ETV Bharat / state

ଶିକ୍ଷୟତ୍ରୀ ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବିକଲା ବିଜେପି, ଜବାବ ରଖିଲା ବିଜେଡି - BJP Party

ଘରୋଇ ଇଂଲିସ ମିଡିୟମ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ଚର୍ଚ୍ଚାରେ ରାଜ୍ୟର ଗୃହମନ୍ତ୍ରୀ । ଏହି ଘଟଣାରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛି ବିଜେଡି । ଅଧିକ ପଢନ୍ତୁ...

ଶିକ୍ଷୟତ୍ରୀ ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବିକଲା ବିଜେପି, ଜବାଜ ରଖିଲା ବିଜେଡି

author img

By

Published : Oct 19, 2021, 7:00 AM IST

କଳାହାଣ୍ଡି/ଭୁବନେଶ୍ବର: ଘରୋଇ ଇଂଲିସ ମିଡିୟମ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ ଏବେ ରାଜନୈତିକ ଦଳଙ୍କ ମଧ୍ୟରେ ଝଡ ସୃଷ୍ଟି ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାର କେ' ଗାଁ ଥାନା ଅଞ୍ଚଳର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । କଳାହାଣ୍ଡି ମହାଲିଙ୍ଗ ସନ ସାଇନ ପବ୍ଳିକ ସ୍କୁଲ୍‌ରେ ପାଠ ପଢ଼ାଉଥିଲେ । ତେବେ ଅଚାନକ ଶିକ୍ଷୟତ୍ରୀ ଗାଏବ ଘଟଣା ଏବେ ସଭିଁଙ୍କୁ ଚିନ୍ତାରେ ପକାଇ ଦେଇଛି ।

ଶିକ୍ଷୟତ୍ରୀ ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବିକଲା ବିଜେପି, ଜବାଜ ରଖିଲା ବିଜେଡି
ଶିକ୍ଷୟତ୍ରୀ ନିଖୋଜ ଘଟଣା: ସିବିଆଇ ତଦନ୍ତ ଦାବିକଲା ବିଜେପି, ଜବାଜ ରଖିଲା ବିଜେଡି

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ନଦେଇ ପ୍ରେସ ବିବୃତି ଜାରି କରିଛି ଦଳ । ତା ସହିତ ସେ କହିଛନ୍ତି କି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଶସ୍ତା ରାଜନୀତି ନ କରନ୍ତୁ ।

ଏହି ଘଟଣାରେ ବିଜେପି ମୁହଁ ଖୋଲିବା ସହ କହିଛି କି ମା'କୁ ସମ୍ମାନ, ନାରୀ ସଶକ୍ତିକରଣ, ନାରୀକୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବିଜେଡିର ଛତ୍ରଛାୟା ତଳେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ । ଖାଲି ଯେ ଏତିକି ନୁହଁ ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଗୋବିନ୍ଦଙ୍କ ସୁମ୍ପର୍କ ଥିବା ବେଳେ ସେ ଟିଟିଲାଗଡ ପୋଲିସ ବାରାକରୁ ଫେରାର ହୋଇଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ନିଖୋଜ ହୋଇଥିବା ଶିକ୍ଷୟତ୍ରୀ ମମିତା ମେହେରକୁ ତୁରନ୍ତ ଖୋଜି ବାହାର କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛନ୍ତି କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ।

ସେପଟେ ଶିକ୍ଷୟତ୍ରୀ ନିଖୋଜ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ ଟୁଇଟ କରି କହିଛନ୍ତି ଯେ ନାରୀର ସମ୍ମାନ କଥା କହୁଥିବା ବିଜୁ ଜନତା ଦଳର ସରକାର ପାଇଁ ନାରୀ ସମ୍ମାନ ଏକ ପ୍ରହସନ । ତେବେ ଦେଶର ଗୋଟିଏ ଆଦିବାସୀ, ଦଳିତ ଏବଂ ପଛୁଆ ଜିଲ୍ଲା କଳାହାଣ୍ଡିରେ ଏଭଳି ଘଟଣାରେ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଯେପରି ଏହି ଘଟଣାର ପୁନରାବୃତ୍ତି ନହୁଏ ସେନେଇ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ ଓ ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.