ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ପୋଲିସ ଦ୍ୱାରା ଦୁଇଜଣ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ । 5.4କେଜି ଓଜନର ଗଞ୍ଜେଇ ସହ ଦୁଇ ବାଇକ ଜବତ ।
ଏହି ଗଞ୍ଜେଇ ଚୋରମାନେ ଗତକାଲି ଝାରସୁଗୁଡା ଜିଲ୍ଲାରୁ ସୁନ୍ଦରଗଡ ଜିଲ୍ଲା ବାଉରିମୁଣ୍ଡା(ସଦର ଥାନା)କୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଟାଉନ ପୋଲିସକୁ ବିଶିଷ୍ଟ ସୂତ୍ରରୁ ଖବର ମିଳିଥିଲା ।
ପୋଲିସ ଖବର ପାଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏମାନଙ୍କୁ ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ପତ୍ରପାଲି ଛକରୁ କାବୁ କରିଥିଲା । ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନଥାନା ଅଧିକାରୀ ସୂର୍ଯ୍ୟକାନ୍ତି ଦାଶ ସୂଚନା ଦେବା ସହ ଏହି ଅଭିଯୁକ୍ତମାନଙ୍କୁ ଆଜି(ବୁଧବାର) ଜିଲ୍ଲା ଜଜ କୋର୍ଟକୁ ଚାଲାଣ କରାଯିବ ବୋଲି କହିଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦ୍ରମଣି ଲାକ୍ରା ଓ କାର୍ତ୍ତିକ କୁଜୁର । ଏମାନଙ୍କ ଘର ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅଞ୍ଚଳର ବୋଲି ଟାଉନ ପୋଲିସ କହିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ