ETV Bharat / state

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଚାକିରି କରାଇ ଦେବାକୁ ନେଉଥିଲେ ଲାଞ୍ଚ

author img

By ETV Bharat Odisha Team

Published : Dec 21, 2023, 12:49 PM IST

JE under Vigilance Scanner:ଲାଞ୍ଚ ନେଇ ଧରା ପଡିଲେ TPWODLର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସ । ଗିରଫ କରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ରାଉରକେଲା: ଭିଜିଲାନ୍ସ ଜାଲରେ ଜେଇ । ଲାଞ୍ଚ ନେଇ ଧରା ପଡ଼ିବା ପରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ TPWODLର କନିଷ୍ଠ ଯନ୍ତ୍ରୀ । 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ TPWODLର କନିଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚାକିରି କରାଇ ଦେବାକୁ କହି ଲାଞ୍ଚ ନେଉଥିଲେ ଜେଇ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍‌ ଛକି ବସି କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍ ଧରିଥିଲା ।

ସୂଚନା ମୁତାବକ, ଜଣେ ଯୁବକଙ୍କୁ ଚାକିରି କରାଇ ଦେବାକୁ କହି ଏହି ଲାଞ୍ଚ ନେଉଥିଲେ ସୁନ୍ଦରଗଡ ବଡ଼ଗାଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦାସ । ନିଜ ଚାକିରିର ଏକ ପ୍ରକାର ଅପବ୍ୟବହାର କରୁଥିଲେ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦାସ । ନିଜ ଅଧିନସ୍ଥ ଠିକା କର୍ମଚାରୀ ପ୍ରବୀଣ କୁଲ୍ଲୁଙ୍କୁ ବିଦ୍ୟୁତ ବିଭାଗରେ ରେଗୁଲାର କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏଥିସହ ଲାଞ୍ଚ ମାଗିବା ସହ ଯୁବକଙ୍କୁ ଧମକ ଦେଉଥିଲେ । ୩୦ ହାଜର ଟଙ୍କା ନଦେଲେ ଚାକିରି କରାଇ ଦେବି ନାହିଁ ବୋଲି ଧମକ ଦେଉଥିଲେ । ଏନେଇ ବାଧ୍ୟ ହୋଇ ପୀଡ଼ିତ ଯୁବକ ଜଣଙ୍କ ଭିଜିଲାନ୍ସ ବିଭାଗର ସାହାଯ୍ୟ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ:- ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, 5 ହଜାର ଲାଞ୍ଚ ନେଇ ଗିରଫ

ଯୋଜନା ମୁତାବକ ଜେଇ ରଞ୍ଜନଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଛି । ତେବେ ବଡ଼ଗାଁ ଟାଟା ପାୱାର ଜେଇଙ୍କଠାରୁ ଟଙ୍କା ଜବତ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଜେ.ଇ ରଞ୍ଜନ ଦାସଙ୍କ ୩ଟି ସ୍ଥାନରେ ଚଢ଼ାଉ କରିଛି । ପ୍ରକାଶ ଥାଉକି, ରଞ୍ଜନ ଦାସ ପୂର୍ବରୁ ରାଉରକେଲାର ବନ୍ଧମୁଣ୍ଡାରେ କାର୍ଯ୍ୟ କରୁଥିଲେ । ଏହି ଅଞ୍ଚଳରେ ମଧ୍ୟ ଛୋଟ ବଡ଼ ଲାଞ୍ଚ କାରବାର କରୁଥିଲେ । କିନ୍ତୁ ଭିଜିଲାନ୍ସ ହାବୁଡ଼ରେ ପଡ଼ିନଥିଲେ । ବର୍ତ୍ତମାନ ଲାଞ୍ଚ ନେବା ଅଭିଯୋଗ ପରେ ରଞ୍ଜନଙ୍କ କାର୍ଯ୍ୟାଳୟ, ଘର ସହ ଅନ୍ୟାନ୍ୟ ଜାଗାରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜୋରସୋରରେ ଚାଲିଛି ।

ଏହା ମଧ୍ୟ ପଢନ୍ତୁ:- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ: ପୂର୍ବତନ SDA ପ୍ଲାନିଂ ମେମ୍ବରଙ୍କୁ ବାନ୍ଧିଲା ଭିଜିଲାନ୍ସ

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.