ETV Bharat / state

ରୋଜଗାର ଦେଉଛି ଖଲିପତ୍ର ପ୍ରସ୍ତୁତି, ସ୍ବାବଲମ୍ବୀ ହୋଇଛନ୍ତି ୨୭୦୦ରୁ ଅଧିକ ଆଦିବାସୀ ମହିଳା - ବନ ଧନ ବିକାଶ କାର୍ଯ୍ୟକ୍ରମ

ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଖଲିପତ୍ର ପ୍ରସ୍ତୁତି । ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏହି ଖଲିପତ୍ର ଓ ଠୋଲା ପ୍ରସ୍ତୁତ କରାଯାଉଛି । ଅଧିକ ପଢ଼ନ୍ତୁ

ରୋଜଗାର ଦେଉଛି ଖଲିପତ୍ର ପ୍ରସ୍ତୁତି
ରୋଜଗାର ଦେଉଛି ଖଲିପତ୍ର ପ୍ରସ୍ତୁତି
author img

By

Published : Mar 15, 2023, 10:26 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କୁ ରୋଜଗାରର ନୂଆ ରାସ୍ତା ଦେଖାଇଛି ଖଲିପତ୍ର ପ୍ରସ୍ତୁତି । ଆଧୁନିକ ମେସିନ ସାହାଯ୍ୟରେ ମହିଳାମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ରର ଏବେ ବଜାରରେ ବେଶ ଚାହିଦା ରହିଛି । ଫଳରେ ସୁନ୍ଦରଗଡ଼ର ପ୍ରାୟ ୨୭୦୦ରୁ ଅଧିକ ମହିଳା ଏହି ଖଲିପତ୍ର ପ୍ରସ୍ତୁତିରେ ନିୟୋଜିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

'କ୍ଷୁଦ୍ର ଶିଳ୍ପରେ ପରିଣତ ହେବ ଖଲିପତ୍ର ପ୍ରସ୍ତୁତି': ବନ ଧନ ବିକାଶ କାର୍ଯ୍ୟକ୍ରମ (ଭିଡିଭିକେ) ଅଧୀନରେ ଏହି ଖଲିପତ୍ର ଓ ଠୋଲା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏନେଇ ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି, "ଆଗରୁ ଆଦିବାସୀ ମହିଳାମାନେ ହାତରେ ଖଲିପତ୍ର ତିଆରି କରି ପାଖ ବଜାରରେ ବିକ୍ରି କରୁଥିଲେ । ହେଲେ ସେମାନଙ୍କୁ ପରିଶ୍ରମ ଅନୁସାରେ ଉଚିତ ପାରିଶ୍ରମିକ ମିଳୁନଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏସଏଚଜି ମହିଳାମାନଙ୍କୁ ସାମିଲ କରାଯାଇ ଖଲିପତ୍ର ତିଆରି ପାଇଁ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ଏହାର ବିକ୍ରିବଟା ପାଇଁ ବଜାର ସୁବିଧା ମଧ୍ୟ କରାଯାଉଛି । ଆଗାମୀ ଦିନରେ ଏହାର କାର୍ଯ୍ୟ ପରିସରକୁ ବ୍ୟାପକ କରାଯାଇ କ୍ଷୁଦ୍ର ଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି ।"

ଖଲିପତ୍ର ପ୍ରସ୍ତୁତି ସରଞ୍ଜାମ ସହ ଦିଆଯାଉଛି ତାଲିମ: ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୮ଟି ଭିଡିଭିକେ ୟୁନିଟ ରହିଛି । ସେହି ମଧ୍ୟରୁ ବାଲିଶଙ୍କରା, ଟାଙ୍ଗରପାଲି, ସବଡେଗା, ଲେଫ୍ରିପଡ଼ା ଏବଂ ହେମଗିର ବ୍ଲକରେ ଥିବା ୯ଟି ଭିଡିଭିକେ ୟୁନିଟର ମହିଳାମାନେ ଏହି ଖଲିପତ୍ର ତିଆରି କରୁଛନ୍ତି । ଏଥିପାଇଁ ସେମାନଙ୍କୁ ଷ୍ଟିଚିଂ ଓ ପ୍ରେସ୍ ମେସିନ ସହିତ ଓଜନ ମେସିନ ଆଦି ମାଗଣାରେ ଯୋଗାଇ ଦିଆଯାଇଛି । ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମହିଳାମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି । ଏନେଇ ସବଡେଗା ଭିଡିଭିକେ ୟୁନିଟର ସମ୍ପାଦିକା ସବିତା ମାଝି କହିଛନ୍ତି, "ଆମେ ମିଳିମିଶି ଜଙ୍ଗଲରୁ ପତ୍ର ସଂଗ୍ରହ କରିବା ସହିତ ମେସିନରେ ଖଲିପତ୍ର ତିଆରି କରୁଛୁ । ଏହି କାମ ପାଇଁ ଆମକୁ ମେସିନ ମିଳିଛି । ଫଳରେ ସୁବିଧାରେ ଆମେ ଖଲିପତ୍ର ତିଆରି କରି ବଜାରରେ ବିକ୍ରି କରିପାରୁଛୁ ।" ସେହିଭଳି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପିଙ୍କି ମେହେର କହିଛନ୍ତି, "ଆମେ ତିଆରି କରୁଥିବା ଖଲିପତ୍ରର ଭଲ ଚାହିଦା ରହିଛି । ଆମେ ଏହାକୁ ପାଖ ବଜାରରେ ବିକ୍ରି କରିବା ସହିତ ବିଭିନ୍ନ ମେଳା ଓ ମହୋତ୍ସବକୁ ମଧ୍ୟ ଯାଉଛୁ । ଲୋକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି । ଆଗ ଅପେକ୍ଷା ଆମକୁ ଅଧିକ ଲାଭ ମିଳୁଛି ।"

ଏମିତି ପ୍ରସ୍ତୁତ ହେଉଛି ଖଲିପତ୍ର: ତେବେ ଖଲିପତ୍ର ପ୍ରସ୍ତୁତିରେ ଏବେ ମେସିନ ବ୍ୟବହାର କରାଯିବା ଫଳରେ କମ୍ ସମୟରେ ଅଧିକ ଉତ୍ପାଦନ ହୋଇପାରୁଛି । ଗୋଟିଏ ଭିଡିଭିକେ ୟୁନିଟରେ ଏବେ ଦିନକୁ ପ୍ରାୟ ୧୨୦୦ରୁ ୧୫୦୦ ଖଲିପତ୍ର ପ୍ରସ୍ତୁତ ହୋଇପାରୁଛି । ଆଇଟିଡିଏ ତରଫରୁ ବଜାର ସୁବିଧା କରାଯାଇଥିବାରୁ ଆଦିବାସୀ ବର୍ଗର ମହିଳାମାନେ ଆଗ ଅପେକ୍ଷା ଭଲ ରୋଜଗାର କରିପାରୁଛନ୍ତି । ଭିଡିଭିକେ ୟୁନିଟର ମହିଳାମାନେ ପାଖ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଏହାକୁ ଖରାରେ ଶୁଖାଇ ଷ୍ଟିଚିଂ ପାଇଁ ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ଖଡ଼ିକାରେ ଷ୍ଟିଚିଂ କରିବା ପରେ ଏହାକୁ ମେସିନରେ ସିଲେଇ କରାଯାଇଥାଏ । ଷ୍ଟିଚିଂ ହୋଇଥିବା ପତ୍ରକୁ ପ୍ରେସ୍ ମେସିନରେ ପ୍ରେସ୍ କରାଯାଇ ଖଲିପତ୍ର ତିଆରି କରାଯାଇଥାଏ । ଆଦିବାସୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ ପାରମ୍ପରିକ ଜ୍ଞାନ ଓ ଦକ୍ଷତା ଆଧାରରେ ଜୀବିକାର ବ୍ୟାପକ ସୁଯୋଗ ଦେବା ପାଇଁ 'ବନ ଧନ ବିକାଶ କର୍ଯ୍ୟକ୍ରମ' ଲାଗୁ କରାଯାଇଛି । ବିଶେଷକରି ଆଦିବାସୀ ମହିଳାମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ବିଭିନ୍ନ ନୂଆନୂଆ କାମରେ ନିୟୋଜିତ କରାଯାଉଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.