ETV Bharat / state

ବର୍ଷସାରା ଲୋକଙ୍କ ଭରସା ଚୁଆ ପାଣି, ସମାଧାନ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି

author img

By

Published : Apr 29, 2023, 10:29 PM IST

ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଟେନସା ଗ୍ରାମପଞ୍ଚାୟତ ଅଧିନସ୍ଥ ବାହାମ୍ବା ‘କ’ ଗ୍ରାମରେ ଉତ୍କଟ ପାନୀୟ ଜଳ ସମସ୍ୟା । ବର୍ଷ ସାରା ଚୁଆ ପାଣି ବ୍ୟବହାର କରି ଚଳୁଛନ୍ତି ଲୋକେ । ଦାବି ପୂରଣ ନେହେଲେ ଭୋଟ ବର୍ଜନ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

sundergarh water problam
sundergarh water problam
sundergarh water problam

ରାଉରକେଲା: ବର୍ତ୍ତମାନ ସାରା ରାଜ୍ୟରେ ଦେଖାଦେଇଛି ଭୟଙ୍କର ଗ୍ରୀଷ୍ମପ୍ରବାହ। ପ୍ରବଳ ଖରା ସାଙ୍ଗକୁ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଛି ଜଳକଷ୍ଟ। ଖରା, ବର୍ଷା, ଶୀତ ବର୍ଷ ସାରା ୧୨ ମାସ ଚୁଆରୁ ପାଣି ପିଉଛନ୍ତି ଲୋକେ। ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କୁ ଗୁହାରି କରିବା ସତ୍ତ୍ବେ ମଧ୍ୟ ଫଳ ଶୂନ । ଏଥର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ପ୍ରତ୍ୟେକ ଘରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଜଳ ଜୀବନ ମିଶନଠୁ ନେଇ ରହିଛି ମାଳ ମାଳ ଯୋଜନା । ହେଲେ ଆଜି ମଧ୍ୟ ଲୋକଙ୍କ ପାଖରେ ନାହିଁ ପିଇବା ପାଇଁ ପାଣି। ଗାଁ ବସିଲା ଦିନଠୁ ଚୁଆ ପାଣି ବ୍ୟବହାର କରି ଚଳୁଛନ୍ତି ଲୋକେ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଟେନସା ଗ୍ରାମପଞ୍ଚାୟତ ଅଧିନସ୍ଥ ବାହାମ୍ବା "କ" ଗ୍ରାମର ଲୋକେ ଜଳକଷ୍ଟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମର ଲୋକଙ୍କୁ ସକାଳ ହେଲେ ଘାରୁଛି ପାଣି ଚିନ୍ତା । ସୂର୍ଯ୍ୟ ଉଇଁଲା ମାତ୍ରେ ଚୁଆରୁ ପାଣି ଆଣିବାକୁ ବାହାରଛନ୍ତି ଆଦିବାସୀ ମହିଳା ।

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ: କହିବାକୁ ଗଲେ ବାହାମ୍ବା ଗ୍ରାମର ଲୋକେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ପାଣି, ବିଦ୍ୟୁତ, ରାସ୍ତାଘାଟ ଭଳି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ସ୍ଥାନୀୟ ଆଦିବାସୀ । ଯେଉଁଠାରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲୋକଙ୍କ ଉନ୍ନତିର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଆଜିବି ଉପାନ୍ତ ଅଞ୍ଚଳ ସରକାର ଏବଂ ପ୍ରଶାସନ ପାଖରୁ ବିଚ୍ଛିନ୍ନ। ଯେଉଁ ଅଞ୍ଚଳରୁ ରାଜ୍ୟ ସରକାର ବର୍ଷ କୁ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ସେହି ଅଞ୍ଚଳ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛି।

ପଞ୍ଚାୟତ ଅଫିସରୁ ମାତ୍ର ୩ କିଲୋମିଟର ଦୂରରେ ଏହି ଗାଁ: ପଞ୍ଚାୟତ ଅଫିସରୁ ମାତ୍ର ତିନି କିଲୋମିଟର ଏବଂ ବ୍ଲକ ଅଫିସରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି ଏହି ଗାଁ । ହେଲେ ବିଡମ୍ବନାର ବିଷୟ ଆଜି ଯାଏଁ ମଧ୍ୟ ବିକାଶ ମାଟି ମାଡି ପାରିନି । ନିର୍ବାଚନ ବେଳେ ମିଳୁଛି ପ୍ରତିଶୃତି ଉପରେ ପ୍ରତିଶୃତି କିନ୍ତୁ ପ୍ରତିଶୃତିର ପାଳନ ସମୟ ଆସିଲା ବେଳକୁ ଭୁଲିଯାଉଛନ୍ତି ନେତା ମନ୍ତ୍ରୀ ଏବଂ ସରକାରୀ ବାବୁ ।

ଭୋଟ ବର୍ଜନ ନିଷ୍ପତ୍ତି: ବର୍ତ୍ତମାନ ଖରା ଦିନ ଚାଲିଥିବାରୁ ସମ୍ପୂର୍ଣ୍ଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପ୍ରବଳ ଥିବାରୁ ଚୁଆରେ ପାଣି ଶୁଖିବାକୁ ଲାଗିଲାନି। ଯେଉଁଥି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ବର୍ତ୍ତମାନ ସମୟରେ ଯେପରି ଖରା ଅନୁଭୂତ ହେଉଛି ଆଗାମୀ ଦିନରେ ଖରା ପ୍ରବଳ ହେବାକୁ ଥିବାରୁ ଚୁଆରେ ପାଣି ଶୁଖିଯିବାର ସମ୍ଭାବନା ରହିଛି। ତେବେ ବାରମ୍ବାର ନେତା ମନ୍ତ୍ରୀ ସହ ଏବଂ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ଫଳ ମିଳୁନଥିବା ଅଭିଯୋଗ ହୋଇଛି। ତେବେ ଯଦି ଏହି ବ୍ୟବସ୍ଥା ଏଥର ଠିକ ଭାବେ ପ୍ରଶାସନ ଏବଂ ଲୋକ ପ୍ରତିନିଧି କେହି ନଶୁଣନ୍ତି ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.