ETV Bharat / state

ଲୋକଙ୍କ କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ, ସରକାରୀ ଅର୍ଥ ଆତ୍ମସାତ ! - ବଣାଇଁ ପାନୀୟ ଜଳ ସମସ୍ୟା ଖବର

ବଣାଇଁ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ହଳଦୀକୁଦର ପଞ୍ଚାୟତ ଅନ୍ତର୍ଗତ ସାନଜଲ ଏକ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା । ପିବିଡିଏର ଅଧିକାରୀ ଟଙ୍କା ଆତ୍ମସାତ କରିିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

banai water problem
banai water problem
author img

By

Published : Dec 17, 2022, 12:02 PM IST

banai water problem

ରାଉରକେଲା: ଲାଗିଛି ଆରଓ ପ୍ଲାଣ୍ଟ କିନ୍ତୁ ଆସୁନି ପାଣି । ଆଦିବାସୀ ପାଉଡି ଭୂୟାଁ ପିଉଛନ୍ତି ନାଳ ପାଣି । ସ୍ୱତନ୍ତ୍ର ଏକ ଜନଜାତି ଭୂୟାଁ ସମ୍ପ୍ରଦାୟର ତାଙ୍କ ଉନ୍ନତି ପାଇଁ ସରକାର ଖୁଂଟଗାଁରେ ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ଖୋଲିଛନ୍ତି । ଵଣାଇଁ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ ହଳଦୀକୁଦର ପଞ୍ଚାୟତ ଅନ୍ତର୍ଗତ ସାନଜଲ ଏକ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ, ଏଠାରେ ପାନୀୟ ଜଳ ସମସ୍ୟା ଏକ ନିତିଦିନିଆ ଘଟଣା ।

କିଛି ଦିନ ପୂର୍ବରୁ ଏଠାରେ ସ୍ଥାନୀୟ ପିବିଡିଏ ପକ୍ଷରୁ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ (ଆର୍ ଓ ପ୍ଲାଣ୍ଟ) ନିର୍ମାଣ କରାଯାଇଥିଲା । ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ନିମ୍ନ ମାନର ଉପକରଣ ଯୋଗୁଁ ପ୍ରକଳ୍ପଟି ମାତ୍ର ଦୁଇ ଦିନ ଚାଲିବା ପରେ ଏବେ ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡିଛି । ସାନଜଳ ଗ୍ରାମରେ ଏନଜିଓ ସଂସ୍ଥା ପକ୍ଷରୁ ଏକ ପ୍ରକଳ୍ପ ନିର୍ମାଣ ହେଲା ସେଠାରେ ଲକ୍ଷ ଲକ୍ଷ ଟଙ୍କାର ସୋଲାର ପ୍ୟାନେଲ, ବ୍ୟାଟେରୀ ଓ (ଆର୍ ଓ ) ପ୍ଲାଣ୍ଟର ସମସ୍ତ ଯନ୍ତ୍ରାଂଶ ଲାଗିଲା କିନ୍ତୁ ଦୁଇ ତିନି ଦିନ ଚାଲିଲା ପରେ ଏବେ ଅବ୍ୟବହୃତ ହୋଇ ଖତ ଖାଇବାରେ ଲାଗିଛି । ସୋଲାର, ବ୍ୟାଟେରୀ, ମେସିନ ଲାଗିଛି ସତ କିନ୍ତୁ ନିମ୍ନ ମାନର ଉପକରଣ ହୋଇଥିବାରୁ ଏବେ ବନ୍ଦ ହୋଇପଡିଛି । ଏ ଵାଵଦରେ ମିଳିଥିବା ମଞ୍ଜୁର ଅର୍ଥରୁ କାର୍ଯ୍ୟ କରୁଥିବା (ପିବିଡିଏ)ର ଅଧିକାରୀ ଅଧା ଚଳୁ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହୋଇନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆଉଟୁ ପାଉଟୁ ହୋଇ ନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନାର ଅନୁଦାନ ବାଟମାରଣା ହୋଇ ମୂଲ୍ୟବାନ ପ୍ରକଳ୍ପ ଗୁଡ଼ିକ ଅଧାରେ ଅଟକି ନଷ୍ଟ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ମୋଦିଙ୍କ ବିରୁଦ୍ଧରେ ପାକ୍ ବିଦେଶ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟ, ନିନ୍ଦା କଲା ଭାରତ

ଯାହାର ସୁଫଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସାଧାରଣ ଲୋକ । ବର୍ଷେ ହୋଇଯିବ ଏହି ପ୍ରକଳ୍ପ ବନ୍ଦ ହୋଇପଡିଥିବା ବେଳେ ପିବିଡିଏ ସଂସ୍ଥା ଭଲ କାର୍ଯ୍ୟକୁ ତଦାରଖ ପାଇଁ ରଖିଥିବା ବେଳେ କୌଣସି କାର୍ଯ୍ୟକୁ ଏନଜିଓ ଓ ପିବିଡିଏ କର୍ମଚାରୀ ମଧୁଚନ୍ଦ୍ରିକା ହୋଇ କାର୍ଯ୍ୟ କରିଥିବା ବେଳେ ଉପଭୋକ୍ତାମାନେ ତଥା ନିରୀହ ଆଦିବାସୀ ମାନେ ହଇରାଣ ହେଉଛନ୍ତି । ତେଣୁ ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗରିବ ଲୋକଙ୍କ ସ୍ବାସ୍ଥ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏନେଇ ପ୍ରକଳ୍ପ ପ୍ରବନ୍ଧକ ପ୍ରତିକ୍ରିୟା ଦେଇଛନ୍ତି," ଆମେ ଏ ସମ୍ପର୍କରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବୁ। ଖୁବଶୀଘ୍ର କିଭଳି ଏହି ଅସୁବିଧା ଦୂର ହେବ ତାହା ଚେଷ୍ଟା କରାଯିବ ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.