ରାଉରକେଲା: ସୁନ୍ଦରଗଡ଼ ଆଦିବାସୀ ଲୋକଙ୍କ ଏକ ଗଣ ପର୍ବ ହେଉଛି ପବିତ୍ର ସାରହୁଲ ପର୍ବ । ରାଉରକେଲାରେ ପାଳନ ହେଇଛି ପବିତ୍ର ସାରହୁଲ ପୂଜା । ଆଦିବାସୀ ସମ୍ପ୍ରଦାୟର ଲୋକ ସାରହୁଲ ପର୍ବକୁ ବହୁ ଆଡ଼ମ୍ବର ସହକାରେ ପାଳନ କରନ୍ତି । ସାରହୁଲ କହିଲେ ଶାଳଗଛର ଫୁଲ ବା ସର୍ଗି ଫୁଲକୁ ବୁଝାଏ । ଅଜିଠାରୁ ଏହି ଫୁଲରେ ଫଳ ହେବା ଆରମ୍ଭ ହୁଏ । ନୂଆ ଫଳ, ଫୁଲ ପ୍ରକୃତିର କୋଳରେ ଫୁଟେ । ତେଣୁକରି ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ସାରହୁଲ ପର୍ବ ହେଉଛି ଆଦିବାସୀମାନଙ୍କ ନବବର୍ଷ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହି ଦିନଠାରୁ ନବବର୍ଷ ଆରମ୍ଭ କରନ୍ତି ।
ଏହାକୁ ନେଇ ଆଜି ରାଉରକେଲା ସରନା ପୂଜାସ୍ଥଳରେ ମହାଆଡମ୍ବରରେରେ ପାଳନ କରାଯାଇଛି ମହା ପବିତ୍ର ସାରହୁଲ ପୂଜା । ରାଜ୍ୟ ତଥା ରାଜ୍ୟ ବହାରରୁ ଯେପରି ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଏବଂ ଆସାମ ଭଳି ରାଜ୍ୟ ସହ ନେପାଳର ବହୁ ସଂଖ୍ୟାରେ ଆଦିବାସୀ ଲୋକେ ଆସି ସାରହୁଲ ପୂଜାରେ ଯୋଗ ଦେଇଥିଲେ । ପ୍ରାୟ ତିରିଶ ହଜାର ଲୋକେ ଏଠାରେ ଆସି ଏକତ୍ରିତ ହୋଇ ନିଜର ସମ୍ପ୍ରଦାୟର ନବବର୍ଷ ପୂଜା ପାଳନ କରିଥିଲେ । ରାଉରକେଲା ବିଶ୍ରା ଛକଠାରୁ ଏକ ବିଶାଳ ରାଲି କରି ନିଜ ପରମ୍ପରା ସଂସ୍କୃତିକୁ ନେଇ ସରନା ପୂଜା ସ୍ଥଳଯାଏଁ ଆସିଥିଲେ ।
ଆଦିବାସୀଙ୍କ ପରମ୍ପରା ଅନୁଯାୟୀ, ସୂର୍ଯ୍ୟ ଦେବତା ଏବଂ ଧରିତ୍ରୀ ମାତାଙ୍କ ପୂଜା ଅର୍ଚ୍ଚନା ହୁଏ । ସୂର୍ଯ୍ୟ ଦେବ ଏବଂ ଧରିତ୍ରୀ ମାତାଙ୍କୁ ବିବାହ କରାଯାଏ । କାରଣ ପ୍ରକୃତିର ମୁଖ୍ୟ ଉତ୍ସଭାବେ ସୂର୍ଯ୍ୟ ଓ ଧରିତ୍ରୀ ମଣିଷଙ୍କ ଜୀବନ ଉତ୍ସର ପ୍ରମ୍ମୁଖ ତ୍ସୋତ । ପ୍ରକୃତି ବିନା ଆମର କୌଣସି ଅସ୍ଥିତ୍ୱ ନାହିଁ । ପ୍ରକୃତି ଅଛି ତ ଆମେ ଅଛେ । ଯେହେତୁ ସୂର୍ଯ୍ୟ ଏ ବିନା ପୃଥିବୀରେ ଜୀବନ ଅସମ୍ଭବ । ତେଣୁ ସୂର୍ଯ୍ୟ ଏବଂ ପୃଥିବୀ ବିବାହ ଖୁବ ଧୁମଧାମରେ ପାଳନ କରିଥାନ୍ତି ଆଦିବାସୀମାନେ । ବିବାହ କାର୍ଯ୍ୟ ସରିବା ପରେ ପ୍ରାକୃତିକ ନବବର୍ଷ ପାଳନ କରାଯାଏ କରାଯାଏ ବୋଲି କହିଛନ୍ତି ସରନାର ଜାତୀୟ ଧର୍ମଗୁରୁ । ଆଜିର ଦିନଠାରୁ ପ୍ରକୃତି ସମସ୍ତ ପୃଥିବୀରେ ନୂଆ ଫଳ, ଫୁଲ ସହ ସମସ୍ତ ଜୀବଜନ୍ତୁଙ୍କ ସ୍ୱାଗତ କରେ । ଆଜିର ଦିନକୁ ଆଦିବାସୀ ସମ୍ପ୍ରଦାୟର ଏକ ମହାନ ପର୍ବ ଭାବରେ ପାଳନ କରାଯାଏ ।
ଇଟିଭି ଭାରତ, ରାଉରକେଲା