ETV Bharat / state

ଗୋଟିଏ ଟ୍ରାକ୍‌ରେ ବନ୍ଦେ ଭାରତ ସମେତ ୩ ଟ୍ରେନ୍‌, ଅଳ୍ପକେ ଟଳିଲା ଦୁର୍ଘଟଣା !

author img

By ETV Bharat Odisha Team

Published : Nov 21, 2023, 6:11 PM IST

ଗୋଟିଏ ଟ୍ରାକ୍‌ରେ ପଳେଇ ଆସିଲେ ବନ୍ଦେ ଭାରତ ସମେତ ୩ ଟ୍ରେନ୍‌ । ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା ! ରାଉରକେଲା ଷ୍ଟେସନ ମ୍ୟାନେଜର କହିଲେ ଅଟୋମେଟିକ୍‌ ସିଗ୍‌ନାଲ୍‌ ସିଷ୍ଟମ୍‌ରେ ଏପରି ହୁଏ । ଭୟଭୀତ ହେବାର କୌଣସି କାରଣ ନାହିଁ । ଅଧିକ ପଢ଼ନ୍ତୁ

ଗୋଟିଏ ଟ୍ରାକ୍‌ରେ ବନ୍ଦେ ଭାରତ ସମେତ ୩ ଟ୍ରେନ୍‌

ରାଉରକେଲା: ଟଳିଲା ଏକ ବଡ଼ ରେଳ ଦୁର୍ଘଟଣା ! ଅଳ୍ପକେ ଧକ୍କା ହେବରୁ ବର୍ତ୍ତିଲେ ତିନୋଟି ଟ୍ରେନ ! ଏଭଳି ସ୍ଥିତି ଦେଖି ଭୟଭୀତ ଶହ ଶହ ଯାତ୍ରୀ । ଗୋଟିଏ ଟ୍ରାକ୍‌ରେ ଆସି ଯାଇଥିଲେ ରାଉରକେଲା- ହଟିଆ ମେମୁ, ଝାରସୁଗୁଡ଼ା- ରାଉରକେଲା ମେମୁ ଓ ବନ୍ଦେ ଭାରତ ଏକ୍ସପ୍ରେସ । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ଖେଳିଯାଇଥିଲା । ରାଉରକେଲା ରେଲ୍‌ୱେ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ବାସନ୍ତୀ କଲୋନୀ ମାଲ ଗୋଦାମ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ଅଧଘଣ୍ଟା ଧରି ଅଟକି ରହିଥିଲା ୩ଟି ଯାକ ଟ୍ରେନ । ଏହାପରେ ଟ୍ରାକ୍‌ କ୍ଲିୟର ହେବାପରେ ପୁଣି ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି ।

ତେବେ କେଉଁ ପରିସ୍ଥିତିରେ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଲା ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଉପରେ ଗୁରୁତ୍ବାରୋପ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି । ସେପଟେ ଏହି ଖବର ପ୍ରସାରିତ ହେବା ପରେ ଏହି ଘଟଣାକୁ ରୋକିବା ପାଇଁ ବର୍ଦ୍ଧିତ ସୁରକ୍ଷା ପ୍ରୋଟୋକଲ୍ ଏବଂ ଉନ୍ନତ ଭିତ୍ତିଭୂମିର ଆବଶ୍ୟକତା ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ରାଉରକେଲା ନିକଟରେ ଘଟିଥିବା ଏହି ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଟ୍ରାକ୍‌ରେ ସମ୍ଭାବ୍ୟ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଗୋଟିଏ ଟ୍ରାକରେ ୩ଟି ଟ୍ରେନ ! ଭୁବନେଶ୍ବରରେ ଟଳିଲା ଟ୍ରେନ ଦୁର୍ଘଟଣା

ସେପଟେ କିନ୍ତୁ ଏହି ଘଟଣାରେ କୌଣସି ତ୍ରୁଟି ନାହିଁ ବୋଲି କହିଛନ୍ତି ରାଉରକେଲା ଷ୍ଟେସନ ମ୍ୟାନେଜର । ଏନେଇ ପ୍ରଶ୍ନ କରାଯିବାରୁ ଇଟିଭି ଭାରତକୁ ଉତ୍ତର ଦେଇ ସେ କହିଛନ୍ତି, "ରାଉରକେଲା ଷ୍ଟେସନରୁ ପାନପୋଷ ଷ୍ଟେସନ ମଧ୍ୟରେ ଅଟୋମେଟିକ୍‌ ସିଗନାଲ ସିଷ୍ଟମ ଲାଗୁ ହୋଇଛି । ଅଟୋମେଟିକ୍‌ ସିଗ୍‌ନାଲ ସିଷ୍ଟମରେ ଏଭଳି ଗୋଟିଏ ଟ୍ରାକ୍‌ରେ ୩ଟିରୁ ୪ଟି ଟ୍ରେନ ବିନା କୌଣସି ଅଘଟଣରେ ରହି ପାରିବେ । ଏହା କୌଣସି ତ୍ରୁଟି ନୁହେଁ । ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ।" ସେପଟେ ଏହି ଘଟଣାକୁ ନେଇ ରେଳଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣାମାନ ଘଟୁଥିବାରୁ ଏହା ଉପରେ ରେଳ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.