ETV Bharat / state

ମରୁଡି ସମସ୍ୟା ନେଇ ବିଜୁ କୃଷକ ଜନତା ଦଳର ସାମ୍ବାଦିକ ସମ୍ମିଳନୀ - Biju janata dal

ଚାଷ କାର୍ଯ୍ୟ କରିବାକୁ ଚିନ୍ତାରେ ଚାଷୀ । ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଆଶଙ୍କା ନେଇ ବିଜୁ କୃଷକ ଜନତା ଦଳ ପକ୍ଷରୁ କୃଷକମାନଙ୍କ ହିତ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ଦାବି । ଅଧିକ ପଢନ୍ତୁ...

ଜିଲ୍ଲାରେ ମରୁଡି ସମସ୍ୟା ନେଇ ସୁନ୍ଦରଗଡ ବିଜୁ କୃଷକ ଜନତା ଦଳର ସାମ୍ବାଦିକ ସମ୍ମିଳନୀ

author img

By

Published : Aug 11, 2021, 7:41 AM IST

ସୁନ୍ଦରଗଡ: ଜିଲ୍ଲାରେ ମରୁଡି ସମସ୍ୟା ନେଇ ଆଲୋଚନା ଜାରି ରହିଛି । ବିଜୁ କୃଷକ ଜନତା ଦଳର ସଭାପତି ଗୋପାଳ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ସ୍ୱଳ୍ପ ବୃଷ୍ଟିପାତ ଜନିତ ମରୁଡ଼ି ସମସ୍ୟାର ଆଶୁ ସମାଧାନ ଓ ଚାଷୀଙ୍କ ଉପରେ ପଡିଥିବା ଚାପର ସାମାଧାନ ନେଇ ଏକ ସ୍ମାରକ ପତ୍ର ଦେବା ସହ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ।

ଜିଲ୍ଲାରେ ମରୁଡି ସମସ୍ୟା ନେଇ ସୁନ୍ଦରଗଡ ବିଜୁ କୃଷକ ଜନତା ଦଳର ସାମ୍ବାଦିକ ସମ୍ମିଳନୀ

ଚଳିତ ଖରିଫ୍ ଋତୁରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତମାନ ସୁଦ୍ଧା ବୃଷ୍ଟିପାତ ଅତି ମାତ୍ରାରେ କମ୍ ରହିଛି, ଯାହାଦ୍ୱାରାକି କୃଷକ ମାନେ ନିଜ ନିଜର ଚାଷ କାର୍ଯ୍ୟ କରି ପାରୁନାହାନ୍ତି । ଗତ ଜୁନ୍ ମାସରେ ମୌସୁମୀ ଆସିବା ସହ ବର୍ଷା ଅପେକ୍ଷାକୃତ ଭଲ ହେବାରୁ ଚାଷୀ ମାନେ ଧାନ ବୁଣା ଓ ତଳିପକା କାର୍ଯ୍ୟ କରିଥିଲେ । ହେଲେ ଜୁଲାଇ ମାସ ଓ ବର୍ତ୍ତମାନ ସୁଦ୍ଧା ବର୍ଷାର ପରିମାଣ ଅତି ସ୍ୱଳ୍ପ ବା ଜିଲ୍ଲାରେ କାଁ ଭାଁ ବର୍ଷା ଯୋଗୁଁ ଚାଷୀ କୂଳ ହତାଶ ହୋଇ ପଡିଛନ୍ତି । ସେମାନଙ୍କର ଧାନତଳି ସବୁ ପାଚିବା ସହ ମାଟି ଫାଟିବାକୁ ବସିଥିବାରୁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହେବା ସହ ମରୁଡି ସମ୍ଭାବନା ଦେଖାଦେଇଥିବା ନେଇ ଆଲୋଚନା ହୋଇଛି ।

ସେପଟେ ଜିଲ୍ଲାରେ ଜଳସେଚନର ସୁବିଧା ଠିକ୍ ଭାବରେ ନ ଥିବାରୁ ଚାଷୀକୂଳ ପାଇଁ ବର୍ତ୍ତମାନ ଜଳ ସଙ୍କଟ ଦେଖା ଦେଇଛି । ତେବେ ମରୁଡ଼ିର ମୁକାବିଲା କରିବା ସହିତ କୃଷକମାନଙ୍କ ହିତ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ନିମନ୍ତେ ଗଣ ମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ବିଜୁ କୃଷକ ଜନତା ଦଳର ଏହି ସମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀ, ଜିଲ୍ଲା ବିଜେଡ଼ିର ସାଧାରଣ ସଂପାଦକ ଗୋପବନ୍ଧୁ ମହାନ୍ତି, ଜିଲ୍ଲା କୃଷକ ସେଲ୍ ସଂପାଦକ ସୁନୀଲ ମହାପାତ୍ର ଓ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ l

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.