ETV Bharat / state

ଗିରଫ ହେଲେ ୬୧ ଜଣ ମଦ୍ୟପ ଗାଡି ଚାଳକ - ସୁନ୍ଦରଗଡ ମଦ୍ୟପ ଗାଡି ଚାଳକ

୩୨ ତମ ସଡକ ସୁରକ୍ଷା ମାସ ଅବସରରେ ଟ୍ରାଫିକ ନିୟମକୁ କଡାକଡି କରିଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ । ୬୧ ଜଣ ମଦ୍ୟପ ଗାଡି ଚାଳକ ଗିରଫ । ଅଧିକ ପଢନ୍ତୁ...

ଗିରଫ ହେଲେ ୬୧ ଜଣ ମଦ୍ୟପ ଗାଡି ଚାଳକ
ଗିରଫ ହେଲେ ୬୧ ଜଣ ମଦ୍ୟପ ଗାଡି ଚାଳକ
author img

By

Published : Jan 20, 2021, 9:26 PM IST

ସୁନ୍ଦରଗଡ: ସୁନ୍ଦରଗଡରେ କଡାକଡି ହୋଇଛି ଟ୍ରାଫିକ ନିୟମ । ମାନବ ଜୀବନକୁ ସୁରକ୍ଷିତ ରଖିବା ପାଇଁ ୩୨ ତମ ସଡକ ସୁରକ୍ଷା ମାସ ପାଳନ ଦିନରୁ ସୁନ୍ଦରଗଡ ଏସପି ସାଗରିକା ନାଥ ଏହି ନିୟମ କଡାକଡି କରିଛନ୍ତି । ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ସେ ୬୧ ଜଣ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

ଗିରଫ ହେଲେ ୬୧ ଜଣ ମଦ୍ୟପ ଗାଡି ଚାଳକ

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର, କୁତ୍ରା, ବଡଗାଁ, ସଦର, ଟାଉନ, ତଳସରା, ବୀରମିତ୍ରପୁର ଓ ଭଷ୍ମା ଥାନା ଅଞ୍ଚଳରୁ ଏହି ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ ଚାଳକଙ୍କ ଆଲକୋହଲ ପର୍ସେଣ୍ଟେଜ ଓ ଡାକ୍ତରୀ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ପ୍ରକ୍ରିୟା ଆଗକୁ ଚାଲୁ ରହିବ ବୋଲି ଏସପି ଜଣାଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.