ETV Bharat / state

ଜାନୁଆରୀ ୭ରୁ ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ - ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ

ଜାନୁଆରୀ ୭ ତାରିଖରୁ ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ ( rourkela airport flight service )। 2ସି ଏୟାରପୋର୍ଟ ଲାଇସେନ୍ସ ପାଇବା ପରେ ଆଲାଇନ୍ସ ଏୟାର ଯୋଗାଇବ ବିମାନ ସେବା । ଅଧିକ ପଢନ୍ତୁ

rourkela airport flight service
ଜାନୁଆରୀ ୭ରୁ ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ
author img

By

Published : Dec 29, 2022, 1:38 PM IST

ଜାନୁଆରୀ ୭ରୁ ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ

ରାଉରକେଲା: ସହରବାସୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରାଉରକେଲା ବିମାନବନ୍ଦରରୁ ଆରମ୍ଭ ହେବ ବିମାନ ସେବା । ଆସନ୍ତା ଜାନୁଆରୀ ୭ ତାରିଖରୁ ରାଉରକେଲା ଏୟାରପୋର୍ଟରୁ ଉଡିବ ବିମାନ । 2ସି ଏୟାରପୋର୍ଟ ଲାଇସେନ୍ସ ପାଇବା ପରେ ଆଲାଇନ୍ସ ଏୟାର ଯୋଗାଇବ ବିମାନ ସେବା । ବିମାନ ସେବା ପାଇବା ନେଇ ରାଉରକେଲା ସହରବାସୀଙ୍କ ମନରେ ଉତ୍ସାହ। ବହୁବର୍ଷର ଦାବି ପୂରଣ ହୋଇଛି ।

୭୨ ସିଟ୍‌ ବିଶିଷ୍ଟ ଏଟିଆର୍‌ -୭୨ ବିମାନ (ଆଲାଏନ୍ସ ଏୟାର) ସେବା ଆରମ୍ଭ କରିବାକୁ ଯାଉଛି । ଜାନୁଆରୀ ୭ ଅପରାହ୍ନରେ ରାଉରକେଲା କିମ୍ବା ଭୁବନେଶ୍ବର ବିମାନବନ୍ଦର କେଉଁଠୁ ବିମାନ ପ୍ରଥମ ଉଡାଣ ଆରମ୍ଭ କରିବ ତାହା ନେଇ କିଛି ସ୍ପଷ୍ଟ ହୋଇନାହିଁ । ଆସନ୍ତା ଦିନେ ଦୁଇ ଦିନ ଭିତରେ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡିଛି । ରାଉରକେଲା କିମ୍ବା ଭୁବନେଶ୍ବର ବିମାନବନ୍ଦରରୁ ପ୍ରଥମ ଉଡାଣ ଆରମ୍ଭ ହେବ ତାହା ସ୍ପଷ୍ଟ ହେବ । ହକି ବିଶ୍ବକପ୍‌ ପୂର୍ବରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସହରବାସୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି ।

ଏହା ବି ପଢନ୍ତୁ...ଦୁର୍ବଳ ସଂଗଠନକୁ ସଜାଡିବା ପାଇଁ ଓଡିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି: BJD

ଉଲ୍ଲେଖଯୋଗ୍ୟ, ରାଉରକେଲା ବିମାନ ବନ୍ଦରର ରନ୍‌ୱେର ଦୈର୍ଘ୍ୟ ହେଉଛି ୬୦୬୬ ଫୁଟ (୧୮୪୮ ମିଟର)। ଏବେ ୬୨୩ ଫୁଟ (୧୯୦ ମିଟର) ରନ୍‌ୱେର ସଂପ୍ରସାରଣ କରାଯିବାପରେ ଏହାର ମୋଟ୍‌ ଦୈର୍ଘ୍ୟ ୬୬୮୯ ଫୁଟ (୨୦୩୯ ମିଟର) ବିଶିଷ୍ଟ ହୋଇଛି । ଏତେ କମ୍‌ ଦୈର୍ଘ୍ୟ ବିଶିଷ୍ଟ ରନ୍‌ୱେରେ ଅପେକ୍ଷାକୃତ ବଡ଼ ବିମାନ, ଯଥା-ଏ୩୨୦, ଏ୩୨୦ ନିଓ, ଏ୩୨୧ ନିଓ ଆଦି ଅବତରଣ କରିପାରିବ ନାହିଁ । ଏ ଜାତୀୟ ବିମାନ ଉଡ଼ିବାକୁ ହେଲେ ରନ୍‌ୱେର ଦୈର୍ଘ୍ୟ ଅନ୍ୟୁନ ୬୮୨୬ ଫୁଟ୍‌ ହେବା ନିତାନ୍ତ ଆବଶ୍ୟକ । ଅର୍ଥାତ୍‌, ଆଉ ମାତ୍ର ୧୩୭ ଫୁଟ୍‌ (୪୨ ମିଟର) ସଂପ୍ରସାରଣ ହୋଇଥିଲେ ଅନ୍ତଃତପକ୍ଷେ ଅପେକ୍ଷାକୃତ ବଡ଼ ବିମାନ ଚଳାଚଳ ସମ୍ଭବ ହୋଇଥାନ୍ତା ।

ଏହା ବି ପଢନ୍ତୁ...ରାଉରକେଲାକୁ ବଡ ବିମାନ ଉଡାଣ ଲାଗି ଖୋଲିଲା ବାଟ, ଖୁବଶୀଘ୍ର ଟ୍ରାଏଲ ଲ୍ୟାଣ୍ଡିଙ୍ଗ କରାଯିବ

ଏହା ବ୍ୟତୀତ ରନୱେର ୧୩୪୯ ଫୁଟ୍‌କୁ ସଂପ୍ରସାରଣରୁ ବାଦ ଦିଆଯାଇଛି । ଏହାକୁ ବାଦ ନ ଦେଇ ସମ୍ପ୍ରସାରଣ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଥିଲେ । ରନ୍‌ୱେର ଦୈର୍ଘ୍ୟ ୮୦୩୮ ଫୁଟ୍‌ ହୋଇଥାନ୍ତା । ଯଦ୍ବାରା ଏଠାରେ ବୋଇଂ, ଏୟାରବେସ୍‌ ଆଦି ଅବତରଣ ଆଶା ପୂରଣ ହୋଇପାରିଥାନ୍ତା । କିନ୍ତୁ ବର୍ତ୍ତମାନ ସମୟରେ ବଡ ବିମାନ ଉଡ଼ିବାର କୌଣସି ଯୋଜନା ନାହିଁ । ସେପଟେ ରାଉରକେଲା ବିମାନ ବନ୍ଦରରେ ଚାଲିଥିବା କାମ ପାଖାପାଖି ଶେଷ ହୋଇଛି । ବର୍ତ୍ତମାନ ରାଉରକେଲା ବିମାନବନ୍ଦର ୨ସି ଲାଇସେନ୍ସ ପାଇଛି । ଆଗାମୀ ଦିନରେ ଝାରସୁଗୁଡା ବିମାନ ବନ୍ଦର ପରି ରାଉରକେଲା ବିମାନବନ୍ଦରରୁ ବଡ ବିମାନ ଉଡିବାକୁ ଗ୍ରୀନ୍‌ ସିଗ୍‌ନାଲ ମିଳୁଛି କି ନାହିଁ, ତା ଉପରେ ସହରବାସୀଙ୍କ ନଜର ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.