ETV Bharat / state

ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା, ପୋଲିସ କବଜାରେ ଅଭିଯୁକ୍ତ

ସୁନ୍ଦରଗଡ଼ ରାଏବୋଗା ଥାନା କାଦୋବାହାଲ ଭଦ୍ରାଟୋଲିର ବୃଦ୍ଧ ଦମ୍ପତିଙ୍କ ହତ୍ୟାକାରୀ ଗିରଫ । ଡାହାଣୀ ସନ୍ଦେହ କରି କରାଯାଇଥିଲା ହତ୍ୟା । ଅଧିକ ପଢ଼ନ୍ତୁ...

ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା: ସୁନ୍ଦରଗଡ଼ ପୋଲିସ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ

author img

By

Published : Oct 22, 2021, 8:43 PM IST

ସୁନ୍ଦରଗଡ଼: ରାଏବୋଗା ଥାନା କାଦୋବାହଲ ଭଦ୍ରାଟୋଲିରେ ବୃଦ୍ଧ ଦମ୍ପତି ହତ୍ୟାକାଣ୍ଡର ମୁଖ୍ୟ ଅଭଯୁକ୍ତ ଗିରଫ । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଘଟାଇଥିଲା ଏହି ନାରକୀୟ ହତ୍ୟାକାଣ୍ଡ । ପୂର୍ବ ଯୋଜନା ମୁତାବକ ମାରଣାସ୍ତ୍ର ବ୍ୟବହାର କରି ହତ୍ୟାକାଣ୍ଡ ଘଟାଇଥିଲା । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଖଣ୍ଡା ଓ ଗୋଟିଏ ଟାଙ୍ଗିଆକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

ଡାହାଣୀ ସନ୍ଦେହରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା: ସୁନ୍ଦରଗଡ଼ ପୋଲିସ କବ୍‌ଜାରେ ମୁଖ୍ୟ ଅଭିଯୁକ୍ତ
ଗତ ୨୦ ତାରିଖ ରାତି ୯ଟା ବେଳେ ଏହି ଘଟଣା ଘଟାଇଥିଲେ ଅଭିଯୁକ୍ତ । ବୃଦ୍ଧ ଦମ୍ପତିଙ୍କ ହତ୍ୟାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା । ଗତକାଲି (ଗୁରୁବାର) ଏନେଇ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗକୁ ଅନୁଧ୍ୟାନ କରିଥିଲେ । ଏହାପରେ ଅଭିଯୁକ୍ତ ପୁରଣ ପଧୁଆରକୁ ଗିରଫ କରିଥିଲା ପୋଲିସ । ଆଜି ଅଭିଯୁକ୍ତକୁ ଦଫା ୪୫୨/୩୦୨ ରେ ସୁନ୍ଦରଗଡ କୋର୍ଟ ଚାଲାଣ କରିଛି । ରାଏବୋଗା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ପୁରଣ ପଧୁଆ ଝିଅ ଅସୁସ୍ଥତାର କାରଣ ବୃଦ୍ଧ ଦମ୍ପତି ବୋଲି ସନ୍ଦେହ କରିଥିଲା । ଲୋହିଆ ପଧୁଆର ଓ ତାଙ୍କ ପତ୍ନୀ ଲୋଧୀ ପଧୁଆର ଝିଅ ଉପରେ ଗୁଣିଗାରେଡି କରିଥିବା ସନ୍ଦେହ କରି ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଡାହାଣୀ ସନ୍ଦେହ ଅଭିଯୁକ୍ତକୁ ଏଭଳି ସ୍ତରକୁ ନେଇ ଆସିଥିବା କଥା କହିଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ । କୁସଂସ୍କାର ଓ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହେବା ପାଇଁ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ । ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.