ETV Bharat / state

ବଜେଟକୁ ନେଇ ଅସନ୍ତୁଷ୍ଟ, ରାଜରାସ୍ତାକୁ ଓହ୍ଲାଇଲା ସିଟୁ ଏବଂ CPIM - ରାଜରାସ୍ତାକୁ ଓହ୍ଲାଇଛନ୍ତି ସିଟୁ ଏବଂ ସିପିଆଇଏମ ଦଳ

ରାଉରକେଲା ସିଟୁ ଏବଂ ସିପିଆଇଏମ ପକ୍ଷରୁ କେନ୍ଦ୍ରୀୟ ବଜେଟ କୁ ନେଇ ବିକ୍ଷୋଭ ପ୍ରଦର୍ଶନ। ବଜେଟ କୁ ଧୂଆଁବାଣ କହିଲା ଦଳ। ବଜେଟ କୁ ଖାରଜ କରି ନୂଆ ବଜେଟ ଆସୁ ବୋଲି ଦାବି କଲା ସିଟୁ ଏବଂ ସିପିଆଇଏମ। ଅଧିକ ପଢ଼ନ୍ତୁ

ଗରିବଙ୍କ ପାଇଁ ବଜେଟ ଧୂଆଁବାଣ
ଗରିବଙ୍କ ପାଇଁ ବଜେଟ ଧୂଆଁବାଣ
author img

By

Published : Feb 14, 2023, 6:56 AM IST

ଗରିବଙ୍କ ପାଇଁ ବଜେଟ ଧୂଆଁବାଣ, ବଜେଟ କୁ ଖାରଜ କରି ନୂଆ ବଜେଟ ଆସୁ

ରାଉରକେଲା: କେନ୍ଦ୍ରୀୟ ବଜେଟକୁ ନେଇ ସିଟୁ ଏବଂ ସିପିଆଇଏମ ଦଳର ମିଳିତ ବିକ୍ଷୋଭ । ବଜେଟକୁ ପୁନଃ ଆଗତ କରାଯାଉ ଏବଂ ଏହି ପାରିତ ବଜେଟକୁ ଖାରଜ କରାଯାଉ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନକୁ ମାତ୍ର ଦୁଇ ସପ୍ତାହ ବିତିବାକୁ ବସିଛି ଏହାରି ମଧ୍ୟରେ ଏହାକୁ ନେଇ ଦେଖାଦେଇଛି ବିଭିନ୍ନ ରାଜନୈତିକ ଦଳର ଅସନ୍ତୋଷ । ତେଜୁଛି ବିରୋଧୀଙ୍କ ବିରୋଧ । କେନ୍ଦ୍ରର ବଜେଟ ସମ୍ପୂର୍ଣ୍ଣ ଧୂଆଁବାଣ ଏହା କେବଳ ଫମ୍ପା ମାଠିଆ ଭଳି କେବଳ ଶବ୍ଦ ବେଶୀ କରୁଛି କିନ୍ତୁ କାମ ଶୁନ ।

ଏଥର ମଧବିତ୍ତ ପରିବାର, ଗରିବ ଲୋକ ଏବଂ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଜେଟ ଠିକ ଭାବରେ ଦେଇ ନାହାନ୍ତି ତେଣୁ ଲୋକେ ହଇରାଣ ହେବେ ବୋଲି ଏଭଳି ଏକ ଅଭିଯୋଗ କରିଛି ସିଟୁ ଏବଂ CPIM ଦଳ । ଏହାକୁ ନେଇ ଆଜି ରାଉରକେଲା ସିଟୁ ଏବଂ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କେନ୍ଦ୍ର ସରକାରଙ୍କ ବିରୋଧରେ ଆଜି ରାଉରକେଲା ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସିଟୁ ଏବଂ CPIM ଦଳ ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର କେବଳ ଧନୀ ଲୋକଙ୍କ କଥା ଭାବୁଛନ୍ତି ଏବଂ ଗରିବ ଲୋକଙ୍କ କଥା ଭୁଲି ଯାଉଛନ୍ତି । ଏହି ବଜେଟରେ ଛାତ୍ର, ଯୁବପୀଢି, ଶିକ୍ଷା, ସ୍ବାସ୍ଥ୍ୟ, କୃଷକ, ଗରିବ ମଧ୍ୟବିତ୍ତ, ଶ୍ରମିକ ପରିବାର ଆଦିଙ୍କ ପାଇଁ କିଛି ନାହିଁ । କେବଳ ବିତ୍ତଶାଳୀ ବ୍ୟକ୍ତିଙ୍କ ପାଇଁ ଏହି ବଜେଟ ଆଗତ ହୋଇଛି ।

ବିଶେଷ କରି ଯେଉଁଭଳି ପ୍ରକାରର ଦରଦାମ ବୃଦ୍ଧି ପାଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ବଜେଟରେ କିଛି କରାଯାଇନାହିଁ । ଏଭଳି ଅଭିଯୋଗ ଆଣି ଏହି ବଜେଟକୁ ବିରୋଧ କରିଛି ରାଉରକେଲା ସିଟୁ ଏବଂ ସିପିଆଇଏମ ଦଳ । ବିଶେଷ କରି ଯେଉଁଭଳି ଦରଦାମ ବୃଦ୍ଧି ପାଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ବଜେଟରେ କିଛି କରାଯାଇନାହିଁ କେବଳ କର୍ପୋରେଟମାନଙ୍କୁ ପୋଷିବା ପାଇଁ ଏହି ବଜେଟ ଆସିଛି ବୋଲି କହି ଏଭଳି ଅଭିଯୋଗ ଆଣି ଏହି ବଜେଟକୁ ବିରୋଧ କରିଛି ରାଉରକେଲା ସିଟୁ ଏବଂ CPIM ଦଳ । ଏହି ବଜେଟକୁ ସମ୍ପୂର୍ଣ୍ଣ ଭାବରେ ଏକ ଫମ୍ପା ବଜେଟ କହିଛି ସିଟୁ ଏବଂ CPIM ଦଳ ।

କେବଳ ପଇସା ଵାଲାଙ୍କ ପାଇଁ ବଜେଟ ହୋଇଛି ଏବଂ ଗରିବ ଲୋକଙ୍କୁ ଲୁଟିବାକୁ ବଜେଟ ହୋଇଛି ବୋଲି ବିକ୍ଷୋଭ ପ୍ରଦର୍ଶନ କରି କହିଛି ସିଟୁ ଏବଂ CPIM । ଏହି ବଜେଟରେ ଶିକ୍ଷା ବିଭାଗ ପାଇଁ ମଧ୍ୟ କିଛି ପ୍ରାଧାନ୍ୟ ଦିଆଯାଇନାହିଁ ବୋଲି ମଧ୍ୟ ଅଭିଯୋଗ କରାଯାଇଛି । ବଜେଟରେ ଶିକ୍ଷା ପାଇଁ କିଛି ପ୍ରାଧାନ୍ୟ ଦିଆଯାଇନାହିଁ ଏହାସହ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଜେଟ କମାଇ ଦିଆଯାଇଛି । ସେହିଭଳି ଯୁବପୀଢି ପାଇଁ ବଜେଟରେ କିଛି ନାହିଁ । ଯେଉଁଭଳି ଭାବରେ ବର୍ଷକୁ ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି କିନ୍ତୁ ତାହା ମଧ୍ୟ ସମ୍ପୂର୍ଣ୍ଣ ଫେଲ ମରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.