ସୁନ୍ଦରଗଡ଼: ରାଜ୍ୟର କେତେକ ସ୍ଥାନରେ ପୁଣି ନୂଆ ଷ୍ଟ୍ରେନର କୋରୋନା ସଂକ୍ରମଣ ଦେଖାଦେଇଛି। ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଉଛି। କୋଭିଡ୍-୧୯ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲା ପ୍ରଶାସନର ପଦକ୍ଷେପ ନେଇ ଜିଲ୍ଲା ପୋଲିସ ମଧ୍ୟ ଅଣ୍ଟା ଭିଡ଼ିଛି । କୋଭିଡ କଟକଣାକୁ କଡାକଡ଼ି ପାଳନ କରିବା ପାଇଁ ଆଜି (ଗୁରୁବାର) ଜନସାଧାରଣଙ୍କୁ ସଚେତନ କରିଛି ପୋଲିସ। କୋଭିଡ କଟକଣା ଉପରେ ନଜର ରଖିବାକୁ ଏନଫୋର୍ସମେଣ୍ଟ ପାଇଁ ମଧ୍ୟ ପ୍ରସ୍ତୁତ ଅଛି । ତେବେ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଟାଉନ ପୋଲିସ ସହରର ପ୍ରମୁଖ ସ୍ଥଳ ଗୁଡିକରେ ସତର୍କ ଘଣ୍ଟି ବଜାଇଛି।
ଏହାସହ ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ମନା କରାଯାଉଛି । କୋଭିଡ କଟକଣାକୁ ମାନିବାକୁ ବାଧ୍ୟତାମୂଳକ କାରଯାଇଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ବେଳେ ସାମାଜିକ ଦୂରତାକୁ ମଧ୍ୟ ପାଳିବାକୁ କୁହାଯାଇଛି । କୋଭିଡ କଟକଣାକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତି ବିଶେଷ ଆଇନର ପରିସର ଭୁକ୍ତ କରିବ ବୋଲି ଚେତାବନୀ ଦେଇଛି ଟାଉନ ପୋଲିସ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ