ETV Bharat / state

ସଜନ ମିତ୍ତଲ ହତ୍ୟାକାଣ୍ଡ, ସମସ୍ତ ଅଭିଯୁକ୍ତ ଗିରଫ - ସଜନ ମିତ୍ତଲ ହତ୍ୟାକାଣ୍ଡ ସୁବର୍ଣ୍ଣପୁର

ସୁନ୍ଦରଗଡ ବହୁ ଚର୍ଚ୍ଚିତ ବସେରା ହୋଟେଲ ମାଲିକ ସଜନ ମିତ୍ତଲ ହତ୍ୟାକାଣ୍ଡର ଶେଷ ଅଭିଯୁକ୍ତ ସୁରଜ ଗିରଫ । ପ୍ଲାଣ୍ଟସାଇଟ ଥାନା ପୋଲିସ ସୁରଜକୁ ଗିରଫ କରି କୋର୍ଟଟାଲାଣ କରିଛି । ଅଧିକ ପଢନ୍ତୁ...

ସଜନ ମିତ୍ତଲ ହତ୍ୟାକାଣ୍ଡ, ସମସ୍ତ ଅଭିଯୁକ୍ତ ଗିରଫ

author img

By

Published : Jun 11, 2021, 9:00 AM IST

ସୁନ୍ଦରଗଡ:ବହୁ ଚର୍ଚ୍ଚିତ ବସେରା ହୋଟେଲ ମାଲିକ ସଜନ ମିତ୍ତଲ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ ସୁରଜ କୁମାର ଝା ଓରଫ ରାଭନ ଗିରଫ । ପ୍ଲାଣ୍ଟସାଇଟ ପୋଲିସ ରାଉରକେଲାରୁ ସୁରଜକୁ ଗିରଫ କରିଛି ।

ସଜନ ମିତ୍ତଲ ହତ୍ୟାକାଣ୍ଡ, ସମସ୍ତ ଅଭିଯୁକ୍ତ ଗିରଫ
ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଡିଏଭି ସ୍କୁଲ ଗଳିର ବହୁ ଚର୍ଚ୍ଚିତ ସଜନ ମିତ୍ତଲ ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତ ଗିରଫ । ଏହି ହତ୍ୟା ଗତ ଫେବୃଆରୀ 9 ତାରିଖ ରାତି ପ୍ରାୟ 10:45 ପାଖାପାଖି ଘଟିଥିଲା । 7 ଜଣ ଅଭିଯୁକ୍ତ ମିତ୍ତଲଙ୍କ ଘରେ ପଶି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ପୋଲିସ ପୂର୍ବରୁ 6 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରି ଥିବାବେଳେ ସୁରଜ କୁମାର ଝା ଓରଫ ରାଭନକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏନେଇ ରାଉକେଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଂଗ୍ରାମ କେଶରୀ ବେହେରା ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ।

ଗିରଫ ହୋଇଥିବା ଅଭିଯୁକ୍ତ ଘର ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦଣ୍ଡିଆ ପାଲିର ବୋଲି ପୋଲିସ କହିଛି । ତେବେ ଘଟଣା ଘଟିବା ପର ଠାରୁ ସେ ପୋଲିସ ନଜରରୁ ଫେରାର ଥିଲା । ସେ ରାଉରକେଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ଏସପିଙ୍କୁ ସୂଚନା ମିଳିଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ପ୍ଲାଣ୍ଟସାଇଟ ପୋଲିସ ସଦଳବଳେ ତାକୁ ଗିରଫ କରିଥିଥିବା ସଂଗ୍ରାମ କେଶରୀ ସୂଚନା ଦେଇଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.