ETV Bharat / state

ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ; ନ୍ୟାୟ ନମିଳିଲେ ଜୀବନ ହାରିବାକୁ ଚେତାବନୀ - ବନ୍ଧମୁଣ୍ଡା ପୋଲିସ ବିରୋଧରେ ଅଭିଯୋଗ

ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କଲା ପୋଲିସ । ନ୍ୟାୟ ନମିଳିଲେ ଜୀବନ ହାରିବେ କହିଲେ ପୀଡିତ । ଅଧିକ ପଢନ୍ତୁ

ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ

author img

By

Published : May 18, 2023, 4:35 PM IST

ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ

ରାଉରକେଲା: ନିରୀହ ଲୋକଙ୍କ ଉପରେ ପୋଲିସର ବର୍ବରତା ! ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ । କରିନଥିବା ଦୋଷକୁ ସ୍ବୀକାର କରିବାକୁ ବାଧ୍ୟ କରି ଯୁବକଙ୍କୁ ନିର୍ମମ ପିଟିଲେ ପୋଲିସ ବାବୁ । ରାଉରକେଲା ବନ୍ଧମୁଣ୍ଡା ପୋଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଚୋରି ଅଭିଯୋଗକୁ ଜୋର ଜବରଦସ୍ତ ମାନିବାକୁ ବାଧ୍ୟ କରି ଥାନା ଅଧିକାରୀ ବୁଲୁ ସ୍ବାଇଁ ଜଣେ ଯୁବକଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ନିଜେ ପୀଡିତ ଏହି ଅଭିଯୋଗ ଆଣି ନ୍ୟାୟ ଦାବିରେ ଜାତୀୟ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ବନ୍ଧମୁଣ୍ଡା ପୋଲିସ ବିରୋଧରେ ଅଭିଯୋଗ ହୋଇଛି । ବନ୍ଧମୁଣ୍ଡା ପୋଲିସ ଲୋକଙ୍କୁ ଅଭିଯୋଗ ମୁଣ୍ଡାଇବା ପାଇଁ ବାଧ୍ୟ କରି ଥାନାରେ ମାଡ଼ ମାରୁଥିବା ପୂର୍ବରୁ ମଧ୍ୟ ଅଭିଯୋଗ ଆସିଛି ।

ଅଭିଯୋଗ ଅନୁସାରେ, ରାଉରକେଲା ବନ୍ଧମୁଣ୍ଡା ସେକ୍ଟର "ସି" ଅଞ୍ଚଳରେ ବସବାସ କରୁଥିବା କମଲେଶ ପ୍ରସାଦ ସ୍ଥାନୀୟ ଅଞ୍ଚଳରେ ଥିବା ବଜରଙ୍ଗ ସାହୁଙ୍କ ସୁନା ଦୋକାନରେ ଦୀର୍ଘ ୨୩ ବର୍ଷ ହେଲାଣି କାମ କରିଆସୁଥିଲେ । କମଲେଶଙ୍କୁ ମାତ୍ର ୫ ହଜାର ଟଙ୍କା ଦରମା ମିଳୁଥିଲା । ଏତିକି ଅର୍ଥରେ ପରିବାର ପ୍ରତିପୋଷଣ କରିବା ବଡ କଷ୍ଟସାଧ୍ୟ ହୋଇପଡିବାରୁ ସେ ଅନ୍ୟତ୍ର କାମ ଖୋଜିଥିଲେ । କାମ ମିଳିବା ପରେ ସେହି ସୁନା ଦୋକାନରେ ଚାକିରି ଛାଡି ଚାଲି ଯାଇଥିଲେ । ହଠାତ ଦିନେ ସୁନା ଦୋକାନୀ ବଜରଙ୍ଗ ସାହୁ କମଲେଶଙ୍କୁ ଫୋନ କରି ଯଥାସମ୍ଭବ ବନ୍ଧମୁଣ୍ଡାକୁ ଆସିବାକୁ କହିଥିଲେ । କାହିଁକି ବୋଲି ପଚାରିବାରୁ ସେ ଖୁବ୍ ଗାଳି ଗୁଲଜ ବି କରିଥିଲେ । ପରେ କମଲେଶ ମଧ୍ୟ ବନ୍ଧମୁଣ୍ଡା ଆସି ବଜରଙ୍ଗ ସାହୁଙ୍କୁ ଭେଟ କରିଥିଲେ ।

ଏହି ସମୟରେ ବଜରଙ୍ଗଙ୍କ ଭାଇ ଭୀମ ସାହୁ କମଲେଶଙ୍କୁ ଦୋକାନ ଭିତରକୁ ନେଇ ୪୦ ଗ୍ରାମ ସୁନା ଚୋରି କରିଥିବା କହି ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ସେମାନେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ କିଛି ନବୁଝି ହଠାତ୍ କମଲେଶ ପ୍ରସାଦଙ୍କୁ ଉଠାଇ ନେଇ ପ୍ରବଳ ମାଡ ଦେଇଥିଲା । ସେ କରିନଥିବା ଚୋରିକୁ ମାନିବାକୁ ତାଙ୍କୁ ବାଧ୍ୟ କରିଥିଲା । ହେଲେ ସେ ନମାନିବାରୁ ବନ୍ଧମୁଣ୍ଡା ପୋଲିସ ଅଧିକାରୀ ବୁଲୁ ସ୍ବାଇଁ ଏବଂ ଅନ୍ୟ ଜଣେ ପୋଲିସ କର୍ମୀ ଦୋଷ ନମୁଣ୍ଡାଇବା ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏଥିରେ ପୀଡିତଙ୍କ ପିଠି ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ଏତେ ନିର୍ମମ ଭାବେ ପଟିଥିଲେ ଯେ ଶେଷରେ କମଲେଶ ଅଚେତ ହୋଇଯାଇଥିଲେ । କିନ୍ତୁ ପୁଣି ଚେତା ଆସିବା ପରେ ତାଙ୍କୁ ଏକ ସାଧା କାଗଜରେ ଚୋରି ଘଟଣାକୁ ମାନି ନେବାକୁ ଲେଖାଇଥିଲେ ।

କମଲେଶ ପ୍ରସାଦ ବାରମ୍ବାର ପୋଲିସ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ କହିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । କମଲେଶ ଚୋରି ନକରିଥିଲେ ହେଁ ସେ ୨ ଲକ୍ଷ ୫୦ ହଜାର ଟଙ୍କା ଫେରାଇବେ ବୋଲି ଜୋର ଜବରଦସ୍ତ ମାଡ଼ ମାରି ଥାନା ଅଧିକାରୀ ଲେଖାଇଥିବା କହିଛନ୍ତି । ତେବେ ଏହି ଗୋଟିଏ ଘଟଣା ନୁହେଁ ବନ୍ଧମୁଣ୍ଡା ପୋଲିସ ବିରୋଧରେ ଏଭଳି କ୍ରମାଗତ ଭାବରେ ଦୁଇଟି ଘଟଣା ସାମ୍ନାକୁ ଆସିଛି ।

ଗୋଟିଏ ପକ୍ଷରେ ରାଜ୍ୟ ସରକାର ମୋ ସରକାର ନାଁରେ ଥାନାରେ ଲୋକଙ୍କୁ ସଠିକ ନ୍ୟାୟ ମିଳୁଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପକ୍ଷରେ ପୋଲିସ ଅଧିକାରୀଙ୍କ ନିରୀହ ଲୋକଙ୍କ ପ୍ରତି ଏଭଳି ବର୍ବରତା ଅଲଗା ଏକ କାହାଣୀ ବୟାନ କରୁଛି । ତେବେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ପୋଲିସ ଅଧିକାରୀ । ଅନ୍ୟପଟେ ବର୍ତ୍ତମାନ ପୀଡିତ ଯୁବକ ଜଣକ ନ୍ୟାୟ ଦାବିରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିଲେ ଜୀବନ ହାରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.