ETV Bharat / state

ବିନା ନମ୍ବରରେ ଚାଲାଣ ହେଉଥିଲା କୋଇଲା, 2 ଗିରଫ - coal thieves were arrested

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଲିସ ଦ୍ୱାରା ଦୁଇ ଜଣ କୋଇଲା ଚୋର ଗିରଫ । 6 ଟନ 40 କିଲୋଗ୍ରାମ ଓଜନର ଚୋରା କୋଇଲା ସହ ଦୁଇଟି ଗାଡି ଜବତ । ଅଧିକ ପଢନ୍ତୁ...

ବିନା ନମ୍ବରରେ ଚାଲାଣ ହେଉଥିଲା କୋଇଲା, 2 ଗିରଫ
ଦୁଇ ଜଣ କୋଇଲା ଚୋର ଗିରଫ, ବିପୁଳ କୋଇଲା ସହ ଦୁଇଟି ଗାଡି ଜବତ
author img

By

Published : Feb 26, 2021, 10:15 PM IST

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ପୋଲିସ 2 ଜଣ କୋଇଲା ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଗାଡି ଓ 6 ଟନ 40 କିଲୋଗ୍ରାମ ଓଜନର କୋଇଲା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ସୁଦର୍ଶନ ବାରିକ ଓ ରୋହିତ କିଶାନ । ଅଭିଯୁକ୍ତ ଦୁହିଁଙ୍କ ଘର ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଶଙ୍କରାପୋଷ ବୋଲି ଲେଫ୍ରିପଡା ପୋଲିସ କହିଛି ।

ଦୁଇ ଜଣ କୋଇଲା ଚୋର ଗିରଫ, ବିପୁଳ କୋଇଲା ସହ ଦୁଇଟି ଗାଡି ଜବତ

ଜବତ ଗାଡି ଦୁଇଟି ମଧ୍ୟରୁ ଗୋଟିକରେ ନମ୍ବର ଥିବା ବେଳେ ଅନ୍ୟଟି ବିନା ନମ୍ବରରେ ଚାଲୁଥିଲା । OD-16A-9936 ଗାଡିରୁ 2 ଟନ 450 କିଲୋଗ୍ରାମ କୋଇଲା ଜବତ ହୋଇଥିବା ବେଳେ ବିନା ନମ୍ବର ଗାଡିରୁ 3 ଟନ 590 କିଲୋଗ୍ରାମ କୋଇଲା ଜବତ ହୋଇଛି । ତେବେ ଅଭିଯୁକ୍ତଙ୍କୁ ପୋଲିସ ଦଫା 379/411/34 IPC/21 MMDR ଧାରାରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେମଗିର ଅଞ୍ଚଳରୁ ଏହି କୋଇଲା ଚୋରାରେ ନେଇ ଚାଲାଣ କରିବାକୁ ଯାଉଥିଲା ବେଳେ ପୋଲିସ ସୁରଗୁଡା ଛକରୁ ଏମାନଙ୍କୁ ଗିରଫ କରିଥିଲା ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.