ETV Bharat / state

ଘରକୁ ଫେରି ପାରିଲେନି ସୁରେଶ, ରେଳଲାଇନରୁ ମିଳିଲା ମୃତଦେହ - sundargarh labour died in Andhra

Migrant Labour Died: ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି ସୁରେଶ । ଗୋଆରୁ ଘରକୁ ଫେରିବା ବେଳେ ଚାଲିଗଲା ଜୀବନ । ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ନିକଟରେ ବିନତୀ । ଆଗକୁ ପଢ଼ନ୍ତୁ

ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି
ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି
author img

By ETV Bharat Odisha Team

Published : Dec 9, 2023, 7:27 AM IST

ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି

ରାଉରକେଲା: ଦାଦନ ଖଟିବାକୁ ଯାଇ ଆଉ ଫେରିଲେନି ସୁରେଶ । ଗୋଆରୁ ଘରକୁ ଫେରିବା ବେଳେ ଚାଲିଗଲା ଜୀବନ । ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କ ନିକଟରେ ବିନତୀ । ୭ ମାସ ତଳେ ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଗୋଆକୁ ଯାଇଥିଲେ । ରେଳ ଲାଇନ ନିକଟରେ ସୁରେଶଙ୍କ ମୃତଦେହ ପଡ଼ି ଥିବା ଖବର ଦେଇଛନ୍ତି ରେଲବାଇ ପୋଲିସ ।

ଦାଦନ ଖଟି ଗୋଆରୁ ଘରକୁ ଫେରିବା ବେଳେ ଚାଲିଗଲେ ଜୀବନ । ମୃତକ ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକର କୁକରିଡିହି ଗ୍ରାମର ସୁରେଶ ଲାରଙ୍ଗ । ପ୍ରାୟ ୭ ମାସ ତଳେ ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଦାଦନ ଖଟିବାକୁ ଗୋଆକୁ ଯାଇଥିଲେ ସୁରେଶ । ତେବେ ପ୍ରାୟ ସାତ ମାସ ପରେ କିଛି ପଇସା ନେଇ ଗୋଆରୁ ଘରକୁ ଫେରୁଥିବା ବେଳେ ବାଟରେ ଘଟିଛି ସନ୍ଦେହଜନକ ମୃତ୍ୟୁ । ଗୋଆରୁ ବାହାରିବା ସମୟରେ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ । ମାତ୍ର ଗତକାଲି ସକାଳୁ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡା ନିକଟସ୍ଥ ହୁବଲି ରେଲବାଇ ପୋଲିସ ଫୋନ କରି ଜଣାଇଥିଲା ଯେ, ରେଳଲାଇନ ନିକଟରେ ସୁରେଶଙ୍କ ମୃତଦେହ ପଡ଼ିରହିଛି । ଖବର ପାଇବା ପରେ ପୁରା ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ମୃତଦେହ ଫେରାଇ ଆଣିବାକୁ ପରିବାର ଲୋକ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ...କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ

ଗୋଆରୁ ବିଜୟୱାଡ଼ା ଆସି ସେଠାରୁ ଆଉ ଏକ ଟ୍ରେନ ବଦଳାଇ ଓଡ଼ିଶାକୁ ଫେରୁଥିଲେ । ହେଲେ ଗୁଣ୍ଟୁର ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପରିବାରକୁ ସୁରେଶଙ୍କ ମୃତ୍ୟୁ ସଂପର୍କରେ ଜଣାଇଛି ରେଳବାଇ ପୁଲିସ । ଅଚାନକ ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଘରର ମୁଖ୍ୟ ଲୋକ ଏବଂ ଏକମାତ୍ର ରୋଜଗାରିଆ ମଣିଷକୁ ହରାଇ ବେସାହାରା ହୋଇଯାଇଛି ପରିବାର । କିନ୍ତୁ ଏବେ ସେମାନଙ୍କ ଚିନ୍ତା, ସୁରେଶଙ୍କ ମୃତଦେହ କିପରି ଘରକୁ ଫେରି ଆସିବ । ଗରିବ ପରିବାର ହୋଇଥିବାରୁ କିଛି ଉପାୟ ନପାଇ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଛନ୍ତି । ମାଆ- ଝିଅ କାନ୍ଦି କାନ୍ଦି ସେମାନଙ୍କ ଦୁଃଖ ଜଣାଇଛନ୍ତି । ତାଙ୍କ କଥା ଶୁଣିବା ପରେ ମୃତଦେହ ଫେରାଇ ଆଣିବାକୁ ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମୃତଦେହ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.