ETV Bharat / state

Assistant Collector Death Case: ହୋଟେଲ ବଦଳାଇଥିଲେ ସୁସ୍ମିତା, କର୍ମଚାରୀଙ୍କୁ ପୋଲିସର ପଚରାଉଚରା

author img

By ETV Bharat Odisha Team

Published : Oct 14, 2023, 7:42 PM IST

ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ହୋଟେଲ ମଧ୍ୟରେ କିଛି ନା କିଛି ରହସ୍ୟ ଲୁଚିରହିଥିବା ନେଇ ଆଶଙ୍କା କରାଯାଉଛି । ଖୁବଶୀଘ୍ର ଏହି ମାମଲାର ସତ୍ୟତା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Assistant Collector Death Case
ହୋଟେଲ କର୍ମଚାରୀଙ୍କୁ ପୋଲିସର ପଚରାଉଚରା
ହୋଟେଲ କର୍ମଚାରୀଙ୍କୁ ପୋଲିସର ପଚରାଉଚରା

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲା । ପୋଲିସର ତଦନ୍ତ ଜାରି ରହିଥିବାବେଳେ ଆଉ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ହୋଟେଲ ରାଧିକା ରେଜେନ୍ସିରେ ରହିବା ପୂର୍ବରୁ ହୋଟେଲ ଅନୁରାଗରେ ଦିନକ ପାଇଁ ରହିଥିଲେ ସୁସ୍ମିତା । ଏନେଇ ହୋଟେଲ ଷ୍ଟାଫଙ୍କୁ ଜେରା କରିଛି ପୋଲିସ । ହୋଟେଲରେ ମୃତ୍ୟୁ ମାମଲାର ରହସ୍ୟ ଲୁଚିଥିବା ନେଇ ସନ୍ଦେହ କରୁଛି ପୋଲିସ । ହୋଟେଲ ଅନୁରାଗର ଷ୍ଟାଫଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍। "ହୋଟେଲ ରାଧିକାରେ ରହିବା ପୂର୍ବରୁ ସେ ହୋଟେଲ ଅନୁରାଗରେ କ'ଣ କରୁଥିଲେ ? କିଏ କିଏ ତାଙ୍କୁ ସେଠାରେ ଭେଟ କରିବାକୁ ଆସିଥିଲେ ନା ସେ ସେଠାରେ ଏକୁଟିଆ ରହିଥିଲେ ? ହଠାତ୍ କାହିଁକି ସେ ହୋଟେଲ ଅନୁରାଗ ଛାଡି ରାଧିକା ରେଜେନ୍ସିରେ ଚେକ୍ ଇନ୍ କରିଥିଲେ ?" ଏଭଳି ତମାମ ପ୍ରଶ୍ନ କରିଛି HRPC ତଦନ୍ତକାରୀ ଟିମ୍।

ତେବେ ହୋଟେଲ ଅନୁରାଗର ମ୍ୟାନେଜର କହିଛନ୍ତି, "16 ତାରିଖରେ ସୁସ୍ମିତା ମିଞ୍ଜ ଚେକ୍ ଇନ କରିଥିଲେ ଏବଂ 17 ତାରିଖରେ ଚେକ୍ ଆଉଟ କରିଥିଲେ ।" ଏହାପରେ ସେ ପୁଣି 17 ତାରିଖ ସନ୍ଧ୍ୟାରେ ରାଧିକା ରେଜେନ୍ସି ହୋଟେଲରେ ଚେକ୍ ଇନ କରିଥିଲେ ଏବଂ 17, 18,19 ତାରିଖ ଯାଏଁ ହୋଟେଲ ବୁକ୍ କରିଥିବା ନେଇ ସୂଚନା ଦେଇଛି ତଦନ୍ତକାରୀ ଟିମ୍ । ତେବେ ହୋଟେଲ ଅନୁରାଗର ଷ୍ଟାଫ ଏବଂ ହୋଟେଲ ରାଧିକା ରେଜେନ୍ସିର ଷ୍ଟାଫଙ୍କ ବୟାନ ନେବା ପରେ ସାମଞ୍ଜସ୍ୟ ଅଛି ନା ନାହିଁ ତାହାର ଖୋଳତାଡ କରୁଛି ତଦନ୍ତକାରୀ ଟିମ ।

ଅନୁରାଗ ହୋଟେଲ ଏବଂ ହୋଟେଲ ରାଧିକା ରେଜେନ୍ସିରେ ଏଭଳି କ'ଣ ଘଟିଥିଲା ଯେଉଁଥିପାଇଁ ସେଠାରେ ରହିବାର ମାତ୍ର ୪ ଦିନ ଭିତରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟିଲା ସେନେଇ ଖୋଳତାଡ କରୁଛି ତଦନ୍ତକାରୀ ଟିମ୍ । ସେହି ୪ ଦିନ ମଧ୍ୟରେ ଯେଉଁଥିପାଇଁ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟିଲା ତାହା ଆଉ କିଛିଦିନ ମଧ୍ୟରେ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ଓ ତଦନ୍ତକାରୀ ଟିମ୍ କିଛି ନୂଆ ସୁରାକ ପାଇଥିବାବେଳେ ଖୁବଶୀଘ୍ର ଘଟଣାର ସତ୍ୟତା ସାମ୍ନାକୁ ଆସିବ।

ଏହା ବି ପଢନ୍ତୁ...ସ୍ବାମୀଙ୍କ ପାଇଁ ଚିନ୍ତାରେ ରହୁଥିଲେ ସୁସ୍ମିତା ମିଞ୍ଜ ! କୋର୍ଟରେ କରିଥିଲେ ଛାଡପତ୍ର ଆବେଦନ

ସେପଟେ ସୁସ୍ମିତା ସ୍ୱାମୀଙ୍କ ଠାରୁ ବିବାହ ପରେ ଛାଡପତ୍ର ପାଇଁ କରିଥିବା ଆବେଦନ ସମ୍ପର୍କରେ ପୋଲିସ ଖୋଳତାଡ କରିଥିଲା । ସ୍ୱାମୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରି ଛାଡପତ୍ର ପାଇଁ ଆବେଦନ କରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ। ବାହାଘର ପରେ ସ୍ବାମୀ ସୁଶୀଲ ମଦ୍ୟପାନ କରି ତାଙ୍କୁ ଗାଳି ଗୁଳଜ କରିବା କାରଣରୁ ସେ ଛାଡପତ୍ର ଆବେଦନ କରିଥିବା କହିଥିଲେ ସୁସ୍ମିତାଙ୍କ ଓକିଲ । ଏ ସମସ୍ତ ଦିଗକୁ ତଦନ୍ତ ପରିସରକୁ ନେଇ ପୋଲିସ ଛାନଭିନ କରୁଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.