ETV Bharat / state

ରାଉରକେଲାରେ ଟୀକାକରଣ, ସମୀକ୍ଷା କଲେ RMC କମିଶନର - କେନ୍ଦ୍ର ବୁଲି ଦେଖିଲେ ଆରଏମସି କମିଶନର

ସୁନ୍ଦରଗଡର ରାଉରକେଲା ମହାନଗର ନିଗମରେ ନୂଆ ସୂଚୀ ଅନୁଯାୟୀ ଟୀକାକରଣ ଆରମ୍ଭ ହେଉଥିବାରୁ RMC କମିଶନର ପ୍ରସ୍ତୁତିକୁ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ..

ରାଉରକେଲାରେ ଟୀକାକରଣ, କେନ୍ଦ୍ର ବୁଲି ପ୍ରସ୍ତୁତି ସମୀକ୍ଷା କଲେ RMC କମିଶନର

author img

By

Published : May 11, 2021, 7:47 AM IST

ସୁନ୍ଦରଗଡ଼: ଜିଲ୍ଲାର ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗରେ ଆଜି(ମଙ୍ଗଳବାର)ଠାରୁ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଦିନେ ଛାଡି ଦିନେ ପାଳି ଭାବେ ଏହି ଟିକା ଦିଆଯିବାକୁ ଥିବା ବେଳେ ବିଭିନ୍ନ କେନ୍ଦ୍ର ବୁଲି ସମୀକ୍ଷା କରିଛନ୍ତି ଆରଏମସି କମିଶନର ।

ରାଉରକେଲାରେ ଟୀକାକରଣ, କେନ୍ଦ୍ର ବୁଲି ପ୍ରସ୍ତୁତି ସମୀକ୍ଷା କଲେ RMC କମିଶନର

ଜିଲ୍ଲାରେ 18 ବର୍ଷ ଓ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ 2ୟ ଡୋଜ ଟୀକାକରଣ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଟୀକାକରଣ ପାଇଁ ଦିନେ ଛଡ଼ା ଦିନେ ପାଳି କରାଯାଇଛି। ଅର୍ଥାତ୍ ୧୮ରୁ ୪୪ ବର୍ଷ ବର୍ଗରେ ଅନଲାଇନ ପଞ୍ଜୀକରଣ କରି ସ୍ଲଟ୍ ପାଇଥିବା ବ୍ୟକ୍ତିଙ୍କୁ ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଦିନ ଟିକା ଦିଆଯିବ।

ସେହିପରି ୪୫ ବର୍ଷରୁ ଅଧିକ ବୟସ୍କ ବର୍ଗର ଦ୍ବିତୀୟ ଡୋଜ ପାଇବାକୁ ଥିବା ଲୋକଙ୍କ ପାଇଁ ବୁଧବାର, ଶୁକ୍ରବା ଏବଂ ସୋମବାରକୁ ଟିକାଦାନ ଦିନ ଧାର୍ଯ୍ୟ କରାଯାଇଛି। ଏହି ବର୍ଗରେ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ । ଲୋକମାନେ ନିକଟସ୍ଥ ଟିକାଦାନ କେନ୍ଦ୍ରରେ ପହଞ୍ଚି ସେଠାରେ ଟିକାଦାନ କରିପାରିବେ।

ଟିକା ଦାନ ପାଇଁ ରାଉରକେଲା ସହରରେ ୮ଟି କେନ୍ଦ୍ର ରହିଛି। ରାଉରକେଲା ମହାନଗର ନିଗମ କମିଶନ ଦିବ୍ୟଜ୍ୟୋତି ପରିଡ଼ା ମଙ୍ଗଳବାର ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲି ପ୍ରସ୍ତୁତିର ତଦାରଖ କରିଛନ୍ତି। ନିଜର ପାଳି ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି। ଟିକାଦାନ କେନ୍ଦ୍ରରେ କୋଭିଡ ନିୟମ ପାଳନ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.