ETV Bharat / state

ସରିଲା ସୁନ୍ଦରଗଡ ବାର ଆସୋସିଏସନ ନିର୍ବାଚନ, ସଭାପତି ହେଲେ ସୁକାନ୍ତ ମହାପାତ୍ର

author img

By

Published : Mar 27, 2021, 10:49 PM IST

ସୁନ୍ଦରଗଡ ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନ ଫଳାଫଳ ପ୍ରକାଶ । ସଭାପତି ଭାବେ ସୁକାନ୍ତ ମହାପାତ୍ର ଏବଂ ସମ୍ପାଦକ ଭାବେ ଅଶୋକ କୁମାର ସ୍ୱାଇଁ ନିର୍ବାଚିତ । ଅଧିକ ପଢନ୍ତୁ...

ସରିଲା ସୁନ୍ଦରଗଡ ବାର ଆସୋସିଏସନ ନିର୍ବାଚନ, ସଭାପତି ହେଲେ ସୁକାନ୍ତ ମହାପାତ୍ର
ସରିଲା ସୁନ୍ଦରଗଡ ବାର ଆସୋସିଏସନ ନିର୍ବାଚନ, ସଭାପତି ହେଲେ ସୁକାନ୍ତ ମହାପାତ୍ର

ସୁନ୍ଦରଗଡ: ଓଡିଶା ଷ୍ଟେଟ ବାର କାଉନସିଲର ନିର୍ଦ୍ଦେଶକ୍ରମେ ଶନିବାର ସୁନ୍ଦରଗଡ ବାର ଆସୋସିଏସନର ନିର୍ବାଚନ ସରିଛି । ଫଳାଫଳ ମଧ୍ୟ ଘୋଷିତ ହୋଇଛି । ନିର୍ବାଚନରେ ସଭାପତି ଭାବେ ସୁକାନ୍ତ ମହାପାତ୍ର ଏବଂ ସମ୍ପାଦକ ଭାବେ ଅଶୋକ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି । ସେହିପରି ଆଇନଜୀବୀ ନରେଶ କୁମାର ନାଏକ ଉପସଭାପତି, ପ୍ରଣବ କୁମାର ହାତୀ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ରବୀନ୍ଦ୍ର କୁମାର ମାଳି ନିର୍ଦ୍ବନ୍ଦରେ ମନୋନୀତ ହୋଇଛନ୍ତି ।

ସେହିପରି ଏକଜିକ୍ୟୁଟିଭ କମିଟି ପାଇଁ ନିର୍ଦ୍ୱନ୍ଦରେ ମନୋନୀତ ହୋଇଥିବା ସଦସ୍ୟମାନେ ହେଉଛନ୍ତି ସତ୍ୟଜିତ ନାଏକ, ପ୍ରେମ କୁମାର, ସତ୍ୟଜିତ ପଣ୍ଡା, ଗୌତମ କୁମାର ହାତୀ, ଏମ ଡ଼ି ସମିମ । ୱେଲଫେୟାର କମିଟିର ୫ ଟି ସଦସ୍ୟ ପଦ ପାଇଁ ରଘୁନାଥ ପଣ୍ଡା ଓ ଅଞ୍ଜନା ସାହୁ ମନୋନୀତ ହୋଇଥିବାବେଳେ ୩ ଗୋଟି ପଦବୀ ପୂରଣ ହୋଇପାରିନାହିଁ l

ଠିକ ସେହିପରି ସଭାପତି ଓ ସମ୍ପାଦକ ପଦ ପାଇଁ ମତଦାନ ହୋଇଥିଲା । ଦୁଇଟିଯାକ ପଦବୀ ପାଇଁ ୧୫୩ ଖଣ୍ତ ଭୋଟ ପଡିଥିଲା । ସଭାପତି ପଦ ପାଇଁ ୩ ଜଣ ପ୍ରାର୍ଥୀ ଥିବାବେଳେ ସେଥିମଧ୍ୟରୁ ସୁକାନ୍ତ ମହାପାତ୍ରଙ୍କ ସପକ୍ଷରେ ୭୭ ଖଣ୍ଡ, କମଳ ସେନଙ୍କ ସପକ୍ଷରେ ୭୨ ଖଣ୍ଡ ଓ ଅନ୍ୟ ଜଣଙ୍କ ସପକ୍ଷରେ ମାତ୍ର ୩ ଖଣ୍ଡ ଭୋଟ ପଡିଥିଲା । ସଭାପତି ପଦରେ ସୁକାନ୍ତ ମହାପାତ୍ର ନିଜର ନିକଟତମ ପ୍ରତିଦ୍ୱନ୍ଦୀ କମଳ ସେନଙ୍କ ଠାରୁ ୫ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସମ୍ପାଦକ ପଦବୀରେ ଅଶୋକ କୁମାର ସ୍ୱାଇଁଙ୍କ ସପକ୍ଷରେ 124 ଖଣ୍ଡ ମତଦାନ ହୋଇଥିଲା ଏବଂ ରାଜେଶ ଟପ୍ପୋଙ୍କ ସପକ୍ଷରେ 28 ଖଣ୍ଡ ମତଦାନ ହୋଇଥିବା ସୂଚନା ମିଳିଛି । ସମ୍ପାଦକ ପଦବୀରେ ଅଶୋକ କୁମାର ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରାଜେଶ କୁମାର ଟପ୍ପୋଙ୍କ ଠାରୁ 96 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସୁନ୍ଦରଗଡ ବାର ଆସୋସିଏସନର ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ପ୍ରଦୀପ କୁମାର ପଟେଲ ଦାୟିତ୍ବ ତୁଲାଇଥିଲେ । ସମସ୍ତ ଆଚରଣବିଧିକୁ ସମ୍ମାନ ଦେଇ ଏହି ନିର୍ବାଚନ ହୋଇଥିଲା ।

ସୁନ୍ଦରଗଡରୁ ହରିହର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.