ETV Bharat / state

ସୁନ୍ଦରଗଡ଼ରେ WODC ଅଧ୍ୟକ୍ଷ: ଶିଳ୍ପ ସମ୍ଭାବନା ଉପରେ ଅନୁଧ୍ୟାନ ପାଇଁ ଡିଆଇପିଏକୁ ନିର୍ଦ୍ଦେଶ

author img

By

Published : Oct 5, 2021, 10:21 PM IST

Updated : Oct 6, 2021, 7:31 AM IST

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସୁନ୍ଦରଗଡ ଗସ୍ତ । ଅଧିକ ପଢନ୍ତୁ...

WODC chairman in Sundargarh: instructed DIPA to study industrial potential
ସୁନ୍ଦରଗଡ଼ରରେ WODC ଅଧ୍ୟକ୍ଷ: ଶିଳ୍ପ ସମ୍ଭାବନା ଉପରେ ଅନୁଧ୍ୟାନ ପାଇଁ ଡିଆଇପିଏକୁ ନିର୍ଦ୍ଦେଶ

ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସୁନ୍ଦରଗଡ ଗସ୍ତ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସେ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାରେ ଶିଳ୍ପ ସମ୍ଭାବନା ଉପରେ ଅନୁଧ୍ୟାନ ପାଇଁ ଡିଆଇପିଏକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି । ଫସଲ ବିବିଧକରଣ, ବିଭିନ୍ନ ଅର୍ଥକାରୀ ଫସଲ ଚାଷ, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ ସ୍ଥାନୀୟ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ, ଇସ୍ପାତଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଶିଳ୍ପ, ଉଦ୍ୟାନ କୃଷି, ଗୋ ପାଳନ ସହିତ ଅନ୍ୟ ଜୀବିକା ବିକାଶ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲାରେ ଅନ୍ୟ କେଉଁ ଶିଳ୍ପର ସମ୍ଭାବନା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ଶିଳ୍ପ ବିକାଶ ସଂସ୍ଥା ( ଡିଆଇପିଏ )କୁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଭିତରେ ଏହି ସଂସ୍ଥା ନିଜ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ସେହିପରି ତୈଳବୀଜ ସହିତ ବାଦାମ ଚାଷ ଉପରେ ଅଧିକ ଗୁରୁତ୍ବ ଦେବାକୁ ବୈଠକରେ ଆଲୋଚନା ହୋଇଛି । ୩୦ ହଜାର ହେକ୍ଟର ଜମିରେ ତୈଳବୀଜ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନୂତନ ଶିଳ୍ପାଞ୍ଚଳ ସ୍ଥାପନ ପାଇଁ କୁଆରମୁଣ୍ଡା ଓ ନୂଆଗାଁ ବ୍ଲକର ଦେଓ ନଦୀ ଅବବାହିକାରେ ଆବଶ୍ୟକ ଜମି ଚିହ୍ନଟ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୀର ସଂଗ୍ରହ ରୁଟ୍‌ରେ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳକୁ ସାମିଲ କରିବା ବିଷୟ ବୈଠକରେ ଆଲୋଚନା ହୋଇଛି ।

ସମୀକ୍ଷା ପରେ ଅସିତ ସୁନ୍ଦରଗଡ଼ରେ ନିର୍ମାଣାଧୀନ ଭବାନୀ ଭବନ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ସେଠାରେ ଖେଳାଳିମାନଙ୍କ ପାଇଁ କରାଯାଇଥିବା ଆଧୁନିକ ବ୍ୟବସ୍ଥାର ତଦାରଖ କରି ସନ୍ତୋଷ ପ୍ରକାଶ କରିଛନ୍ତି । ପରେ ସେ ରଙ୍ଗାଢ଼ିପାଠାରେ ଥିବା ସ୍ପିରୁଲିନା ଚିକି ପ୍ରସ୍ତୁତି କେନ୍ଦ୍ର ଏବଂ ମିଶନ ଶକ୍ତି ଗୃହ ବୁଲି ଦେଖିଥିଲେ । ଶିଶୁଙ୍କ ପୋଷଣ ପାଇଁ ପ୍ରଶାସନ ସହଯୋଗରେ ସ୍ପିରୁଲିନା ଚିକି ପ୍ରସ୍ତୁତ କରୁଥିବା ମିଶନ ଶକ୍ତିର ମା’ମାନଙ୍କ କାମକୁ ଅସିତ ପ୍ରଶଂସା କରିଛନ୍ତି । ପରେ ଟାଙ୍ଗରପାଲି ବ୍ଲକ ଗସ୍ତ କରି ଚାଷୀମାନେ କରିଥିବା କଦଳୀ ଚାଷ ଓ ମାଛ ଚାଷ ସ୍ଥାନ ଆଦି ବୁଲି ଦେଖିଥିଲେ ।

ସୁନ୍ଦରଗଡ଼ରେ WODC ଅଧ୍ୟକ୍ଷ: ଶିଳ୍ପ ସମ୍ଭାବନା ଉପରେ ଅନୁଧ୍ୟାନ ପାଇଁ ଡିଆଇପିଏକୁ ନିର୍ଦ୍ଦେଶ

ଉଜ୍ଜଳପୁର ନିୟନ୍ତ୍ରିତ ବଜାର ସମିତି ଅଧୀନରେ ନିର୍ମିତ ୧ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଘର, ରଙ୍ଗିଆମୁଣ୍ଡାଠାରେ ଓଡ଼ିଶା ଜ୍ଞାନ ନିଗମ ( ଓ.କେ.ସି.ଏଲ ) ଅଧୀନରେ ଚାଲିଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ସହ ବନ୍ଧପାଲିସ୍ଥିତ ମା'ଗୃହ ପରିଦର୍ଶନ କରି ଗର୍ଭବତୀ ମା'ମାନଙ୍କୁ ମିଳୁଥିବା ବିଭିନ୍ନ ସେବା ସମ୍ପର୍କରେ ସିଧାସଳଖ ସେମାନଙ୍କୁ ପଚାରି ବୁଝିଛନ୍ତି । ବନ୍ଧପାଲିସ୍ଥିତ ଟିପିଏସ୍ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ୫ - ଟି ଅଧୀନରେ ହେଉଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି । ସେଠାରେ ଚାଲିଥିବା ସ୍ମାର୍ଟ କ୍ଲାସରୁମ୍, ଆଧୁନିକ ବିଜ୍ଞାନାଗାର ଆଦି ବୁଲି ଦେଖିଛନ୍ତି । ଏହି ରୂପାନ୍ତରଣ କାର୍ଯ୍ୟକ୍ରମ କିଭଳି ସ୍କୁଲର ଶିକ୍ଷା ପରିବେଶରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର କରିବା ଦିଗରେ ସହାୟକ ହୋଇପାରିବ ତା ' ଉପରେ ଅସିତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଏହାପରେ ସେ ହେମଗିର ବ୍ଲକର କମଲଗାଠାରେ ଥିବା ଗ୍ରାମୀଣ ପାଠାଗାର ଏବଂ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ତିଆରି ହୋଇଥିବା କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ । ଅପରାହ୍ନରେ ସେ ସୁନ୍ଦରଗଡ଼ ସଦର ବ୍ଲକରେ ଥିବା ବୃଦ୍ଧାଶ୍ରମ ଏବଂ ଭିନ୍ନକ୍ଷମ ଆଶ୍ରୟ କେନ୍ଦ୍ର ପରିଦର୍ଶନ କରିଥିଲେ । NTPC ହସ୍ପିଟାଲକୁ ଯାଇ ସେଠାରେ ଭିଭିଭୂମି ଓ ଚିକିତ୍ସା ସୁବିଧାର ଅନୁଧ୍ୟାନ କରିଛନ୍ତି । ଏହି ଗସ୍ତ କାର୍ଯ୍ୟକ୍ରମ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ସହ ଜିଲ୍ଲାର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାଶ, ଇଟିଭି ଭାରତ

Last Updated : Oct 6, 2021, 7:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.