ETV Bharat / state

ପରିଚୟ ଦେଲା ଗେଣ୍ଡୁଫୁଲ, ମହିଳାଙ୍କୁ ରୋଜଗାର ସହ ଦେଇଛି ବଞ୍ଚିବାର ରାହା

author img

By

Published : Mar 9, 2023, 3:07 PM IST

ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଶୀତକାଳୀନ ଗେଣ୍ଡୁଫୁଲ ଚାଷ କରି ସ୍ବାବଲମ୍ବୀ ହେବା ସହ ଲାଭବାନ ହେଉଛନ୍ତି । ଅଧିକ ପଢନ୍ତୁ

ପରିଚୟ ଦେଲା ଗେଣ୍ଡୁଫୁଲ
ପରିଚୟ ଦେଲା ଗେଣ୍ଡୁଫୁଲ
ପରିଚୟ ଦେଲା ଗେଣ୍ଡୁଫୁଲ

ରାଉରକେଲା: ପରିଚୟ ଦେଲା ଗେଣ୍ଡୁଫୁଲ । ସବୁଜ ପତ୍ର ଗହଳ ଭିତରେ ଚମକୁଛି ଗେଣ୍ଡୁଫୁଲ । ସୁନା ରଙ୍ଗର ଫୁଲରେ ସୁନ୍ଦର ଦିଶୁଛି ପରିବେଶ । ଗେଣ୍ଡୁ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରି ବେଶ୍ ଲାଭବାନ ହେଉଛନ୍ତି ।

ସବଡେଗାର ବୈଜୟନ୍ତୀ ଏବଂ ବାଲିଶଙ୍କରା ବ୍ଲକର ଯଶୋବନ୍ତୀଙ୍କ ଭଳି ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହି ଶୀତକାଳୀନ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି । ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଏହି ଅଣପାରମ୍ପରିକ କାମ କରି ମିଶନ ଶକ୍ତିର ମାଆମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହେଉଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ୬ଟି ବ୍ଲକରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ଗେଣ୍ଡୁ ଫୁଲ ଚାଷ କରାଯାଉଛି । ସବଡେଗା, କୁତ୍ରା, ରାଜଗାଙ୍ଗପୁର, ବାଲିଶଙ୍କରା, ନୂଆଗାଁ ଏବଂ କୁଆରମୁଣ୍ଡା ବ୍ଲକରେ ମୋଟ ୬ ଏକର ଜମିରେ ଏହି ଚାଷ କରାଯାଇଛି । ଏଥିରେ ୧୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮୦ ଜଣ ସଦସ୍ୟା ଯୋଡ଼ି ହୋଇଛନ୍ତି ।

ଏନେଇ ଜଣେ ଗେଣ୍ଡୁଫୁଲ ଚାଷୀ କହିଛନ୍ତି, "ଆମେ ଖାଲି ପଡ଼ିଥିବା ଜମିରେ କୋଳଥ ଏବଂ ଟମାଟୋ ଚାଷ କରୁଥିଲୁ। ହେଲେ ଏଥିରେ ଭଲ ଲାଭ ମିଳୁ ନଥିଲା । ଏବେ ଏହି ଜମିରେ ଆମେ ଗେଣ୍ଡୁଫୁଲ ଚାଷ କରିଛୁ । ସ୍ଥାନୀୟ ବଜାରରେ ଏହା ଭଲ ବିକ୍ରି ହେଉଛି । ଭଲ ଦିପଇସା ରୋଜଗାର ହେଉଥିବା ବେଳେ ଆମେ ଖୁସିରେ ଜୀବନ ଜିଉଁଛୁ ।"

ସୁନ୍ଦରଗଡ଼ ଜିଲ୍ଲାକୁ ବର୍ତ୍ତମାନ ବାହାର ରାଜ୍ୟରୁ ଫୁଲ ଆସୁଛି । ତେଣୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ଏହି ଚାଷ କରାଯାଇ ଏସଏଚଜି ମହିଳାମାନଙ୍କ ଜୀବିକା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ଆଗାମୀ ଦିନରେ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ଗେଣ୍ଡୁ ଫୁଲ ଉତ୍ପାଦନ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ ।

ଫୁଲ ଚାଷ ହେଉଥିବା ପ୍ରତି ବ୍ଲକରେ ୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ଗୋଟିଏ କ୍ଲଷ୍ଟର ଗଠନ କରାଯାଇଛି । ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପ୍ରତି କ୍ଲଷ୍ଟରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏସଏଚଜି ମହିଳାମାନେ ଫୁଲ ଚାଷ ପାଇଁ ଜମି ପ୍ରସ୍ତୁତ କରିଥାନ୍ତି ।

ଏନେଇ ଅନ୍ୟଜଣେ ସଦସ୍ୟା କହିଛନ୍ତି, "ଗେଣ୍ଡୁଫୁଲ ଚାଷ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ତାଲିମ ମଧ୍ୟ ଦିଆଯାଉଛି । ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ବିଭିନ୍ନ ବ୍ଲକ ସଦରମହକୁମାରେ ଗେଣ୍ଡୁ ଫୁଲର ବେଶ୍‌ ଚାହିଦା ରହିଛି । ଆମେ ଫୁଲକୁ କିଲୋ ପିଛା ୪୦ରୁ ୫୦ ଟଙ୍କା ଦରରେ ସ୍ଥାନୀୟ ବଜାରରେ ବିକ୍ରି କରୁଛୁ । ତା’ଛଡ଼ା ବିଭିନ୍ନ ପର୍ବ ପର୍ବାଣୀ, ବିବାହ ଏବଂ ବ୍ରତ ଘର ଆଦି କାର୍ଯ୍ୟ ଲାଗି ଅର୍ଡର ଆସିଲେ ମଧ୍ୟ ଆମେ ଯୋଗାଇଦେଇଥାଉ ।"ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ବାରା ମହିଳାମାନଙ୍କୁ ରୋଜଗାର କ୍ଷମ କରାଇବା ସରକାରଙ୍କ ଏହା ଏକ ବିକାଶମୂଳକ ପଦକ୍ଷେପ । ଯାହାଦ୍ବାରା ମିଶନ ଶକ୍ତିର ମହିଳାମାନେ ଆଜି ସଫଳ ଚାଷୀ ହୋଇପାରିଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.