ETV Bharat / state

ରାକ୍ଷୀ ବାନ୍ଧିବା ପୂର୍ବରୁ ସାପ କାମୁଡ଼ାରେ ଚାଲିଗଲେ ଭାଇ-ଭଉଣୀ

ଆଉ ଦିନ କେଇଟା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭଉଣୀ । ଭାଇ- ଭଉଣୀର ପବିତ୍ର ବନ୍ଧନ ପୂର୍ବରୁ ବିଧାତା ସାଜିଲା ବଇରି । ରାତିରେ ଶୋଇଥିବା ସମୟରେ ଦଂଶନ କରିଛି ବିଷାକ୍ତ ସାପ । ଫଳରେ ଚାଲିଯାଇଛି ଦୁଇ ନିଷ୍ପାପ ଭାଇ-ଭଉଣୀଙ୍କ ଜୀବନ ।

author img

By

Published : Aug 12, 2019, 5:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ସଦର ଥାନା ସୁବୁଲିଆ ଗାଁରେ ଅଘଟଣ । ସାପ କାମୁଡ଼ାରେ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି । ଆଉ ଦିନ କେଇଟା ପରେ ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା ଭୟଣୀ । ଭାଇ- ଭଉଣୀର ପବିତ୍ର ବନ୍ଧନ ପୂର୍ବରୁ ବିଧାତା ସାଜିଲା ବଇରି । ପ୍ରଦୀପ ଦଣ୍ଡସେନାଙ୍କ ବଡ଼ ଝିଅ ବର୍ଷା ଦଣ୍ଡସେନା(13) ଏବଂ ସାନ ପୁଅ ଅଭିନାଶ ଦଣ୍ଡସେନା(8) ରାତିରେ ଶୋଇଥିବା ବେଳେ ସର୍ପ ଦଶଂନରେ ଉଭୟଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ ସୁବୁଲିଆ ଗ୍ରାମର ପ୍ରଦୀପ ଦଣ୍ଡସେନାଙ୍କ ପୁଅ ଓ ଝିଅ ରାତିରେ ଖାଇସାରିବା ପରେ ବିଛଣାରେ ଶୋଇଥିଲେ । ଆଜି ସକାଳ ପ୍ରାୟ ୮ ଟା ସେମାନେ ନଉଠିବାରୁ ତାଙ୍କୁ ପରିବାର ଲୋକେ ଉଠାଇବା ବେଳକୁ ଉଭୟେ ନିସ୍ତେଜ ହୋଇପଡ଼ିଥିଲେ । ତେଣୁ ପରିବାର ଲୋକେ ତୁରନ୍ତ ଭାଇ- ଭଉଣୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପରିବାର ଲୋକେ ସେମାନଙ୍କୁ ରାଉରକେଲା ଆଇଜିଏଚ ନେବା ବାଟରେ ଭାଇ- ଭଉଣୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ସାପ କାମୁଡ଼ା ରେ ଭାଇ ଭଉଣୀ ମୃତ
ରାଉରକେଲା- ସୁନ୍ଦରଗଡ଼ ସଦର ଥାନା ସୁବୁଲିଆ ଗାଁ ରେ ଅଘଟଣ । ସାପ କାମୁଡ଼ା ରେ ଦୁଇ ଭାଇ ଭଉଣୀ ଙ୍କ ର ମୃତ୍ୟୁ ଘଟିଛି ।Body: ଘଟଣା ଅନୁସାରେ ସୁବୁଲିଆ ଗ୍ରାମର ନବରଂଗପୁର ର ପ୍ରଦୀପ ଦଂଡସେନା ଙ୍କ ଦୁଇ ଛୁଆ ବଡ଼ ଝିଅ ୧୩ ବର୍ଷିଆ ବର୍ଷା ଦଂଡସେନା ଏବଂ ସାନ ପୁଅ ୮ ବର୍ଷିଆ ଅଭିନାଶ ଦଂଡସେନା ରାତିରେ ଖାଇ ପିଇ ତଳେ ବିଛଣା ରେ ଶୋଇଥିଲେ । ଆଜି ସକାଳ ପ୍ରାୟ ୮ ଟା ସେମାନେ ନଉଠିବାରୁ ତାଙ୍କୁ ଉଠାଇ ପରେ ଦୁଇଜଣ ଯାଏ ନିସ୍ତେଜ ହୋଇଯାଇଥିବା ବେଳେ ଉଭୟଙ୍କୁ ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା ।
Conclusion:ସେଠାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ପରିବାର ଲୋକେ ସେମାନଙ୍କୁ ରାଉରକେଲା ଆଇ ଜି ଏଚ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାପରେ ଉଭୟଙ୍କୁ ପୁଣି ସୁନ୍ଦରଗଡ଼ ହସ୍ପିଟାଲ କୁ ନେଇଆସିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.