ETV Bharat / state

ଉତ୍ତରକାଶୀ ଟନେଲ ଦୁର୍ଘଟଣା: ରାଉରକେଲାର ଷ୍ଟିଲ ପାଇପରେ ଉଦ୍ଧାର ହେବେ ଶ୍ରମିକ, ଚାଲିଛି ଏୟାରଲିଫ୍ଟ

ଉତ୍ତରାଖଣ୍ଡ ଟନେଲ ମଧ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଉଦ୍ଧାର କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ରାଉରକେଲା ଇସ୍ପାତ କାରଖାନା । ଏହି କାରଖାନାରେ ତିଆରି ଷ୍ଟିଲ୍‌ ପାଇପରେ ଉଦ୍ଧାର ହେବେ ଶ୍ରମିକ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 21, 2023, 3:29 PM IST

ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ଷ୍ଟିଲ୍‌ ପାଇପ ଯୋଗେ ଉଦ୍ଧାର ହେବେ ଉତ୍ତରକାଶୀରେ ଟନେଲରେ ଫସି ରହିଥିବା ଶ୍ରମିକ । ଏୟାର ଫୋର୍ସ ଦ୍ୱାରା ରାଉରକେଲାରୁ ଷ୍ଟିଲ ପାଇପଗୁଡ଼ିକୁ ଏୟାରଲିଫ୍ଟ କରାଯାଇଛି ।

ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲକ୍ୟାରାରେ ଟନେଲ୍‌ ଭିତରେ 10 ଦିନ ହେଲା ଫସି ରହିଛନ୍ତି 41 ଜଣ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଆହୁରୀ 3ରୁ 4 ଲାଗିପାରେ ବୋଲି ସୂଚନା ମିଳିଛି । ତେବେ ଏହି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟର ହାତ ବଢାଇଛି ରାଉରକେଲା ଇସ୍ପାତ କାରଖାନା । ଯାହାକୁ ନେଇ ଗର୍ବିତ ଅଛନ୍ତି ଇସ୍ପାତ ସହର ରାଉରକେଲାବାସୀ ।

ତେବେ ଉତ୍ତରାଖଣ୍ଡର ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍(ସେଲ) ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ଗ୍ରେଡର ମାଇଲଡ଼ ଷ୍ଟିଲର ଲୌହ ପାଇପ । ଏହି ପାଇପ ମାଧ୍ୟମରେ ଉଦ୍ଧାର ହେବେ ଶ୍ରମିକ । ଉଦ୍ଧାରକାର୍ଯ୍ୟରେ ଆବଶ୍ୟକ ପଡ଼ୁଥିବା ପାଇପ୍‌ ନେଇ ରାଉରକେଲା ବିମାନ ବନ୍ଦରରୁ ପର୍ଯ୍ୟାୟ କ୍ରମେ ଉଡ଼ାଣ ଭରିଛି ବାୟୁସେନାର ବିଶାଳ ସୁପର ହର୍କ୍ୟୁଲସ ବିମାନ । ତେବେ ଏହି ଅପାତତଃ ଜରୁରୀକାଳୀନ ସମୟରେ ଶୀଘ୍ର ପରିବହନ କାର୍ଯ୍ୟରେ ସାମିଲ ହୋଇଛି ଭାରତୀୟ ବାୟୁସେନା ।

ଏହାମଧ୍ୟ ପଢନ୍ତୁ..ଟନେଲ ଭିତରୁ ଆସିଲା ପ୍ରଥମ ଭିଡିଓ; ସୁସ୍ଥ ଅଛନ୍ତି ଶ୍ରମିକ

ତେବେ ଗତକାଲି ମଧ୍ୟ ଭାରତୀୟ ବାୟୁ ସେନା ସ୍ୱତନ୍ତ୍ର ବିମାନ ଯୋଗେ ଆସି ସ୍ପେସିଆଲ ଗ୍ରେଡର ମାଇଲଡ଼ ଷ୍ଟିଲ୍‌ର ପାଇପ ନେଇ ଯାଇଥିବା ବେଳେ ଆଜି ମଧ୍ୟ ରାଉରକେଲାକୁ ଆସି ବିମାନ ବନ୍ଦରରେ ଭାରତୀୟ ବାୟୁସେନାର ସୁପର ହର୍କ୍ୟୁଲସ୍ ବିମାନ ଅବତରଣ କରିଛି ଏବଂ ଆଜି ପ୍ରାୟ 36 ଟନର ସ୍ପେସିଆଲ ଷ୍ଟିଲ୍‌ ପାଇପ ପରିବହନ କରାଯାଉଛି । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ତିଆରି ହେଉଥିବା ଉନ୍ନତମାନର ପାଇପ୍‌କୁ ଏହି ବିମାନ ଯୋଗେ ଉତ୍ତରାଖଣ୍ଡ ପଠାଯାଇଛି ।

ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି ପାଞ୍ଚ ଜଣ ଓଡ଼ିଆ ଶ୍ରମିକ । ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ଏହି ପାଇପ ବ୍ୟବହାର ହେବ । ଏହି ପାଇପ ଜରିଆରେ ଶ୍ରମିକମାନଙ୍କ ନିକଟକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇ ହେବ ଏବଂ ଏହି ପାଇପ ଯୋଗେ ସେମାନଙ୍କୁ ରେସକ୍ୟୁ ମଧ୍ୟ କରାଯିବ ନେଇ ପ୍ରଚେଷ୍ଟା ହେବ । କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଆରଏସପି କର୍ମଚାରୀ ପାଇପ ଉତ୍ପାଦ ଏବଂ ସ୍ପେସିଆଲ ଷ୍ଟିଲ ପାଇପ ଯୋଗାଣରେ ସମ୍ପୂର୍ଣ୍ଣ ଦମ ଲଗାଇ ଦେଇଛନ୍ତି l

ସ୍ଥାନୀୟ ପ୍ରଶାସନ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲାଇଫ୍ ସପୋର୍ଟ ଓ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ପାଇଁ ୬ ଇଞ୍ଚ ର ପାଇପ୍ ୪୧ ଜଣ ଶ୍ରମିକଙ୍କ ପାଖରେ ପହଞ୍ଚିଛି । ପୂର୍ବରୁ ଏହି ପାଇପ୍ ପଥର ଅତିକ୍ରମ କରିନପାରିବାରୁ ଅଟକି ରହିଥିଲା । ଫଳରେ ଏହି ପାଇପ୍ ସାହାଯ୍ୟରେ ଶ୍ରମିକମାନେ ସାଧାରଣ ଖାଦ୍ୟ ଅର୍ଥାତ୍ ରୁଟି, ପନିପରିବା, ଚିକିତ୍ସା ସାମଗ୍ରୀ ପାଇପାରିବେ । କାରଣ ଏହା ପୂର୍ବରୁ ଶ୍ରମିକମାନେ କଦଳୀ, ଚଣା ସହ ଶୁଖିଲା ଫଳ ଖାଇ ଜୀବନ ବଞ୍ଚାଇଛନ୍ତି । ସେହିପରି ଶ୍ରମିକଙ୍କ ଉଦ୍ଧାର ଅଭିଯାନରେ ଡିଆରଡିଓ ୨୦ କେଜି ଓ ୫୦ କେଜି ଓଜନର ଦୁଇଟି ରୋବୋଟ ପଠାଇଛି । ଏହି ରୋବୋଟ୍ ମାଟିରେ ଚାଲିଥାଏ । ତେବେ ଏହି ରୋବୋଟଗୁଡ଼ିକ ଟନେଲ ଭିତରେ କାମ କରିପାରିବ କି ନା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏହାରି ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.