ସୁନ୍ଦରଗଡ: ସୁନ୍ଦରଗଡର ଏକ ଘରୋଇ ହୋଟେଲର କ୍ୟାସ କାଉଣ୍ଟରରୁ 1,40,000 ଟଙ୍କା ଚୋରି ଘଟଣା । ଏ ମାମଲାରେ ଦୁଇ ଅଭିଯୁକ୍ତ ରାଞ୍ଚିରୁ ଗିରଫ କରିଛି ପୋଲିସ । ଏହାସହ ଉଭୟଙ୍କ ନିକଟରୁ 70 ହଜାର ଟଙ୍କା ଜବତ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସପି ।
ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲାରେ ଥିବା ଏକ ଘରୋଇ ହୋଟେଲରେ ୨ ଗ୍ରାହକ ଭାବେ ଆସି ରୁମ ବୁକ କରି ରହିବା ସହ ଚତୁରତାର ସହିତ ମଧ୍ୟ ରାତ୍ରିରେ କ୍ୟାସ କାଉଣ୍ଟରରୁ 1,40,000 ଟଙ୍କା ଲୁଟି ନେଇଥିଲେ । ଏହି ଘଟଣା ଗତ 15 ତାରିଖ ମଧ୍ୟ ରାତ୍ରିରେ ଘଟିଥିଲା । ତେବେ ଚୋରୀ ସମୟର ସମ୍ପୁର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଥିଲା ।
ଏନେଇ ହୋଟେଲ ମାଲିକ ଚୋରଙ୍କ ଫୁଟେଜ ଓ ସେମାନେ ଦେଇଥିବା ଆଧାର କାର୍ଡର ତଥ୍ୟ ଏବଂ ମୋବାଇଲ ନମ୍ବର ନେଇ ଟାଉନ ପୋଲିସକୁ ଦେବା ସହ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଠଗନ କରି ଟାଉନ ପୋଲିସ ରାଞ୍ଚି ଯାଇଥିଲା । ତେବେ ରାଞ୍ଚିରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଏସପି । ତେବେ, ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ- ଓ୍ବାକଓ୍ବାସ ଆଲାମ ଓରଫ ଆବିୟାସ ( Wakuas Alam -Aabias) ଓ ଅର୍ସିଦ ଖାଁ ଓରଫ ବଣ୍ଟି ( Arshid Khan-Bunty) ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ