ETV Bharat / state

ବଜ୍ରପାତରେ ବାଳକ ମୃତ

ଏମିତି ବି ଆସେ ମୃତ୍ୟୁ । ଖେଳୁଥିବା ବେଳେ ନିରିହ ବାଳକର ଜୀବନ ନେଇଗଲା କାଳ ବଜ୍ରପାତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା
author img

By

Published : Jun 15, 2019, 9:32 PM IST

ରାଉରକେଲା: ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁରେ ଘଟିଛି ଅଘଟଣ । ବଜ୍ରପାତ ଯୋଗୁଁ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ 5 ଜଣ ଆହାତ ହୋଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ରାଉରକେଲା

ଆଜି (ଶନିବାର) ରଜ ସଂକ୍ରାନ୍ତି ହୋଇଥିବାରୁ ସଦର ଥାନା ସୁବଳିଆ ଗ୍ରାମରେ ପିଲାମାନେ ଏକ ଜାମୁ କୋଳି ଗଛ ପାଖରେ ଖେଳୁଥିଲେ । କିନ୍ତୁ ହଠାତ୍ କାଳର କରାଳ ରୂପ ଧରି ମାଡ଼ି ଆସିଥିଲା ଘଡ଼ଘଡ଼ି ଓ ଝଡ଼ ପବନ । ସମୁଦାୟ 6 ଜଣ ପିଲା ସେଠାରେ ଖେଳୁଥିବା ବେଳେ ଜାମୁ କୋଳି ଗଛ ଉପରେ ବଜ୍ରାଘାତ ହୋଇଥିଲା । ଫଳରେ ସେଠାରେ ଖେଳୁଥିବା 10 ବର୍ଷର ବାଳକ ମୌସୁମ ନାଏକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଆହାତ ହୋଇଥିଲେ ।

ମୌସୁମର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା । ଆହାତ ହୋଇଥିବା ଅନ୍ୟ ପାଞ୍ଚଜଣଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ବଜ୍ରପାତରେ ରେ ବାଳକ ମୃତ
ରାଉରକେଲା-ସୁନ୍ଦରଗଡ ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ା ରେ ବଜ୍ରପାଟ ଯୋଗୁ ଜଣେ ବାଳକ ର ମୃତ୍ୟୁ ହୋଇ ଥିବା ବେଳେ ଅନ୍ୟ 5 ଜଣ ଚିକିତ୍ସାଧୀନ ଅଛନ୍ତି।
Body: ସଦର ଥାନା ସୁବଳିଆ ଗାଁ ଯାଏସରିଆ ପଡ଼ା ରେ ଏକ ଜାମୁ କୋଳି ଗଛ ତଳେ ୬ ଜଣ କେତେ ପିଲା ଖେଳୁ ଥିବା ବେଳେ ହଠାତ ଘଡଘଡି ଏବଂ ଝଡ଼ ପବନ ଆରମ୍ଭ ହୋଇଥିଲା । ଗଛ ନିକଟ ରେ ଆହୁରି କିଛି ମହିଳା ଏବଂ ପୁରୁଷ ମଧ୍ୟ ଛିଡା ହୋଇଥିଲେ । ତେବେ ଅଚାନକ ସେହି ଜାମୁ କୋଳି ଗଛ ଉପରେ ବଜ୍ରାଘାତ ହୋଇଥିଲା ଯାହା ଫଳରେ ତଳେ ଖେଳୁଥିବା ୧୦ ବର୍ଷ ବୟସ ର ବାଳକ ମୌସୁମ ନାଏକ ଗୁରୁତର ଆହତ ହେବା ସହ ଅନ୍ୟ ପାଞ୍ଚ ଜଣ ନିଳିମା ନାଏକ, ସୁଭମ କିଷାନ, ଯଶୋଦା ପ୍ରଧାନ ସହ ଅନ୍ୟ ଦୁଇ ବାଳକ ଛିଟିକି ପଡି ଆହତ ହୋଇଥିଲେ । ଗୁରୁତର ମୌସୁମ କୁ ତୁରନ୍ତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିବା ସମୟରେ ବାଟ ରେ ତାର ମୃତ୍ୟୁ ଘଟିଥିଲା । ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି ।Conclusion:ଆଜି ସନ୍ଧ୍ୟା ରେ ଜୋରଦାର ଘଡଘଡି ସହିତ ଜିଲ୍ଲା ରେ ଝାଡ଼ତୋଫାନ ତଥା ବର୍ଷା ହୋଇ ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.