ETV Bharat / state

ରାଜଗାଙ୍ଗପୁରରେ ତୃତୀୟ ଦିନରେ ପହଞ୍ଚିଛି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By ETV Bharat Odisha Team

Published : Dec 20, 2023, 11:59 AM IST

workers protest: ବିଭିନ୍ନ ଦାବିକୁ ନେଇ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ତିନି ଦିନ ଧରି କାରଖାନା ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଉଭୟ ଠିକା ଓ ସ୍ଥାୟୀ ଶ୍ରମିକମାନେ ଧର୍ମଘଟ ଜାରି ରଖିଛନ୍ତି । ଅଧିକ ପଢନ୍ତୁ

workers protest
workers protest
workers protest

ରାଉରକେଲା: ତୃତୀୟ ଦିନରେ ପହଞ୍ଚିଛି ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଭିନ୍ନ ଦାବିକୁ ନେଇ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ତିନି ଦିନ ଧରି କାରଖାନା ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଉଭୟ ଠିକା ଓ ସ୍ଥାୟୀ ଶ୍ରମିକମାନେ ଧର୍ମଘଟ ଜାରି ରଖିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଶ୍ରମିକ ସଂଘ ।

ଏନେଇ ଶ୍ରମିକମାନଙ୍କୁ ସମର୍ଥନ କରିଛି ସିଟୁ । ସିଟୁ ମଧ୍ୟ ଶ୍ରମିକଙ୍କୁ ସମର୍ଥନ କରି ବର୍ତ୍ତମାନ ଧାରଣାରେ ସାମିଲ ହୋଇଛି। ତେବେ RHI ମାଗ୍ନେସିଟା ଇଣ୍ଡିଆ ରିଫ୍ରାକଟୋରିସ ଲିମିଟେଡର ମାନେଜମେଣ୍ଟ ଗତ ଛଅ ମାସ ମଧ୍ୟରେ ପ୍ରାୟ ୧୦୦୦ ସଂଖ୍ୟାରେ ଶ୍ରମିକ ମାନଙ୍କୁ ବେଆଇନ ଭାବରେ କାର୍ଯ୍ୟରୁ ବାହାର କରାଯାଉଛି । ଏଥି ସହିତ କେତେକ ଠିକା ଶ୍ରମିକମାନଙ୍କୁ ସପ୍ତାହରେ କେବଳ ୨ ଦିନ କମ୍ବା ୩ ଦିନ କାମ ଦିଆଯାଇଛି । ଯାହା ଫଳରେ ଶ୍ରମିକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଉଭୟ ଠିକା ଓ ସ୍ଥାୟୀ ଶ୍ରମିକମାନଙ୍କର ପୂର୍ବ ମଜୁରୀ ଚୁକ୍ତିନାମାର ଅବଧି ଗତ ବର୍ଷରୁ ସରିଥିବା ବେଳେ ନୂତନ ମଜୁରୀ ଚୁକ୍ତିନାମା ଏପର୍ଯ୍ୟନ୍ତ ହୋଇପାରି ନାହିଁ।

ଏହା ମଧ୍ୟ ପଢନ୍ତୁ- ପାଞ୍ଚ ଦିନରେ ପହଞ୍ଚିଲା ରାଉରକେଲା ମହାନଗର ନିଗମର କର୍ମଚାରୀଙ୍କ ପ୍ରତିବାଦ

ସେହିପରି ଠିକା ଶ୍ରମିକମାନେ ଦୀର୍ଘ ଦିନ ଧରି କାରଖାନାରେ କାମ କରିଥିବା ବେଳେ ସେମାନଙ୍କୁ ସ୍ଥାୟୀ ଶ୍ରମିକ ଭାବରେ ଗ୍ରହଣ କରାଯାଉ ନାହିଁ । ବହୁ ବର୍ଷ ଧରି କାମ କରୁଥିଲେ ମଧ୍ୟ ସେମାନଙ୍କର ବର୍ଦ୍ଧିତ ଭତ୍ତା ଦିଆଯାଉନାହିଁ । ତେଣୁ ଶ୍ରମିକ ମାନେ ବାଧ୍ୟତାମୂଳକ ଧର୍ମଘଟକୁ ଓହ୍ଲାଇଛନ୍ତି । ତେବେ ବିଭିନ୍ନ ସମସ୍ୟାର ସମାଧାନ ନେଇ ରାଉରକେଲା ସ୍ଥିତ ଉପଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ଗତ ମେ' ୨୦୨୩ରେ ମ୍ୟାନେଜମେଣ୍ଟ୍‌ ଓ ୟୁନିୟନ ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତିନାମ ସ୍ୱାକ୍ଷରିତ ହୋଇଥିଲା । ହେଲେ ତାହାକୁ ମାନେଜମେଣ୍ଟ କାର୍ଯ୍ୟକାରୀ କରି ନଥିବାରୁ ବର୍ତ୍ତମାନ ଶ୍ରମିକ ଅସନ୍ତୋଷ ଧର୍ମଘଟରେ ପରିଣତ ହୋଇଛି। ତେବେ ଦାବି ପୂରଣ ନ ହେବା ଯାଏ ବର୍ତ୍ତମାନ RHI ମଗ୍ନେସିଟା ଇଣ୍ଡିଆ ରିଫ୍ରାକଟୋରିଜ ଲିମିଟେଡରେ ଶ୍ରମିକ ଧର୍ମଘଟରେ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଶ୍ରମିକମାନେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.