ETV Bharat / state

ସନ୍ଦିଗ୍ଧ କାର ଜବତ କଲା ସୁନ୍ଦରଗଡ ପୋଲିସ, ଅପରାଧିକ ଯୋଜନା ପଣ୍ଡ

ସୁନ୍ଦରଗଡ ଟାଉନ ପୋଲିସ ଦ୍ୱାରା କେତେକ ସନ୍ଦିଗ୍ଧ ଅସାମାଜିକଙ୍କ କାର ଓ ବାଇକ ଜବତ । ଅପରାଧିକ କାଣ୍ଡ ଯୋଜନା ପଣ୍ଡ । ଅଧିକ ପଢନ୍ତୁ...

author img

By

Published : Mar 29, 2021, 11:01 PM IST

ସନ୍ଦିଗ୍ଧ କାର ଜବତ କଲା ସୁନ୍ଦରଗଡ ପୋଲିସ, ଅପରାଧିକ ଯୋଜନା ପଣ୍ଡ
ସନ୍ଦିଗ୍ଧ କାର ଜବତ କଲା ସୁନ୍ଦରଗଡ ପୋଲିସ, ଅପରାଧିକ ଯୋଜନା ପଣ୍ଡ

ସୁନ୍ଦରଗଡ: ହୋଲି ପାଇଁ ସକାଳଠାରୁ ପେଟ୍ରୋଲିଂକୁ କଡାକଡି କରିଥିଲା ଟାଉନ ପୋଲିସ । ରାତିରେ ପୋଲିସକୁ ମିଳିଛି ବଡ ଧରଣର ସଫଳତା । ସହରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କେତେକ ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇ କିଛି ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ନଜରରେ ପଡିଥିଲେ ।

ପୋଲିସଗାଡିକୁ ଦେଖି ଦୁର୍ବୃତ୍ତମାନେ ଗାଡି ଛାଡି ଖସି ପଳାଇଥିଲେ । ତେବେ ପୋଲିସ ଘଟଣାସ୍ଥଳରୁ ଗୋଟିଏ କାର ସହ କିଛି ଆପତ୍ତି ଜନକ ଜିନିଷ ଜବତ କରି ଥାନାକୁ ଆଣିଛି । କାରରେ ପୋଲିସ ପରି ବିଭିନ୍ନ ସରକାରୀ ପ୍ରତୀକ ଲାଗିବା ଓ ଅପରାଧିକ କାଣ୍ଡ ଘଟାଇବା ନେଇ ଯୋଜନା ଚାଲିବା କଥା ପୋଲିସର ଚିନ୍ତା ବଢାଇଛି ।

ପୋଲିସ ସକାଳ ଠାରୁ ଏ ପର୍ଯ୍ୟନ୍ତ କେବଳ ସହର ମଧ୍ୟରୁ 10ଟି ବାଇକ ଜବତ କରିଥିବା ବେଳେ ଏବେ ଏହି କାରକୁ ଜବତ କରିଛି । ତେବେ ପୋଲିସ ଅଧିକ ଖୋଳତାଡ ଆରମ୍ଭ କରିବା ସହ ସମସ୍ତ ଅପରାଧିଙ୍କୁ ଯେପରି କାବୁ କରିପାରିବ ସେ ନେଇ ଆଲର୍ଟ ରହିଛି । କାରଟି ବାହାର ରାଜ୍ୟର ନମ୍ବରରେ ପଞ୍ଜିକୃତ ହୋଇଥିବା ଓ ସନ୍ଦିଗ୍ଧ ଅବସ୍ଥାରେ ଥିବାରୁ ଏହା ପୋଲିସର ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.