ETV Bharat / state

ରାଉରକେଲାରେ ତେଜିବାରେ ଲାଗିଛି ବିଶ୍ବବିଦ୍ୟାଳୟ ଦାବି

author img

By

Published : Feb 21, 2023, 8:14 AM IST

ରାଉରକେଲା ନାଗରିକ ସୁରକ୍ଷା କମିଟି ଉଠାଇଲା ଦାବି । ଯଥା ସମ୍ଭବ ପାନପୋଷ ସ୍ବୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଉ । ଅଧିକ ପଢ଼ନ୍ତୁ

ରାଉରକେଲାରେ  ତେଜୁଛି ବିଶ୍ବବିଦ୍ୟାଳୟ ଦାବି
ରାଉରକେଲାରେ ତେଜୁଛି ବିଶ୍ବବିଦ୍ୟାଳୟ ଦାବି
ରାଉରକେଲାରେ ତେଜୁଛି ବିଶ୍ବବିଦ୍ୟାଳୟ ଦାବି

ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ତେଜୁଛି ବିଶ୍ବବିଦ୍ୟାଳୟ ଦାବି । ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି ଜୋର ଧରିଛି । ରାଉରକେଲାରେ ବିଶ୍ବବିଦ୍ୟାଳୟ ହେବା ହେଉଛି ରାଉରକେଲାବାସୀଙ୍କ ନ୍ୟାର୍ଯ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କଲେଜକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରୁଥିବାବେଳେ ରାଉରକେଲା ସହରରେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରି ଏଠାରେ ଏକ ବିଶ୍ବବିଦ୍ୟାଳୟ ସ୍ଥାପନ କରନ୍ତୁ ବୋଲି ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ଦାବି କରିଛି ।

ରାଉରକେଲା ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଏକ ଆଲୋଚନା ବୈଠକ କରାଯାଇଥିଲା । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ବୈଠକରେ ରାଉରକେଲା ସହରରେ କିଭଳି ଏକ ବିଶ୍ବବିଦ୍ୟାଳୟ ସ୍ଥାପନ ହେବ ତାହା ନେଇ ଆଲୋଚନା ହୋଇଥିଲା ।

ରାଉରକେଲାକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ଏହାକୁ ନେଇ ସରକାର ଜବାବ ଦେବା ଜରୁରୀ ବୋଲି ଦାବି କରିଛନ୍ତି ରାଉରକେଲା ନାଗରିକ ସୁରକ୍ଷା କମିଟି । ରାଉରକେଲା ପାନପୋଷ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉ ବୋଲି ଦାବି ହୋଇଛି । ଏହି ଶିକ୍ଷା ଅନୁଷ୍ଠାନ ବହୁ ପୁରାତନ ଏବଂ ଏଠାରେ ଶିକ୍ଷା ଲାଭ କରିବା ପାଇଁ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ ।

ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୪୮ଟି ଡିଗ୍ରୀ କଲେଜ ଏହି ପାନପୋଷ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲେ ଉପକୃତ ହେବେ । ଏହା ସାଙ୍ଗକୁ ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର କିଛି କଲେଜକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉପରେ ନିର୍ଭରଶୀଳ ଥିବା ଛାତ୍ରଛାତ୍ରୀ ଉପକୃତ ହେବେ ।

ଗୋଟିଏପଟେ ରାଜ୍ୟ ସରକାର କହୁଛନ୍ତି ଜାଗା ନାହିଁ ଏବଂ କେନ୍ଦ୍ର ସରକାର ଏହାକୁ UGC ଗ୍ରାଣ୍ଟ ଦେବାକୁ ଚାହୁଁ ନାହାନ୍ତି । ତେବେ ଏହି ସଂପର୍କରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ସେ ନିଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଥିଲେ ଏବଂ ରାଉରକେଲାରେ ବିଶ୍ବବିଦ୍ୟାଳୟ ପାଇଁ ଚିଠି ମଧ୍ୟ ଲେଖିଥିଲେ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ଏହି ପାନପୋଷ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଅନ୍ତି ତାହାହେଲେ କେନ୍ଦ୍ର ସରକାର ଏହାକୁ UGC ଗ୍ରାଣ୍ଟ ଦେବେ । ଏନେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାଙ୍କ ଅବହେଳା ଯୋଗୁ ହିଁ ଏଠାରେ ବିଶ୍ବବିଦ୍ୟାଳୟ ସ୍ଥାପନ ହୋଇ ପାରୁନାହିଁ । ତେବେ ଆଗାମୀ ଦିନରେ ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ନେଇ ଦାବି ଆହୁରା ତୀବ୍ର କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.