ETV Bharat / state

ସୁନ୍ଦରଗଡରେ ଦୁଇ ଜଣଙ୍କୁ କଚାଡି ମାରିଲା ହାତୀ

author img

By

Published : Feb 21, 2023, 11:06 AM IST

ସୁନ୍ଦରଗଡ ଜିଲ୍ଲାରେ ହାତୀ ଆତଙ୍କ । ଦୁଇ ଜଣ ବ୍ୟକ୍ତିଙ୍କୁ କଚାଡି ମାରିଲା ହାତୀ । ଅଧିକ ପଢନ୍ତୁ

Two killed elephant attacks
Two killed elephant attacks
Two killed elephant attacks

ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ହାତୀ । ଗତକାଲି(ସୋମବାର) ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣ ଯୋଗୁଁ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡର ବିଶ୍ରା ବନାଞ୍ଚଳ ଓ ବରସୁଆଁ ରେଞ୍ଜ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ମୃତକ ହେଉଛନ୍ତି ଫୁଲଝର ଗ୍ରାମର ଆରି କୁମ୍ଭାର ଓ ରେଙ୍ଗୁଆ ଗ୍ରାମର କବି ନାଏକ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଫୁଲଝର ଗ୍ରାମର ଆରି କୁମ୍ଭାର ନିକଟସ୍ଥ ପଡିଆକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହଠାତ ଏକ ଦନ୍ତାହାତୀ ସାମ୍ନାକୁ ଆସିଯାଇଥିଲା । ହାତୀଟିକୁ ଦେଖିବା ପରେ ଆରି ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ହାତୀଟି ଶୁଣ୍ଡରେ ଆରିଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଖବର ପାଇ ବିଶ୍ରା ପୋଲିସ, ବନବିଭାଗର ରେଞ୍ଜର ଓ ଫରେଷ୍ଟର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ସୋମବାର ବରସୁଆଁ ରେଞ୍ଜ ଡେଙ୍ଗୁଳା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ରେଙ୍ଗୁଆ ଗ୍ରାମର କବି ନାଏକ ନିଜ ଜମିରେ ଚାଷ କରିଥିବା ପନିପରିବାକୁ ଜଗିବା ପାଇଁ ଏକ କୁଡିଆ କରି ସେଠାରେ ରହୁଥିଲେ । ଗତକାଲି ହଠାତ ଏକ ହାତୀ କବି ନାଏକର କୁଡ଼ିଆ ନିକଟକୁ ଚାଲି ଆସିଥିଲା । ହାତୀ ଆସୁଥିବା ଶବ୍ଦ ଶୁଣି କୁଡ଼ିଆରୁ ବାହାରି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ କବି ନାଏକ । ଫଳରେ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡିବା ସହ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ବନବିଭାଗ କର୍ମଚାରୀ ଓ କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ଡାକ୍ତରଖାନାକୁ ପଠାଇଥିଲେ । ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ଅନ୍ତ୍ୟଷ୍ଟି କ୍ରିୟା ପାଇଁ ୪୦ ହଜାର ଟଙ୍କାର ସହାୟତା ଦେବା ସହିତ ଅଳ୍ପ ଦିନ ମଧ୍ୟରେ ସରକାରୀ ନିୟମ ଅନୁସାରେ ସମସ୍ତ ପ୍ରକାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବା ପାଇଁ ରେଞ୍ଜ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ବଢିଚାଲିଥିବା ବେଳେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ବନ ବିଭାଗ ହାତୀ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ହାତୀ ଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.