ETV Bharat / state

Hockey World Cup: ରାତି ପାହିଲେ ବିର୍ସାମୁଣ୍ଡା ଷ୍ଟାଡିୟରେ ଜମିବ ଭିଡ, ଟ୍ରାଫିକ ସମସ୍ୟ ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ

author img

By

Published : Jan 12, 2023, 10:53 PM IST

ହକି ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଟ୍ରାଫିକ ସମସ୍ୟା ନଉପୁଜିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଉରକେଲା ପୋଲିସ । ଅଧିକ ପଢନ୍ତୁ

ରାଉରକେଲା ଏସପି ମୁକେଶ ଭାମୋ
ରାଉରକେଲା ଏସପି ମୁକେଶ ଭାମୋ
ଟ୍ରାଫିକ ସମସ୍ୟ ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ
ରାତି ପାହିଲେ ବିର୍ସା ମୁଣ୍ଡା ଷ୍ଟାଡିୟରେ ଜମିବ ଭିଡ, ଟ୍ରାଫିକ ସମସ୍ୟ ନେଇ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ

ରାଉରକେଲା: ସହରରେ ବିଶ୍ବକପ ଦେଖିବା ପାଇଁ ଆସୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଟ୍ରାଫିକ ସମସ୍ୟା ନଉପୁଜିବା ନେଇ ଆଗୁଆ ପ୍ରସ୍ତୁତ ହୋଇଛି ରାଉରକେଲା ପୋଲିସ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ଆସନ୍ତାକାଲି (ଶୁକ୍ରବାର) ହକି ବିଶ୍ବକପ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ହକି ମହାକୁମ୍ଭ ନେଇ ପ୍ରଶାସନ ପାଇଁ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ଏନେଇ ଆନିମେସନ ଜରିଆରେ ଟ୍ରାଫିକ ରୁଟ ନିର୍ଦ୍ଧାରଣ କରିଛି ରାଉରକେଲା ପୋଲିସ ।

କେଉଁ ରୁଟରେ ଲୋକେ ଯିବେ ଷ୍ଟାଡିୟମକୁ କେଉଁଠାରେ ଗାଡି ପାର୍କିଂ କରିବେ । ତାହା ନେଇ ସଜାଗ ରହିଛି ରାଉରକେଲା ପୋଲିସ । ରାଉରକେଲା ସହରରେ ପ୍ରଥମ ଥର ପାଇଁ ହକି ବିଶ୍ବକପ ଆୟୋଜନ ହେଉଥିବାରୁ ଲାଗି ରହିଛି ଉତ୍କଣ୍ଠା । ଯାହାକୁ ନେଇ ରାଉରକେଲା ସହରର ଲୋକଙ୍କ ଭିଡ଼ ଜମିବା ସହ ବାହାର ଜାଗାରୁ ଆସୁଥିବା ଲୋକଙ୍କ ଭିଡ଼ ମଧ୍ୟ ଜମିବ । ତେଣୁ ରାଉରକେଲା ପୋଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । କେଉଁ ରାସ୍ତା ଦେଇ ଲୋକେ ଷ୍ଟାଡିୟମକୁ ଯିବେ ଏବଂ ପାର୍କିଂ କେଉଁଠି କରିବେ କେତେବେଳେ ଗେଟ ଖୋଲିବ ତାହା ନେଇ ମଧ୍ୟ ତିଆରି ହୋଇଛି ମାଷ୍ଟରପ୍ଲାନ । ଏଥିପାଇଁ ରାଉରକେଲା ପୋଲିସ ପ୍ରଶାସନ। ପକ୍ଷରୁ ନିର୍ମାଣ କରାଯାଇଛି ଏକ ଭିଡ଼ିଓ ।

ସମ୍ପୂର୍ଣ୍ଣ ବିସ୍ତାରିତ ଭାବରେ ଲୋକଙ୍କ ପାଇଁ ତିଆରି ହୋଇଛି ରୋଡ଼ ମ୍ୟାପ । ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ରାଜଗାଙ୍ଗପୁର, ବିରମିତ୍ରପୁର ଏବଂ ସୀମଡେଗାରୁ ଆସୁଥିବା ଦର୍ଶକ ବେଦବ୍ୟାସ ଛକ ଏବଂ ନୂଆ ବ୍ରାହ୍ମଣୀ ବ୍ରିଜ ଦେଇ ହକି ଛକ ଏବଂ ଏହାପରେ ହନୁମାନ ବାଟିକା ଛକକୁ ଯିବେ । ଗେଟ ନମ୍ବର 5 ଓ 6 କୁ ଯିବାକୁ ହେଲେ ହନୁମାନ ବାଟିକା ଛକରୁ ଛେଣ୍ଡକୁ ଯାଇଥିବା ରିଂ ରୋଡ଼ ଲେନରେ ବାମ ପାର୍ଶ୍ବରେ ଯିବାକୁ କୁହାଯାଇଛି । ଗେଟ ନମ୍ବର ଦୁଇ ଏବଂ ତିନିକୁ ଯିବା ପାଇଁ ହେଲେ ହନୁମାନ ବାଟିକାରୁ ଛେଣ୍ଡକୁ ଯାଇଥିବା ରିଂ ରୋଡ଼ରେ ଡାହାଣ ପାର୍ଶ୍ବରେ ଯିବାକୁ କୁହାଯାଇଛି ।

ଗେଟ ୫ ଓ ୬ କୁ ଯିବା ପାଇଁ ଛେଣ୍ଡ କଲୋନୀ ଭିତରକୁ ଯାଆନ୍ତୁ ରିମ୍ସ ଛକ ପାଖକୁ ଯାଇ ଷ୍ଟାଡିୟମ ନିକଟରେ ଥିବା ପାର୍କିଂରେ ଗାଡି ରଖିବେ ଦର୍ଶକ । ଗେଟ ନମ୍ବର ୨ ଓ ୩କୁ ଯିବାକୁ ହେଲେ ଛେଣ୍ଡ ଛକରୁ ସ୍ପେସ ଛକକୁ ଯିବାକୁ କୁହାଯାଇଛି ଏବଂ ସେଠାରୁ ବାମକୁ ଯାଇ ପାର୍କିଂ ପାଇଁ ଯିବାକୁ କୁହାଯାଇଛି । ଅନୁଗୋଳ, ଦେଓଗଡ଼, ବାରକୋଟ, ବଣାଇ, କୋଇଡା, କେଉଁଝରରୁ ଆସୁଥିବା ସମସ୍ତ ଦର୍ଶକ, ଦେଓଗାଁ ଛକରୁ ସରନା ଛକକୁ ଆସିବେ । ଦର୍ଶକ ଷ୍ଟାଡିୟମ ଭିତରକୁ ଯିବାବେଳେ କୋଏନ, ପାଣି ବୋତଲ, ବ୍ୟାଗ,ହେଲମେଟ ଆଦି ନେବାକୁ ବାରଣ କରାଯାଇଛି । କେବଳ ନିଜ ଗାଡିର ଚାବି ନେଇ ପାରିବେ । ଏବଂ ପାଣି ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ଷ୍ଟାଡିୟମ ଭିତରେ ଥିବା କହିଛନ୍ତି ରାଉରକେଲା ଏସପି ମୁକେଶ ଭାମୋ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.