ETV Bharat / state

କୋଇଡା ବନାଞ୍ଚଳରେ ଆତଙ୍କ ଖେଳାଉଛି ହାତୀ, ସପ୍ତାହକରେ ଗଲାଣି ୨ ଜୀବନ - ସୁନ୍ଦରଗଡ଼ରେ ଥମୁନି ହାତୀ ଉପଦ୍ରବ

ସୁନ୍ଦରଗଡ଼ ଜିଲ୍ଲାରେ କୋଇଡା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । କୋଇଡା ବନାଞ୍ଚଳ କନ୍ତରକୋଇଡା ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

Elephant attack in sundargarh
ସୁନ୍ଦରଗଡ଼ରେ ଥମୁନି ହାତୀ ଉପଦ୍ରବ
author img

By

Published : Jul 23, 2023, 7:42 PM IST

Updated : Jul 23, 2023, 8:59 PM IST

ସୁନ୍ଦରଗଡ଼ରେ ଥମୁନି ହାତୀ ଉପଦ୍ରବ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଇଡା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ସପ୍ତାହେ ମଧ୍ୟରେ ହାତୀ ଆକ୍ରମଣରେ ଗଲାଣି ଦୁଇ ଜୀବନ । କୋଇଡା ବନାଞ୍ଚଳ କନ୍ତରକୋଇଡା ଗ୍ରାମରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି ଆରତୀ ମୁଣ୍ଡା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ସହ ତଦନ୍ତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ମହିଳାଙ୍କୁ କଚାଡ଼ି ମାରିଲା ହାତୀ, ଓଡ଼ିଶା ସୀମାରେ ମାରି ଝାଡ଼ଖଣ୍ଡରେ ଫୋପାଡ଼ିଲା

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର କନ୍ତରକୋଇଡା ଗ୍ରାମରେ ୫ଟି ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି । ଗତ ଶନିବାର ରାତିରେ ୫ଟି ହାତୀପଲ ଖାଦ୍ୟ ଅନ୍ବେଷଣରେ କନ୍ତରକୋଇଡ଼ା ଗ୍ରାମକୁ ପଶିଥିଲେ । ଗ୍ରାମର ଆରତୀ ମୁଣ୍ଡାଙ୍କ ଘର ଭାଙ୍ଗବା ସହ ଫସଲ ନଷ୍ଟ କରିଥିଲେ । ଏହି ସମୟରେ ଆରତୀ ଭୟରେ ଘରୁ ବାହାରକୁ ଆସିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ଆରତୀଙ୍କୁ ଶୁଣ୍ଢରେ କଚାଡ଼ି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ହାତୀପଲଙ୍କୁ ଘଉଡ଼ାଇବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା

ଏହା ମଧ୍ୟ ପଢ଼ନ୍ତୁ: ହାତୀ ମଣିଷ ଲଢେଇର ହେବ କି ଅନ୍ତ ! ସୁରକ୍ଷା ଅନୁଦାନ ଘୋଷଣା ପରେ ସାମାନ୍ୟ ଆଶ୍ବସ୍ତ ଲୋକେ

କନ୍ତରକୋଇଡା ଗ୍ରାମରେ ହାତୀପଲଙ୍କ ଉତ୍ପାତ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗତ ସପ୍ତାହେ ମଧ୍ୟରେ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇ ସାରିଥିବା ବେଳେ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ବନ ବିଭାଗ ଏଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି । ଅନ୍ୟପଟେ କନ୍ତରକୋଇଡା ଗ୍ରାମରେ ହାତୀପଲ ଉତ୍ପାତ ରଚିବା ପରେ ନିକଟସ୍ଥ ଧୁବଲାବେଡ଼ାକୁ ଚାଲି ଆସିଥିଲେ । ସେଠାରେ ରୋଶନ କିଶାନଙ୍କ ଘର ଭାଙ୍ଗିବା ସହ ଚାଷୀଙ୍କ ମକା ଫସଲକୁ ମଧ୍ୟ ନଷ୍ଟ କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣା ବର୍ତ୍ତମାନ କୋଇଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଉରକେଲା

Last Updated : Jul 23, 2023, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.