ କରାଯାଇଛି ।
ପୂର୍ବରୁ ବଜ୍ରକାପ୍ତା ଚୋରାଚାଲାଣର ବିଦେଶୀ ଲିଙ୍କ ଘଟଣାରେ ବିଭାଗ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର ପୁଣି ଦୁଇ ଜଣଙ୍କୁ ଗିରଫ କରିଛି । ଆଠଗଡ ବନଖଣ୍ଡରେ ଦିନକୁ ଦିନ ବଜ୍ରକାପ୍ତା ଚୋରାଚାଲାଣ ଘଟଣା ବୃଦ୍ଧି ପାଉଥିବାରୁ ଏହି ମାମଲାର ଅଧିକ ତଦନ୍ତ ପାଇଁ wildlife crime control beurauକୁ ହସ୍ତାନ୍ତର କରିଛି ବିଭାଗ । ଅନ୍ୟପଟେ ଶୁକ୍ରବାର ମଧ୍ୟପ୍ରଦେଶ ଓ ଜଗଦଲପୁରରୁ ଦୁଇଜଣିଆ ଟିମ ଆଠଗଡରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ