ETV Bharat / state

2 ଲୁଟେରାଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସ

ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ଦୁଇଜଣ ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କଲା ପୋଲିସ । ନଗଦ ଟଙ୍କା, ଗୋଟିଏ ସ୍କୁଟି, ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ଛୁରୀ ଜବତ । ଅଧିକ ପଢନ୍ତୁ...

author img

By

Published : Feb 5, 2021, 10:37 PM IST

Sundergarh police arrested 2 Lootera
2 ଲୁଟେରାଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସ

ସୁନ୍ଦରଗଡ: ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ଦୁଇଜଣ ଲୁଟେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ନଗଦ 5500 ଟଙ୍କା , ଗୋଟିଏ ସ୍କୁଟି , ଦୁଇଟି ମୋବାଇଲ ଫୋନ ଓ ଗୋଟିଏ ଛୁରି ଜବତ କରିଛି । ତେବେ, ଗିରଫ ହୋଇଥିବା 2 ଲୁଟେରା ହେଉଛନ୍ତି । ସହିଲ ସୁନ୍ୟାନୀ ଓ ଶ୍ରୀକାନ୍ତ ତନ୍ତୀ । ଉଭୟଙ୍କ ଘର ଟାଉନ ଥାନା ଅନ୍ତର୍ଗତ ମହାନ୍ତିଆ ପଡା ବୋଲି ଟାଉନ ପୋଲିସ କହିଛି ।

2 ଲୁଟେରାଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସ

ସୂଚନା ଅନୁସାରେ,ଗତ 20ରେ, ସୁନ୍ଦରଗଡ କଲେଜ ବାଇପାସ ନିକଟରେ ଏକ ମ୍ୟାକ୍ସ ପିକଅପ ଭ୍ୟାନକୁ ଅଟକାଇ ଭ୍ୟାନ ଚାଳକ ଠାରୁ 40 ହଜାର ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ 2 ଅଭିଯୁକ୍ତ । ଏ ନେଇ ଗାଡି ଚାଳକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଆଜି(ଶୁକ୍ରବାର) ଏହି ଲୁଟେରାଙ୍କ ବିଷୟରେ ସୂଚନା ପାଇଁ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ଏହି ଅଭିଯୁକ୍ତମାନେ ଗତ କିଛି ମାସ ହେଲା ଏପରି କାଣ୍ଡ ଘଟାଇ ଆସୁଥିବା କଥା ପୋଲିସ ନିକଟରେ ସ୍ବୀକାର କରିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.