ETV Bharat / state

ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ରାସ୍ତା ଜାମ

ସୁନ୍ଦରଗଡ ଜିଲ୍ଲା କୋଇଡାରୁ କାଲଟା ମଧ୍ୟରେ ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ 215 ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି ।

author img

By

Published : Aug 16, 2020, 4:12 PM IST

temporaray bridge collapsed in sundargarh
ପ୍ରବଳ ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା କୋଇଡାରୁ କାଲଟା ମଧ୍ୟରେ ଏକ ଅସ୍ଥାୟୀ ପୋଲ ଭାସି ଯିବାରୁ 215 ନମ୍ବର ଜାତୀୟ ରାଜପଥରେ ଯାତାୟାତ ପ୍ରଭାବିତ ହୋଇଛି । ଶନିବାର ରାତି ପର୍ଯ୍ୟନ୍ତ କୋଇଡା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି । ପାହାଡ ଉପରୁ ପ୍ରବଳ ସ୍ରୋତ ସହ ପାଣି ଆସିଯିବାରୁ କୋଇଡା ଠାରୁ କାଲଟା ଓ ଲହୁଣୀପଡାକୁ ସଂଯୋଗ କରୁଥିବା 215 ନମ୍ବର ଜାତୀୟ ରାଜପାଥର ନାରାୟଣପୋଷ, କମାଣ୍ଡଛକ ନିକଟରେ ଥିବା ଅସ୍ଥାୟୀ ପୋଲ ବର୍ଷା ଜଳର ସ୍ରୋତରେ ଭାସିଯାଇଛି ।

ପ୍ରବଳ ବର୍ଷାରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଲୁହା ପଥର ବୋଝେଇ ଟ୍ରକ ସମେତ ଚାରିଚାକିଆ ଯାନ ଗୁଡିକ ଫସି ରହିଛି ଓ ରାସ୍ତା ଜାମ୍ ହୋଇଛି । ଏପଟେ 215 ନମ୍ବର ଜାତୀୟ ରାଜପଥର ନିର୍ମାଣ ଓ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କାର୍ ନଦୀର ଉପରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା । ପୋଲ ଭାସି ଯିବାରୁ ଏବେ କୋଇଡାରୁ କାଲଟା ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଚି ।

ଅନ୍ୟପକ୍ଷେ ରାସ୍ତା ଜାମ ହେବା ଫଳରେ 24 ଘଣ୍ଟାରୁ ଅଧିକ ସମୟ ଧରି ଏହି ରାସ୍ତାରେ ଅଟକି ରହିଥିବା ଗାଡି ଚାଳକ ମାନେ ଭୋକ ଉପାସରେ ପଡି ରହିଛନ୍ତି । ଅନ୍ୟପଟେ ଜାମକୁ ଆଖି ଆଗରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ପୋଲ ପୁନଃ ନିର୍ମାଣ କରିବା ପାଇଁ ଉଦ୍ୟମ ଜାରି ରହିଛି।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.