ETV Bharat / state

ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ, ଜ୍ବର କି ଥଣ୍ଡା ହେଲେ ତୁରନ୍ତ ପରୀକ୍ଷା କରିବାକୁ ସ୍ବାସ୍ଥ୍ଯ ବିଭାର ନିର୍ଦ୍ଦେଶ - ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ରୋଗ

ରାଜ୍ୟରେ ବିଷାକ୍ତ କୀଟର ଆତଙ୍କ । ସ୍କ୍ରବ୍‌ ଟାଇଫସ ରୋଗରେ 100ରୁ ଅଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ । ସତର୍କ ରହିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାର ପରାମର୍ଶ । ଅଧିକ ପଢନ୍ତୁ

ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ
ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ
author img

By ETV Bharat Odisha Team

Published : Sep 14, 2023, 7:15 PM IST

ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ

ରାଉରକେଲା: ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ । ଧୀରେଧୀରେ ରାଜ୍ୟର ଅନେକ ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫସ୍‌ ରୋଗ ଚିହ୍ନଟ କରାଯାଇଛି । ଏବେ ଏହି ସୁନ୍ଦରଗଡ଼ରେ ମଧ୍ୟ ଏହା ବ୍ୟାପିବାରେ ଲାଗିଛି । ତେବେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବ୍ୟାପକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏପଟେ ଜିଲ୍ଲାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗୀ ବଢୁଥିବା ବେଳେ ସ୍କ୍ରବ୍ ଟାଇଫସ୍‌ ରୋଗ ପ୍ରଶାସନର ନିଦ ହଜେଇଛି । ଜିଲ୍ଲାକରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏହି ସ୍କ୍ରବ୍‌ ଟାଇଫସ୍‌ ରୋଗରେ 100ରୁ ଅଧିକ ରୋଗୀ ସୁନ୍ଦରଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ରୋଗରେ ବର୍ତ୍ତମାନ ଯାଏଁ ଜିଲ୍ଲାରେ କାହାରି ମୃତ୍ୟୁ ହୋଇନାହିଁ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାହ୍ନୁ ଚରଣ ନାୟକ କହିଛନ୍ତି, "ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀଙ୍କ ରୋଗର ଲକ୍ଷଣକୁ ଦେଖି ଡାକ୍ତରଙ୍କ ପରାମର୍ଶରେ ସ୍କ୍ରବ ଟାଇଫସ ପରୀକ୍ଷା କରାଯାଉଛି । ଜାନୁଆରୀ ୨୦୨୩ରୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ୬୭୦ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି । ତେବେ ଏହି ରକ୍ତ ନମୁନା ପରୀକ୍ଷାରୁ ଏବେ ସୁଦ୍ଧା ୧୩୨ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚିକିତ୍ସାଳୟରୁ ସଂଗ୍ରହ ହେଉଥିବା ବେଳେ ସରକାରୀ ମେଡାକାଲରେ ଏହାର ପରୀକ୍ଷା କରାଯାଉଛି ।"

ସେ ଅହୁରି ମଧ୍ୟ କହିଛନ୍ତି,"ସ୍କ୍ରବ୍ ଟାଇଫସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ତଳିପେଟରେ ଯନ୍ତ୍ରଣା, ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଦେଇଥାଏ । ଯେଉଁ ସ୍ଥାନକୁ ଏହି କୀଟ କାମୁଡ଼ିଥାଏ ସେହି ସ୍ଥାନର ଚର୍ମ ମୃତ ହୋଇଯାଏ । ଏନେଇ କୌଣସି ପ୍ରକାର ଭୟଭୀତ ହେବାର ନାହିଁ । ଏହି ରୋଗରେ କୌଣସି ବ୍ୟକ୍ତି ପୀଡ଼ିତ ହେଲେ ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଥିପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା କରାଯାଇଛି ଏବଂ ଔଷଧ ମଧ୍ୟ ମହଜୁଦ ଅଛି ।"

ଏହା ମଧ୍ୟ ପଢନ୍ତୁ.. ଝାରସୁଗୁଡ଼ାରେ ନାହାନ୍ତି ସ୍କ୍ରବ୍ ଟାଇଫସ୍‌ ରୋଗୀ, ସ୍ଵାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ: DMO

ସ୍କ୍ରବ ଟାଇଫସ କ‘ଣ: ସ୍କ୍ରବ୍‌ ଟାଇଫସ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.