ETV Bharat / state

ରାଉରକେଲାରେ ବେଆଇନ ପାର୍କିଂ କରୁଥିଲେ ସାବଧାନ, RMRC ନେବ କଡା କାର୍ଯ୍ୟାନୁଷ୍ଠାନ

author img

By

Published : Nov 22, 2022, 12:28 PM IST

ନୋ ପାର୍କିଂ ଜାଗାରେ ଗାଡି ପାର୍କିଂ କରୁଛନ୍ତି କି ? ତାହାଲେ ହୋଇ ଯାଆନ୍ତୁ ସାବଧାନ । ବେଆଇନ ପାର୍କିଂ ନେଇ କୋଠର ପଦକ୍ଷେପ ଗ୍ରହଣ କରିଛି ରାଉରକେଲା ମହାନଗର ନିଗମ । ଅଧିକ ପଢ଼ନ୍ତୁ

rmc take vehicle for illegal parking in no parking zone
ବେଆଇନ ପାର୍କିଂ କଲେ ବାଜିବ ଆରଏମସି ଛାଟ

ରାଉରକେଲା: ସହରବାସୀ ସାବଧାନ ! ଯଦି ଆପଣ ମାନେ ନୋ ପାର୍କିଂ ଜାଗାରେ ଗାଡି ପାର୍କ କରୁଛନ୍ତି ତେବେ ସୁଧୁରି ଯାଆନ୍ତୁ ନଚେତ ଏହାପାଇ ଗଣିବାକୁ ପଡିବ ତଣ୍ଡ ଏବଂ ଗାଡି ମଧ୍ୟ ଟଣା ହେବ । ବେଆଇନ ପାର୍କିଂକୁ ନେଇ ଏଭଳି କୋଠର ପଦକ୍ଷେପ ଗ୍ରହଣ କରିଛି ରାଉରକେଲା ମହାନଗର ନିଗମ(RMRC) । ବେଆଇନ ପାର୍କିଂ କରୁଥିବା ଲୋକେ ସାବଧାନ । ବର୍ତ୍ତମାନ ରାଉରକେଲା ସହରରେ ବେଆଇନ ପାର୍କିଂ କଲେ ଗାଡିକୁ ଉଠାଇନେବ ରାଉରକେଲା ମହାନଗର ନିଗମ । ରାଉରକେଲାର ମୁଖ୍ୟ ମାର୍ଗଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ପାର୍କିଂ ସମସ୍ୟା ଏବେ ସୀମା ଟପିଲାଣି ।

ବେଆଇନ ପାର୍କିଂ କଲେ ବାଜିବ ଆରଏମସି ଛାଟ

ରାସ୍ତାରେ ବେଆଇନ ଯାନବାହନ ପାର୍କିଂ କରୁଥିବାରୁ ଏହି ସମସ୍ୟା ଦେଖାଦେଇଛି । ତେବେ ବିଳମ୍ବ ହେଉ ପଛେ, ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ରାଉରକେଲା ମହାନଗର ନିଗମ । ଆର୍‌ଏମ୍‌ସିର ଏକ ସ୍ବତନ୍ତ୍ର ଦଳ ସହରର ବିଭିନ୍ନ ଅଞ୍ଚଳରେ ବୁଲି ଅନୈତିକ ପାର୍କିଂ ହଟାଇବା ସହ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ସିଭିଲ ଟାଉନସିପ୍‌ ଅଞ୍ଚଳର ବିଭିନ୍ନ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ତଥା ରାସ୍ତା ଉପରେ ବେଆଇନ ଯାନବାହନ ପାର୍କିଂ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ମନ୍ଦିର ମାଳିନୀ ସହରର ଘୃଣ୍ୟ ଦୃଶ୍ୟ, ରାଜଧାନୀରେ ଦେହ ଦଲାଲଙ୍କ ଉତ୍ପାତ

ଏହାଦ୍ବାରା ଯାତାୟତ ବାଧାପ୍ରାପ୍ତ ହେବା ସହ ଅଯଥା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା । ନିୟମ ଉଲ୍ଲଂଘନ କରି ପାର୍କିଂ କରିଥିବାରୁ ପ୍ରାୟ ୩୦ଟି ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି । ତେବେ ନିୟମ ଉଲ୍ଲଂଘନକାରୀ ସମ୍ମୁଖକୁ ଆସିନଥିଲେ । ଫଳରେ ୭ଟି ବାଇକ ଓ ଗୋଟିଏ କାର୍‌କୁ ସ୍ବତନ୍ତ୍ର ଦଳ ଜବତ କରି କ୍ରେନ୍‌ ସହାୟତାରେ ଉଠାଇ ନେଇଥିଲେ । ତେବେ ଆଗାମୀ ଦିନରେ ମଧ୍ୟ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ମହାନଗର ନିଗମ ଏଭଳି ଚଢ଼ାଉ ଜାରି ରଖିବ ଏବଂ ଖିଲାପକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.