ETV Bharat / state

ବିଭିନ୍ନ ବ୍ଲକର ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ

author img

By

Published : Feb 10, 2021, 6:31 PM IST

ଆଜି ସୁନ୍ଦରଗଡକୁ ଓଡିଶା ସରକାରଙ୍କ ପଞ୍ଚାୟତରାଜ, ହାଉସିଂ ଆଣ୍ଡ ଅର୍ବାନ ଡେଭଲପମେଣ୍ଟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିଛନ୍ତି । ଏହି ଅବସରରେ ଟାଙ୍ଗରପାଲି, ହେମଗିର, ଲେଫ୍ରିପଡା, ବାଲିଶଙ୍କରା ଓ ସବଡେଗା ବ୍ଲକର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

ସୁନ୍ଦରଗଡ ବିଭିନ୍ନ ବ୍ଲକର ସମୀକ୍ଷା କଲେ ପଞ୍ଚାୟତରାଜ ମନ୍ତ୍ରୀ

ସୁନ୍ଦରଗଡ : ଓଡିଶା ସରକାରଙ୍କ ପଞ୍ଚାୟତରାଜ, ଗୃହ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି ସୁନ୍ଦରଗଡ ଗସ୍ତ କରିଛନ୍ତି । ଏହି ଅବସରରେ ଟାଙ୍ଗରପାଲି, ହେମଗିର, ଲେଫ୍ରିପଡା, ବାଲିଶଙ୍କରା ଓ ସବଡେଗା ବ୍ଲକର ସମୀକ୍ଷା କରିଛନ୍ତି । ମନ୍ତ୍ରୀଙ୍କ ଏହି ସମୀକ୍ଷାରେ ନିର୍ଦ୍ଦିଷ୍ଟ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହି ମନ୍ତ୍ରୀଙ୍କ ସମୀକ୍ଷାର ଉତ୍ତର ଦେଇଥିଲେ । ମନ୍ତ୍ରୀଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଓ ବିଭିନ୍ନ ଲାଇଙ୍ଗ ଅଫିସର ମାନେ ଉପସ୍ଥିତ ଥିଲେ ।

ତେବେ ମନ୍ତ୍ରୀ ପ୍ରଥମେ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ସମସ୍ତ ବିଷୟ ସମୀକ୍ଷା କରିବାସ ସହ ଟାଙ୍ଗରପାଲି ବିଡିଓଙ୍କ କର୍ତ୍ତବ୍ୟ ନିଷ୍ଠାକୁ ପ୍ରସଂଶା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ଆସିଥିବା ସମସ୍ତ ଟଙ୍କା ଏହି ବ୍ଲକରେ ଉଚ୍ଚିତ ମାର୍ଗରେ ଓ ପୂର୍ଣ୍ଣତାର ସହିତ ଖର୍ଚ୍ଚ କରାଯାଇଥିବା କଥା ସେ କହିଛନ୍ତି । ଟାଙ୍ଗରପାଲି ବିଡିଓ ଅତି ନିଷ୍ଠାର ସହ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ କରିଥିବା କଥା ସେ କହିଛନ୍ତି । ତେବେ ଟାଙ୍ଗରପାଲି ବ୍ଲକର ପାନୀୟ ଜଳ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ସେନେଇ ପଦକ୍ଷେପ ନେବାସହ ଆସନ୍ତା ଦୁଇ ବର୍ଷ ମଧ୍ୟରେ ବ୍ଲକର ସମସ୍ତ ହିତାଧିକାରୀଙ୍କ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ ସାରା ଜିଲ୍ଲାରେ ସମସ୍ତଙ୍କ ଘରକୁ ଯେପରି ପିଇବା ପାଣି ପହଞ୍ଚେ ସେନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଥିବା କଥା ସେ କହିଛନ୍ତି । ଘରକୁ ଘର ପାନୀୟ ଜଳ ଯୋଗାଣ ସ୍ୱାଗତ ଯୋଗ୍ୟ । ହେଲେ ଏହି ପାଣି ଇବ ନଦୀର ନହୋଇ ହୀରାକୁଦରୁ ଆଣିବା ଯୋଜନା ସୁନ୍ଦରଗଡ ବାସୀଙ୍କ ପାଇଁ କେତେଦୂର ଶୁଭଙ୍କର ସେନେଇ ସଦର ବିଧାୟିକା କୁସୁମ ଟେଟେ ଭ୍ରକୁଞ୍ଚନ କରିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.