ETV Bharat / state

ବକେୟା ପାଉଣା ଦାବିରେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ - sundargarh dfo office

ବକେୟା ଟଙ୍କା ଦାବି କରି ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କଲେ ଶ୍ରମିକ । ସେମାନଙ୍କର ବକେୟା ପାଉଣା ଦିଆ ନ ଯିବା ପର୍ଯ୍ୟନ୍ତ ସେମାନେ ଅଫିସ ଘେରାଉ କରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

sundargarh dfo office ghereo by labours
ବକେୟା ପାଉଣା ଦାବିରେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ
author img

By

Published : Jan 11, 2021, 10:10 PM IST

ସୁନ୍ଦରଗଡ: ଗ୍ରୀନ୍ ଇଣ୍ଡିଆ ମିଶନ (ଜି.ଆଇ.ଏ.ଏମ) ଟଙ୍କା ନ ପାଇବାରୁ ଶ୍ରମଦାନ କରିଥିବା ଶ୍ରମିକ ମାନେ ଆଜି ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଜଙ୍ଗଲ ବିଭାଗର ଆଦେଶରେ ଏମାନେ ଗତ ମାର୍ଚ୍ଚ ମାସରୁ କାମ ଶେଷ କରିଥିଲା ବେଳେ ଆଜି ଯାଏଁ ଏମାନଙ୍କୁ ତାଙ୍କ ଶ୍ରମର ପାଉଣା ମିଳୁ ନ ଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡି.ଏଫ୍.ଓଙ୍କ ଅଫିସ ଘେରାଉ କରିଛନ୍ତି। ସେମାନଙ୍କର ବକେୟା ପାଉଣା ଦିଆ ନ ଯିବା ପର୍ଯ୍ୟନ୍ତ ସେମାନେ ଅଫିସ ଘେରାଉ କରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

ବକେୟା ପାଉଣା ଦାବିରେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ଶ୍ରମିକ ମାନଙ୍କର ସଠିକ ସମୟରେ ପାଉଣା ପଇଠ ନ କରିବାରୁ ଦେଖାଦେଇଛି ଏଭଳି ସମସ୍ୟା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଲଗାତାର ଶହେ ଦୁଇ ଶହ ଦିନର ଶ୍ରମ ଦାନ କରିଥିଲେ ମଧ୍ୟ ଏହି ଶ୍ରମିକ ମାନଙ୍କୁ ତାଙ୍କ ପାଉଣା ନ ମିଳିବାରୁ ସେମାନେ ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରିଥିବା କଥା କହିଛନ୍ତି । ସୁନ୍ଦରଗଡ ସଦର ରେଞ୍ଜ ଅଧୀନ ସାଲେପାଲି ଫରେଷ୍ଟ ଜୋନର ତିଲେଇ ମଲଟି ଗ୍ରାମରେ ଏମାନେ ଗ୍ରୀନ ଇଣ୍ଡିଆ ମିଶନରେ କାମ କରିଥିଲେ । ମିଶନର କାମ ଗତ ମାର୍ଚ୍ଚ ମାସରୁ ଶେଷ ହୋଇ ସାରିଥିବା ବେଳେ ଆଜି ଯାଏଁ ଏମାନଙ୍କୁ ଟଙ୍କାଟିଏ ହେଲେ ମିଳି ନଥିବା କଥା ଏମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ସାଲେପାଲି ଫରେଷ୍ଟ ଅଫିସ , ସଦର ରେଞ୍ଜ ଅଫିସ ଦୌଡିଦୌଡି ଏମାନେ ହଇରାଣ ହେବାପରେ ଆଜି ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି ।

ତିଲେଇ ମଲଟିର ଏହି ଶ୍ରମିକ ମାନେ ଶ୍ରମଦାନ କରିଥିବାର ସମସ୍ତ ତଥ୍ୟ ସହ ଆସି ଆଜି ଡି.ଏଫ୍.ଓଙ୍କ ଅଫିସ ଘେରାଉ କରିଥିଲେ । ମଞ୍ଜି ଚାରା ପକାଇବା ଠାରୁ ଆରମ୍ଭ କରି ଚାରା ରୋପଣ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେହି ଚାରା ଗୁଡିକରେ ପାଣି ଦେବା ଓ ତା’ର ଯତ୍ନ ନେବା କାମ କରି ଗ୍ରୀନ ଇଣ୍ଡିଆ ମିଶନକୁ ସାକାର କରିଥିଲେ ବି ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ମିଳି ପାରି ନାହିଁ । ଏ ନେଇ ଆମେ ଉଭୟ ସାଲେପାଲି ଫରେଷ୍ଟର ଓ ସହକାରୀ ବନ ସଂରକ୍ଷକଙ୍କ ପ୍ରତିକ୍ରିୟା ନେଇଥିଲୁ । ତେବେ ଏହି କାମ ବର୍ତ୍ତମାନର (ସାଲେପାଲି) ଫରେଷ୍ଟରଙ୍କ ସମୟରେ ହୋଇ ନ ଥିଲା , ମାତ୍ର ଏହି ଶ୍ରମିକ ମାନଙ୍କର ପ୍ରାପ୍ୟ ପାଇବା ନେଇ ସେ ସମସ୍ତ ବ୍ୟବସ୍ଥା କରି ସାରିଥିବା କଥା କହିବା ସହ ସେମାନଙ୍କୁ ଖୁବ ଶୀଘ୍ର ତାଙ୍କ ପାଉଣା ମିଳିଯିବ ବୋଲି କହିଛନ୍ତି । ଅପରପକ୍ଷେ ସମସ୍ତ ହିତାଧିକାରୀଙ୍କ ଟଙ୍କା ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାରେ ଜମା ହେଉଥିବା କଥା ସହକାରୀ ବନ ସଂରକ୍ଷକ କହିଛନ୍ତି । ତଥାପି ସେ ଏହି ଘଟଣା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର , ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.