ETV Bharat / state

ମହିଳାଙ୍କ ମୁହଁରେ ହସ ଫୁଟାଇଛି ମିଶନ ଶକ୍ତି କାଫେ, ସ୍ୱାସ୍ଥ୍ୟକର ପରିବେଶରେ ଲୋକଙ୍କୁ ମିଳୁଛି ଖାଦ୍ୟ

ମହିଳାଙ୍କୁ ଜୀବିକା ସହ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି କାଫେ । ସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଉଚିତ ଦାମରେ ଲୋକଙ୍କୁ ମିଳୁଛି ଭଳି କି ଭଳି ବ୍ୟଞ୍ଜନ । ଅଧିକ ପଢନ୍ତୁ

Mission shakti cafe in sundargarh
ମହିଳାଙ୍କ ମୁହଁରେ ହସ ଫୁଟାଇଛି ମିଶନ ଶକ୍ତି କାଫେ
author img

By

Published : Feb 22, 2023, 9:49 AM IST

Updated : Feb 22, 2023, 2:18 PM IST

ମହିଳାଙ୍କ ମୁହଁରେ ହସ ଫୁଟାଇଛି ମିଶନ ଶକ୍ତି କାଫେ

ରାଉରକେଲା: ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦିଆଯାଉଛି । ମହିଳାଙ୍କ ବିକାଶ ପାଇ ଯୋଜନା କରଯାଇଛି । ଦିନେ ଘରର ଚାରିକାନ୍ଥ ଭିତରେ ଥିବା ମହିଳା ଆଜି ପୁରୁଷଠୁ ଦୁଇ ପାଦ ଆଗରେ ଚାଲୁଛି । ସ୍ବାବାଲମ୍ବୀ ହୋଇଛନ୍ତି ଦୁଇ ପଇସା ରୋଜରାଗ କରି ପରିବାର ଚଳାଇଛନ୍ତି । ଏ ଦିଗରେ ମହିଳାଙ୍କୁ ବଞ୍ଚିବାର ବାଟ ଦେଖାଇଛି ମିଶନ ଶକ୍ତି କାଫେ । ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦର ମହକୁମା ଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ‘ମିଶନ ଶକ୍ତି କାଫେ’ ଖୋଲା ଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଏହି କାଫେରେ ସ୍ବାସ୍ଥ୍ୟକର ପରିବେଶ ଭିତରେ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ସହିତ ମଧ୍ୟାହ୍ନ ଭୋଜନ ମିଳୁଛି । ଲୋକଙ୍କ ସୁସ୍ବାଦ ଖାଦ୍ୟ ସହିତ ଏସଏଚଜି ମହିଳାଙ୍କୁ ଜୀବିକା ଦେଇଛି ମିଶନ ଶକ୍ତି କାଫେ ।

ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରିଚାଳନା କରାଯାଉଛି । ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମହିଳାଙ୍କୁ ନିୟୋଜିତ କରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି । ଏହି ‘କାଫେ’ ପରିଚାଳନା କରି ଏସଏଚଜି ମହିଳାମାନେ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଆଗରୁ ଏମାନେ ପାରମ୍ପରିକ କାମରେ ନିୟୋଜିତ ଥିଲେ। କିନ୍ତୁ ଏବେ ଜିଲ୍ଲା ପ୍ରଶାସନ ସହଯୋଗରେ ମିଶନ ଶକ୍ତି କାଫେ ଚଳାଉଛନ୍ତି । ଲୋକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଘରୋଇ ପରିବେଶ ଭିତରେ ଲୋକମାନେ ଯେମିତି ଭଲ ଖାଦ୍ୟ ପାଇପାରିବେ ସେ ଦିଗରେ ଧ୍ୟାନ ଦେଉଥିବା କହିଛନ୍ତି କୁତ୍ରା ବ୍ଲକର ଜଣେ ଏସଏଚଜି ସଦସ୍ୟା ନିଲିମା କୁଲ୍ଲୁ ।

ମିଶନ ଶକ୍ତି କାଫେ ପରିଚାଳନା ପାଇଁ ଏସଏଚଜିକୁ ଚୟନ କରାଯିବା ପରେ ସୁନ୍ଦରଗଡ଼ ଠାରେ ତାଲିମ ଦିଆଯାଇଥିଲା । ‘କାଫେ’କୁ ସଫା ସୁତୁରା ରଖିବା ସହ କିପରି ଖାଦ୍ୟ ପ୍ରସ୍ତୁତ କରାଯିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏବେ ଏହି କାଫେ ପରିଚାଳନା କରି ଆମେ ଭଲ ରୋଜଗାର କରିପାରୁଥିବା କହିଛନ୍ତି ଅନ୍ୟ ଜଣେ ସଦସ୍ୟା ବିଶ୍ରା ବ୍ଲକର ମମିନା କୁଜୁର । ଜିଲ୍ଲାର କୁଆରମୁଣ୍ଡା ବ୍ଲକରେ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ୨୦୨୧ରେ ‘ଉତ୍କଳ କିଚେନ’ ଖୋଲା ଯାଇଥିଲା । ଉତ୍କଳ କିଚେନ ପାଇଁ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଦିଆଯାଉଛି । ପରବର୍ତ୍ତୀ ସମୟରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ‘ମିଶନ ଶକ୍ତି କାଫେ’ ଖୋଲାଯାଇଛି । ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ମିଶନ ଶକ୍ତି କାଫେରେ ସକାଳ ଓ ଅପରାହ୍ନରେ ଜଳଖିଆ ସହିତ ଦ୍ବିପ୍ରହରେ ମଧ୍ୟାହ୍ନ ଭୋଜନ ମିଳୁଛି । ସପ୍ତାହରେ ୬ ଦିନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି କାଫେ ଖୋଲା ରହୁଛି । ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରୀ, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି । ଅପରାହ୍ନରେ ଚା,କଫି, ପକୁଡ଼ି ଓ ସିଙ୍ଗଡ଼ା ଆଦି ତିଆରି କରାଯାଉଛି।

ଏହା ବି ପଢନ୍ତୁ...ଜଣଙ୍କ ସ୍ପର୍ମରୁ ଜନ୍ମ ନେଲେ 60 ପିଲା, ସମସ୍ତେ ଏକାପରି ଦେଖାଯିବା ପରେ ବଢିଲା ସମସ୍ୟା

ବିଶ୍ରା ବ୍ଲକର ଜଣେ ଗ୍ରାହକ ବିଶ୍ବରଞ୍ଜନ ଦାସ କହିଛନ୍ତି, ''ଆଗରୁ ମୁଁ ବିଭିନ୍ନ ହୋଟେଲରେ ଖାଉଥିଲି। ହେଲେ ସେଠାରେ ତେଲ ମସଲା ଅଧିକ ବ୍ୟବହାର ହେଉଥିବାରୁ ଦେହ ଖରାପ ହେଉଥିଲା । ଯେବେଠୁ ମିଶନ ଶକ୍ତି କାଫେ ଖୋଲିଲାଣି ସେବେଠୁ ମୁଁ ଏଠାରେ ନିୟମିତ ଖାଉଛି । ଖାଇବା ଭଲ ଲାଗୁଛି ।''

ଏହି କାଫେ ପରିଚାଳନା ଲାଗି ମିଶନ ଶକ୍ତି ମହିଳାଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି । ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇ ଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ବ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ସ୍ବାବଲମ୍ବୀ କରିବାରେ ମିଶନ ଶକ୍ତି କାଫେର ଭୂମିକା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Feb 22, 2023, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.