ETV Bharat / state

ହଷ୍ଟେଲରେ ୧୪ ଛାତ୍ରଙ୍କୁ ନିସ୍ତୁକ ପିଟି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

author img

By

Published : Apr 19, 2023, 12:30 PM IST

ପ୍ରଧାନ ଶିକ୍ଷକଙ୍କ ଅମାନବୀୟ କାଣ୍ଡ । ହଷ୍ଟେଲ ଭିତରେ ୧୪ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଦେଲେ ଶିକ୍ଷକ । ଜଣେ ଛାତ୍ରଙ୍କ ମୁଣ୍ଡ ଫାଟି ଗୁରୁତର । ଅଧିକ ପଢନ୍ତୁ

ହଷ୍ଟେଲରେ ୧୪ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ପ୍ରଧାନ ଶିକ୍ଷକ

ରାଉରକେଲା: ହଷ୍ଟେଲ ଭିତରେ ଶିକ୍ଷକଙ୍କ ଅମାନୁଷିକ କାଣ୍ଡ । ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ ପ୍ରଧାନ ଶିକ୍ଷକ । ଏମିତି ମାଡ ମାରିଲେ ଯେ ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଗଲା । ଆଦିବାସୀ ଆଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେବା ଆଳରେ ସ୍କୁଲର ପ୍ରଧାନ ଶିକ୍ଷକ ଅତି ନିର୍ମମ ଭାବେ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ମାଡ ମାରିଛନ୍ତି । ଏଥିରେ ୧୩ ଜଣ ଛାତ୍ର ଆହତ ହୋଇଥିବାବେଳେ ଜଣଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।

ସୂଚନା ମୁତାବକ, ଗତ ମାର୍ଚ୍ଚ ୧୧ ତାରିଖରେ ଏହି ଘଟଣା ଘଟିଥିଲା । ଏନେଇ ଅଭିଭାବକଙ୍କ ଅଭିଯୋଗ ପରେ ଏବେ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ଏହି ପ୍ରଧାନ ଶିକ୍ଷକ ହେଉଛନ୍ତି ଅମର କୁମାର ସିଂ । ଗତ ମାସ ୧୧ ତାରିଖରେ ସୋଲ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ପ୍ରଧାନ ଶିକ୍ଷକ ମାଡ ମାରି ଦରମରା କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୁଣ୍ଡ ଫାଟି ଯାଇଥିଲା । ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ଶିକ୍ଷକଙ୍କ ମାଡରେ ଅନ୍ୟ ୧୩ ଜଣ ଛାତ୍ର ମଧ୍ୟ ଆହତ ହୋଇଥିଲେ ।

ଏହି ଘଟଣା ସମ୍ପର୍କରେ ସ୍କୁଲ ସେକ୍ରେଟାରୀ ଜାଣିବା ପରେ ସି.ଆର୍.ସି.ସିଙ୍କୁ ଜଣାଇଥିଲେ । ସି.ଆର୍.ସି.ସି ତୁରନ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲେ । ଘଟଣାର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ପ୍ରଧାନ ଶିକ୍ଷକ ଜଣକ ସ୍ଥାନୀୟ ସରପଞ୍ଚ ଏବଂ ଅଭିଭାବକଙ୍କୁ ଡକାଇ ଏକ ବୈଠକ କରି ଏହାକୁ ଚପାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଏ.ବି.ଇ.ଓ ସ୍କୁଲ ଯାଇ ତଦନ୍ତ କରିଥିଲେ ।

ଏନେଇ ଏ.ବି.ଇ.ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବାରୁ ପିଲାମାନେ ସବୁ ସତ ସତ କହିଥିଲେ । ସେହିପରି ପ୍ରଧାନ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ମଧ୍ୟ ସତ ବୋଲି ମାନିଥିଲେ ଏବଂ ଏଭଳି ଭୁଲ ଆଉ ହେବ ନାହିଁ ବୋଲି କ୍ଷମା ପ୍ରାର୍ଥନା କରିଥିଲେ । ଏ.ବି.ଇ.ଓ ତଦନ୍ତ ରିପୋର୍ଟ ଦେବାପରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । ଜଣେ ପ୍ରଧାନ ଶିକ୍ଷକ ହଷ୍ଟେଲରେ କୁନି କୁନି ପିଲାଙ୍କୁ ଅମାନୁଷିକ ଭାବେ ମାଡ ଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.