ETV Bharat / state

Panchayat Election: ପ୍ରସ୍ତୁତ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସୂଚନା ଦେଲେ ଜିଲ୍ଲାପାଳ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ସମ୍ପର୍କରେ ଜିଲ୍ଲାପାଳ ଦେଇଛନ୍ତି ସୂଚନା । ଅଧିକ ପଢନ୍ତୁ

author img

By

Published : Feb 10, 2022, 6:37 PM IST

Updated : Feb 10, 2022, 7:40 PM IST

Panchayat Election: ପ୍ରସ୍ତୁତ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସୂଚନା ଦେଲେ ଜିଲ୍ଲାପାଳ
Panchayat Election: ପ୍ରସ୍ତୁତ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ସୂଚନା ଦେଲେ ଜିଲ୍ଲାପାଳ

ସୁନ୍ଦରଗଡ଼: ଆଉ କିଛି ଦିନ ମଧ୍ୟରେ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ । ନିର୍ବାଚନକୁ ଶୃଙ୍ଖଳିତ ଓ ସ୍ବଚ୍ଛ କରିବା ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏହାସହିତ ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ଜିଲ୍ଲାରେ 16, 18, 20, 22 ଓ 24 ରେ ହେବ ନିର୍ବାଚନ । 279 ଟି ଗ୍ରାମପଞ୍ଚାୟତରେ ହେବ ଏହି ନିର୍ବାଚନ । ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇଛନ୍ତି 2543 ୱାର୍ଡ ମେମ୍ବର, 1402 ସରପଞ୍ଚ, 1167 ସମିତି ସଭ୍ୟ ଓ 160 ଜଣ ଜିଲ୍ଲା ପରିଷଦ ଆସନ ପାଇଁ । ନିର୍ବାଚନ ଅବଧି ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତାକୁ ଦେଖି ପ୍ରଶାସନ ଗୋଟିକ ପରେ ଗୋଟିଏ ପଦକ୍ଷେପ ଆରମ୍ଭ କରିଛି । ନିର୍ବାଚନରେ ଯେପରି କୌଣସି ହିଂସା ନ ହୁଏ ସେ ନେଇ ୱାରେଣ୍ଟି ମାନଙ୍କୁ ଗିରଫ ପ୍ରକ୍ରିୟା ଜାରି ରଖିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ।

ତେବେ ଜିଲ୍ଲାରେ ଏହି ନିର୍ବାଚନକୁ ସଫଳ ଓ ସ୍ବଚ୍ଛ କରିବା ନେଇ ପ୍ରଶାସନ ସମସ୍ତ ପଦକ୍ଷେପ ନେଉଥିବା ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାର ସମସ୍ତ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସର ମନୋନୀତ ମଧ୍ୟ ସାଧାରଣ ନିର୍ବାଚନ ସଫ୍ଟୱେୟାର ମାଧ୍ୟମରେ କରାଯାଇଛି । ନିର୍ବାଚନ ପାଇଁ ସମସ୍ତ ପଞ୍ଚାୟତରେ ବାଲାଟ ବକ୍ସ ଓ ବାଲାଟ ପେପର 15 ତାରିଖ ପୂର୍ବରୁ ପହଞ୍ଚିବା ନେଇ କାମ ଜାରି ରହିଛି । ନିର୍ବାଚନ କାର୍ଯ୍ୟରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସମସ୍ତଙ୍କୁ ପ୍ରଶାସନ ତରଫରୁ କୋଭିଡର ବୋଷ୍ଟର ଡୋଜ ଦିଆଯାଇଛି ।

ମେଡିକାଲ ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କୁ ଧ୍ୟାନରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ନିର୍ବାଚନକୁ ଅଧିକ ସରଳୀକରଣ , ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ନେଇ ଜିଲ୍ଲାରେ 3 ଜଣ ରେଗୁଲାର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ସେମାନେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପର୍ଯ୍ୟନ୍ତ ଜିଲ୍ଲାରେ ରହି ନିର୍ବାଚନ ତଦାରଖ କରିବେ ବୋଲି ସେ କହିଛନ୍ତି । ଏହାସହ ନିର୍ବାଚନ ଫଳାଫଳ ଯେପରି ଗଣମାଧ୍ୟମ ଓ ନିର୍ବାଚନ ଆୟୋଗଙ୍କୁ ସଠିକ ସମୟରେ ପହଞ୍ଚିବ ସେ ନେଇ ଜିଲ୍ଲାପାଳ ନିଜେ ଏହି ବିଭାଗକୁ ତଦାରଖ କରିବେ ବୋଲି ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : Feb 10, 2022, 7:40 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.