ETV Bharat / state

ଟୋଲ ପ୍ଲାଜାକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ, ଟୋଲ ଗେଟ୍ ଖୋଲିବାରୁ ତୀବ୍ର ବିରୋଧ

ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଟୋଲ ପ୍ଲାଜାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

author img

By

Published : Apr 5, 2023, 4:00 PM IST

villagers protest
villagers protest
villagers protest

ବାରିପଦା: ଟୋଲ ପ୍ଲାଜାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଟୋଲ ପ୍ଲାଜା ଖୋଲିବା ନେଇ ସ୍ଥାନୀୟ ଲୋକେ ଘୋର ବିରୋଧ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଉପରେ ଟୋଲ ପ୍ଲାଜାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଟୋଲ୍‌ ପ୍ଲାଜା ଖୋଲିବାକୁ କମ୍ପାନୀ ପକ୍ଷରୁ ଯୋଜନା ଆରମ୍ଭ କରା ଯାଉଥିବା ଜାଣିପାରି ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ ଏବଂ କିଛି ସଂଗଠନ ଜାତୀୟ ରାଜପଥର କାର୍ଯ୍ଯ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଟିକସ ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିରୋଧ କରିଛନ୍ତି ।

ତେବେ ଝାରପୋଖରିଆ ଥାନା ସମ୍ମୁଖ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଏକ ଓଭର ବ୍ରିଜ ରହିଛି । ତାହା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ଓଭର ବ୍ରିଜଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଥିବା ବେଳେ କିଛି ମାସ ପୂର୍ବରୁ ଏକ ଟ୍ରକ୍ ସେହି ଓଭର ବ୍ରିଜ ଦେଇ ଯିବା ସମୟରେ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା। ଯାହା ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ବେଳେ ଚାଳକ ଜଣକ ମୃତ୍ୟୁବରଣ କରିଥିଲେ ।

ସେହିପରି ଝାରପୋଖରିଆ ଛକ ନିକଟ ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର କାର୍ଯ୍ଯ ମଧ୍ୟ ଅଧପନ୍ତରିଆ ଭାବେ ପଡ଼ି ରହିଛି । ସେହି ସ୍ଥାନରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟିବା ଯୋଗୁଁ ମୂଲ୍ୟବାନ ଜୀବନ ଚାଲି ଯାଉଥିବା ସୂଚନା ରହିଛି । ଏହି ସବୁ ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ରୂପେ ଜାତୀୟ ରାଜପଥର ଅଧିକାରୀଙ୍କ ଭୁଲ ରହିଥିବା ଅଭିଯୋଗ ହୋଇଛି । ଝାରପୋଖରିଆ ଛକ ନିକଟରେ ୧୮ନଂ ଜାତୀୟ ରାଜପଥ ଓ ୪୯ନଂ ଜାତୀୟ ରାଜପଥର ସଂଯୋଗ ହୋଇଛି । ତେଣୁ ସେଠାରେ ଥିବା ଓଭର ବ୍ରିଜ ଓ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରାଯାଇଛି ।

ତେବେ ପୂର୍ବରୁ ମଧ୍ୟ ଝାରପୋଖରିଆ ଟୋଲ ପ୍ଲାଜା ଖୋଲିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହିତ କିଛି ସଂଗଠନ ଘୋର ବିରୋଧ କରି ଟୋଲ୍ ପ୍ଲାଜାକୁ ବନ୍ଦ କରି ଦିଆଯାଇଥିଲା । ତେବେ ଜାତୀୟ ରାଜପଥର କାର୍ଯ୍ଯ ସମ୍ପୂର୍ଣ୍ଣ ନକରି ଟିକସ ଆଦାୟ କରିବାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ କୌଣସି ସୂତ୍ରରୁ ଟୋଲ ପ୍ଲାଜା ଖୋଲୁଥିବା ଖବର ପାଇ ବିରୋଧ ପ୍ରଦର୍ଶନ କରିଛନ୍ତି ଶତାଧିକ ସ୍ଥାନୀୟ ଲୋକ । ପୂର୍ବରୁ ଏ ସମ୍ପର୍କରେ ବାଙ୍ଗିରିପୋଷି ଅଞ୍ଚଳରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓଭର ବ୍ରିଜ ଓ ରାସ୍ତା କାମ ସମ୍ପୂର୍ଣ୍ଣ ଶେଷ ନକରି ଟୋଲ ଫି ଆଦାୟ କରି ପାରିବେ ନାହିଁ ବୋଲି ଜିଦରେ ଅଡ଼ି ବସିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.