ETV Bharat / state

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ - ସୁସ୍ମିତା ମିଞ୍ଜ ମାମଲା ଆଦିବାସୀଙ୍କ ବିକ୍ଷୋଭ

ବଢୁଛି ରାଉଲକେଲା ଆସିଷ୍ଟାଣ୍ଟ କଲେକ୍ଟର ମୃତ୍ୟୁ ମାମଲାରେ ତେଜୁଛି ବିରୋଧ । ସୁସ୍ମିତା ମିଞ୍ଜ ସହ ASI ଅଲିସ ଲୁଗୁନ ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ଏକାଠି ହେଲେ ଶହ ଶହ ଆଦିବାସୀ । ଅଧିକ ପଢ଼ନ୍ତୁ

ସୁସ୍ମିତା ମିଞ୍ଜ ଓ ଏଏସଆଇ ଅଲିସ ଲୁଗୁନ ମୃତ୍ୟୁ ମାମଲାରେ ତେଜୁଛି ବିରୋଧ

author img

By ETV Bharat Odisha Team

Published : Oct 3, 2023, 5:57 PM IST

ସୁସ୍ମିତା ମିଞ୍ଜ ଓ ଏଏସଆଇ ଅଲିସ ଲୁଗୁନ ମୃତ୍ୟୁ ମାମଲାରେ ତେଜୁଛି ବିରୋଧ

ରାଉରକେଲା: ଆସିଷ୍ଟାଣ୍ଟ୍‌ କଲେକ୍ଟର ମୃତ୍ୟୁ ମାମଲାରେ ତେଜୁଛି ବିରୋଧ । ସୁସ୍ମିତା ମିଞ୍ଜ୍‌ ସହ ASI ଅଲିସ ଲୁଗୁନ ମୃତ୍ୟୁ ମାମଲାରେ ନ୍ୟାୟ ପାଇଁ ଏକାଠି ହେଲେ ଶହ ଶହ ଆଦିବାସୀ । ନ୍ୟାୟ ଦାବି ନେଇ ଥରହର ହେଲା ରାଉରକେଲା ସହର । ଗୋଟିଏ ପକ୍ଷରେ ମହିଳା ASI ଅଲିସ ଲୁଗୁନଙ୍କୁ ନ୍ୟାୟ ଦାବିରେ ଉଦିତନଗର ଥାନାକୁ ପରିବାର ଲୋକେ ଘେରାଉ କରିଥିବା ବେଳେ ଅନ୍ୟ ପକ୍ଷରେ ଆସିଷ୍ଟାଣ୍ଟ କଲେକ୍ଟର ଏବଂ ମହିଳା ASIଙ୍କୁ ନ୍ୟାୟ ଦାବିରେ ବିକ୍ଷୋଭ କରିଛନ୍ତି ଆଦିବାସୀ ।

କେବେ ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ୍‌ କଲେକ୍ଟର ସୁସ୍ମିତା ମିଞ୍ଜ୍‌ ଏବଂ ମହିଳା ASI ଅଲିସ ଲୁଗୁନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠୁନଥିବା ବେଳେ ଏହାର ସଠିକ ତଦନ୍ତ ପାଇଁ ଦାବି କରିଛନ୍ତି ରାଉଲକେଲାର ଶହ ଶହ ଆଦିବାସୀ । ତେବେ ରାଜରାସ୍ତାରେ ହଜାରହଜାର ଆଦିବାସୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟ ସରକାର ଏବଂ ଜିଲ୍ଲା ଏବଂ ରାଉରକେଲା ପ୍ରଶାସନ ବିରୋଧରେ ଗର୍ଜିଛନ୍ତି । ଆଦିବାସୀ ମହିଳା କେଉଁ କାରଣରୁ ଜିଲ୍ଲାରେ ଅସୁରକ୍ଷିତ ଅଛନ୍ତି ବୋଲି କହି ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏକାଠି ହୋଇ ଦୁଇ ଆଦିବାସୀ ମହିଳାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ମହିଳା କଂଗ୍ରେସର ନିଆରା ପ୍ରତିବାଦ

ଅନ୍ୟପକ୍ଷେ, ରାଉରକେଲାର ଉଦିତନଗର ଥାନା ଘେରାଉ କରିଛନ୍ତି ମୃତ ମହିଳା ASI ଅଲିସ ଲୁଗୁନଙ୍କ ପରିବାର ଲୋକେ । ତେବେ ବସ-କାର ଦୁର୍ଘଟଣାରେ ହୋଇଥିବା ଉତ୍ତେଜନା ସ୍ଥିତି କାବୁ କରିବା ପାଇଁ ଯାଇଥିବା ବେଳେ କିଛି ଲୋକେ ସେଠାରେ ମହିଳା ASI ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ସେଠାରେ ସେ ଗୁରୁତର ଆହତ ହୋଇ ପଡ଼ିଥିଲେ । ଏହାପରେ ହଠାତ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ପରିବାର ଲୋକେ ଦାବି କରିଛନ୍ତି ଯେ ଦୁଇଜଣ ହୋମଗାର୍ଡ ତାଙ୍କ ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ କିନ୍ତୁ ତାଙ୍କୁ ରକ୍ଷା କରିନଥିଲେ । ଏହାସହ ଥାନାକୁ ଆସି ମିଛ ବୟାନ ଦେଇଥିଲେ । ସେମାନଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଉ ଏବଂ ମୁଖ୍ୟ ଦୋଷୀଙ୍କୁ ଗିରଫ କରାଯାଉ । ସେପଟେ ASI ହତ୍ୟା ମାମଲାରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । କିନ୍ତୁ ଭିଡ଼ିଓରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ପରିବାର ଲୋକ ଦାବି କରିଛନ୍ତି । ତେବେ ଏହି ସମସ୍ତ ଦାବି ନପୁରଣ ହେବା ଯାଏଁ ଏଭଳି ଭାବରେ ଧାରଣା ଜାରି ରହିବ ବୋଲି କହିଛନ୍ତି ପରିବାର ଲୋକେ । ଏହାସହ ASI ଅଲିସ ଲୁଗୁନଙ୍କ ଦୁଇ ପିଲାଙ୍କୁ ସଠିକ କ୍ଷତିପୂରଣ ଦିଆଯାଉ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ସୁନ୍ଦରଗଡ଼

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.